ମାଇଁଗଭ୍ : ଏକ ସମୀକ୍ଷା
ନାଗରିକ-କୈନ୍ଦ୍ରିକ ପ୍ଲାଟଫର୍ମ ଲୋକମାନଙ୍କୁ ସରକାରଙ୍କ ସହ ଯୋଗାଯୋଗ କରିବାକୁ ଏବଂ ସୁଶାସନ ଦିଗରେ ଯୋଗଦାନ କରିବାକୁ ସଶକ୍ତ କରିଥାଏ ।
ମାଇଁଗଭ୍ ଭାରତ ସରକାରଙ୍କ ନାଗରିକଙ୍କ ସହ ଯୋଗାଯୋଗ ପାଇଁ ଏକ ପ୍ଲାଟଫର୍ମ ଭାବରେ ସ୍ଥାପିତ ହୋଇଛି ଯାହା ନୀତି ନିର୍ଦ୍ଧାରଣ ପାଇଁ ନାଗରିକଙ୍କ ସହ ଜଡିତ ହେବା ପାଇଁ ଏକାଧିକ ସରକାରୀ ସଂସ୍ଥା/ ମନ୍ତ୍ରଣାଳୟ ସହିତ ସହଯୋଗ କରେ ଏବଂ ଜନସ୍ୱାର୍ଥ ଓ କଲ୍ୟାଣର ସମସ୍ୟା/ପ୍ରସଙ୍ଗ ଉପରେ ଲୋକଙ୍କ ମତାମତ ଲୋଡି଼ଥାଏ ।
2014 ଜୁଲାଇ 26 ତାରିଖରେ 'ମାଇଁଗଭ୍'ର ପଞ୍ଜୀକୃତ ବ୍ୟବହାରକାରୀଙ୍କ ସଂଖ୍ୟା 30.0 ମିଲିୟନରୁ ଅଧିକ ରହିଛି। ପ୍ରାୟ ସମସ୍ତ ସରକାରୀ ବିଭାଗ ସେମାନଙ୍କ ନାଗରିକ ସମ୍ପୃକ୍ତି କାର୍ଯ୍ୟକଳାପ, ନୀତି ନିର୍ଦ୍ଧାରଣ ପାଇଁ ପରାମର୍ଶ ଏବଂ ବିଭିନ୍ନ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ପାଇଁ ନାଗରିକମାନଙ୍କୁ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ 'ମାଇଁଗଭ୍' ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି। ମାଇଁଗଭ୍ @MyGovIndia ୟୁଜର ନେମ୍ ସହ ସୋସିଆଲ ମିଡିଆ ଯେପରିକି Twitter, Facebook, Instagram, YouTube ଓ LinkedIn ରେ ସବୁଠାରୁ ଅଧିକ ସକ୍ରିୟ ପ୍ରୋଫାଇଲ ମଧ୍ୟରେ ରହିଛି। Koo, Sharechat, Chingari, Roposo, Bolo Indya ଓ Mitron ଭଳି ଅନେକ ଭାରତୀୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ମାଇଁଗଭ୍ର ଉଲ୍ଲେଖନୀୟ ଉପସ୍ଥିତି ରହିଛି। ମାଇଁଗଭ୍ ଇଣ୍ଟରନେଟ, ମୋବାଇଲ ଆପ୍, IVRS, SMS ଏବଂ ଆଉଟବାଉଣ୍ଡ ଡାଏଲିଂ (OBD)ଟେକ୍ନୋଲୋଜିର ଅଭିନବ ବ୍ୟବହାର କରି ଆଲୋଚନା ଚକ୍ର, କାର୍ଯ୍ୟକଳାପ , ପୋଲ୍, ସର୍ଭେ, ବ୍ଲଗ୍, ଟକ୍, ସଂକଳ୍ପ, କୁଇଜ ଏବଂ ଗ୍ରାଉଣ୍ଡ ଆକ୍ଟିଭିଟି ଭଳି ଏକାଧିକ ସହଭାଗିତା ପଦ୍ଧତି ଗ୍ରହଣ କରିଛି।
MyGov has also launched State instances in 28 States/UTs, namely Himachal Pradesh, Haryana, Maharashtra, Madhya Pradesh, Arunachal Pradesh, Assam, Manipur, Tripura, Chhattisgarh, Jharkhand, Nagaland, Uttarakhand, Goa, Tamil Nadu, Uttar Pradesh, Jammu & Kashmir, karnataka, Gujarat, Dadra and Nagar Haveli & Daman and Diu, Mizoram, Rajasthan, Ladakh, Andaman & Nicobar Islands, Chandigarh, Odisha, Lakshadweep, Sikkim and Puducherry.
