ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍
ସ୍କ୍ରିନ୍ ରିଜର୍ ଆଇକନ୍ସ୍କ୍ରିନ୍ ରିଡର

IDY 2026 ଅବସରରେ ଇ-ପୋଷ୍ଟର ପ୍ରତିଯୋଗିତା

IDY 2026 ଅବସରରେ ଇ-ପୋଷ୍ଟର ପ୍ରତିଯୋଗିତା
ଆରମ୍ଭ ତାରିଖ :
Mar 21, 2026
ଶେଷ ତାରିଖ :
Apr 20, 2026
15:15 PM IST (GMT +5.30 Hrs)
Submission Closed

ଆୟୁଷ ମନ୍ତ୍ରଣାଳୟ, ମାଇଁଗଭ୍ ସହଭାଗିତାରେ ନାଗରିକମାନଙ୍କୁ ଇ-ପୋଷ୍ଟର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆନ୍ତର୍ଜାତିକ ଯୋଗ ଦିବସ 2026 ପାଳନ କରିବାକୁ ଆମନ୍ତ୍ରଣ କରୁଛି। ଅଂଶଗ୍ରହଣକାରୀମାନେ...

ଏହି ସେଣ୍ଟ୍ରାଲ କାଉନ୍ସିଲ୍ ଫର୍ ରିସର୍ଚ୍ଚ ଇନ୍ ୟୁନାନୀ ମେଡିସିନ୍ (CCRUM) ସହଯୋଗରେ ମାଇଁଗଭ୍ ନାଗରିକମାନଙ୍କୁ ଇ-ପୋଷ୍ଟର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆନ୍ତର୍ଜାତିକ ଯୋଗ ଦିବସ 2026 ପାଳନ କରିବାକୁ ଆମନ୍ତ୍ରଣ କରୁଛି। ଅଂଶଗ୍ରହଣକାରୀମାନେ ନିମ୍ନରେ ଦର୍ଶାଯାଇଥିବା ବିଷୟଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ଉପରେ ଇ-ପୋଷ୍ଟର ତିଆରି କରିପାରିବେ।

ଇ-ପୋଷ୍ଟର ପାଇଁ ଥିମ୍:
1. ଶିଶୁ ଓ କିଶୋରଙ୍କ ପାଇଁ ଯୋଗାଭ୍ୟାସ
2. ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଯୋଗାଭ୍ୟାସ
3. କର୍ମକ୍ଷେତ୍ରରେ ଉତ୍ପାଦକତା ପାଇଁ ଯୋଗାଭ୍ୟାସ
4. ସକାରାତ୍ମକ ସ୍ୱାସ୍ଥ୍ୟ ପାଇଁ ଯୋଗାଭ୍ୟାସ
5. ଉଚ୍ଚ ରକ୍ତଚାପ ପାଇଁ ଯୋଗାଭ୍ୟାସ
6. ମେଦବହୁଳତା ଦୂର କରିବା ପାଇଁ ଯୋଗାଭ୍ୟାସ
7. କର୍କଟ ପାଇଁ ଯୋଗାଭ୍ୟାସ
8. ବୟସ୍କଙ୍କ ପାଇଁ ଯୋଗାଭ୍ୟାସ
9. ହୃଦ୍‌ରୋଗ ପାଇଁ ଯୋଗାଭ୍ୟାସ
10. ମାଇଗ୍ରେନ୍ ମୁଣ୍ଡବିନ୍ଧା ପାଇଁ ଯୋଗାଭ୍ୟାସ
11. ଆଜ୍‌ମା ପାଇଁ ଯୋଗାଭ୍ୟାସ
12. ଅପସ୍ମାର ରୋଗ ପାଇଁ ଯୋଗାଭ୍ୟାସ
13. ଡିମେନସିଆ ପାଇଁ ଯୋଗାଭ୍ୟାସ
14. ଆନ୍ତ୍ର ସ୍ୱାସ୍ଥ୍ୟ ପାଇଁ ଯୋଗାଭ୍ୟାସ
15. ରୋଗ ପ୍ରତିରୋଧକ ଶକ୍ତି ପାଇଁ ଯୋଗାଭ୍ୟାସ
16. ଚାପ ପରିଚାଳନା ପାଇଁ ଯୋଗାଭ୍ୟାସ
17. ଅଣ୍ଟା ବ୍ୟଥା ପାଇଁ ଯୋଗାଭ୍ୟାସ
18. ଅବସାଦ ଦୂର କରିବା ପାଇଁ ଯୋଗାଭ୍ୟାସ
19. ଉଦ୍‌ବେଗ ପାଇଁ ଯୋଗାଭ୍ୟାସ
20. ମାନସିକ ସୁସ୍ଥତା ପାଇଁ ଯୋଗାଭ୍ୟାସ
21. ଯୋଗର ଶରୀର ବିଜ୍ଞାନ

ଟେକ୍ନିକାଲ୍ ପାରାମିଟର
1. ଇ-ପୋଷ୍ଟର pptx ଫର୍ମାଟରେ ହେବା ଉଚିତ୍। MS-Power Point ବ୍ୟବହାର