ମାଇଁଗଭ୍ ଡିଜିଟାଲ ଇଣ୍ଡିଆ କର୍ପୋରେସନର ଏକ ଅଂଶ, ଯାହା ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଏକ ଧାରା 8 କମ୍ପାନୀ।
ନାଗରିକଙ୍କ ସହ ଯୋଡ଼ି ହେବା କ୍ଷେତ୍ରରେ 'ମାଇଁଗଭ୍'କୁ ଉଲ୍ଲେଖନୀୟ ସଫଳତା ମିଳିଛି। 'ମାଇଁଗଭ୍' ମାଧ୍ୟମରେ ପ୍ରମୁଖ ଜାତୀୟ ପ୍ରକଳ୍ପ ପାଇଁ ଲୋଗୋ ଏବଂ ଟ୍ୟାଗ୍ଲାଇନ ସଂଗ୍ରହ କରାଯାଇଛି। ସ୍ୱଚ୍ଛ ଭାରତ ପାଇଁ ଲୋଗୋ, ଜାତୀୟ ଶିକ୍ଷା ନୀତି ପାଇଁ ଲୋଗୋ, ଡିଜିଟାଲ ଇଣ୍ଡିଆ ଅଭିଯାନ ପାଇଁ ଲୋଗୋ ଇତ୍ୟାଦି ଉଲ୍ଲେଖନୀୟ ପଦକ୍ଷେପ। ମାଇଁଗଭ୍ ସମୟ ସମୟରେ ନାଗରିକମାନଙ୍କ ଠାରୁ ଡ୍ରାଫ୍ଟ ନୀତିର ସୂଚନା ମାଗିଥାଏ, ସେଥିମଧ୍ୟରୁ ଅଳ୍ପ କେତୋଟି ହେଉଛି ଜାତୀୟ ଶିକ୍ଷା ନୀତି, ଡାଟା କେନ୍ଦ୍ର ନୀତି, ଡାଟା ସୁରକ୍ଷା ନୀତି, ଜାତୀୟ ବନ୍ଦର ନୀତି, IIM ବିଲ୍ ଇତ୍ୟାଦି। ମାଇଁଗଭ୍ ମନ୍ କି ବାତ୍, 'ବାର୍ଷିକ ବଜେଟ୍', 'ପରୀକ୍ଷା ପେ ଚର୍ଚ୍ଚା' ଏବଂ ଏଭଳି ଅନେକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମୟ ସମୟରେ ମତାମତ ଲୋଡ଼ିଥାଏ।
COVID19 ସମ୍ପର୍କିତ ପ୍ରାମାଣିକ, ସହଜରେ ବୁଝିହେବା ଭଳି ଏବଂ ନିରନ୍ତର ସୂଚନା ପ୍ରସାର କରିବା ଲାଗି, ମାଇଁଗଭ୍ ସୋସିଆଲ ମିଡିଆରେ ଯୋଗାଯୋଗ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ସହଯୋଗ କରିଆସୁଛି। ବ୍ୟବହାରରେ ପରିବର୍ତ୍ତନ ଆଣିବା, ମିଥ୍ୟା ଖବର ବିରୋଧରେ ଲଢ଼ିବା ଏବଂ ମିଥ୍ୟା ପ୍ରଚାରର ପର୍ଦ୍ଦାଫାସ କରିବା ଉଦ୍ଦେଶ୍ୟରେ ମାଇଁଗଭ୍ COVID ସମ୍ପର୍କିତ ସୂଚନା ପ୍ରସାର ପାଇଁ ଏକ ସମର୍ପିତ ପୋର୍ଟାଲ ସୃଷ୍ଟି କରିଛି https://www.mygov.in/covid-19। ମାଇଁଗଭ୍ WhatsApp ରେ ମଧ୍ୟ ଏକ ଚାଟବଟ୍ ସୃଷ୍ଟି କରିଛି ଯାହା 9013151515 ହେଲ୍ପଡେସ୍କ ନମ୍ବର ମାଧ୍ୟମରେ Covid19 ଏବଂ ଟିକାକରଣ ସମ୍ପର୍କରେ ସୂଚନା ପ୍ରଦାନ କରୁଛି।
ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟବର୍ତ୍ତୀ ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ଆଚାର ସଂହିତା) ନିୟମ, 2021 ଅନୁଯାୟୀ, ମାଇଁଗଭ୍ ନିମ୍ନଲିଖିତ ଅଧିକାରୀମାନଙ୍କୁ ମୁଖ୍ୟ ଅନୁପାଳନ ଅଧିକାରୀ, ନୋଡାଲ୍ ଅଧିକାରୀ ଏବଂ ଅଭିଯୋଗ ନିବାରଣ ଅଧିକାରୀ ଭାବେ ବିଜ୍ଞପ୍ତି ଜାରି କରିଛି:
ଯୋଗାଯୋଗ ପାଇଁ ଠିକଣା
ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ନୈତିକତା ସଂହିତା) ନିୟମ, 2021 ଅଧୀନରେ ଅଭିଯୋଗ ଦାଖଲ କରିବାର ପଦ୍ଧତି
ଉପରୋକ୍ତ ନିୟମ ଅଧୀନରେ ଯେକୌଣସି ଅଭିଯୋଗ ସମ୍ପୂର୍ଣ୍ଣ ବିବରଣୀ ସହିତ ଦାଖଲ କରାଯିବା ଉଚିତ, ଯେଉଁଥିରେ ମାଇଁଗଭ୍ ପାଇଁ ଅଭିଯୋଗକାରୀଙ୍କ URL, ସ୍କ୍ରିନସଟ୍ ଏବଂ ଯୋଗାଯୋଗ ବିବରଣୀ ସାମିଲ ରହିଛି, ଯାହା ନିୟମ ଅନୁୟାୟୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ କରିବ।
ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ (PDF- 1.8 MB) ମାଇଁଗଭ୍ ସୋସିଆଲମିଡିଆ ଯୋଗାଯୋଗ ରଣନୀତି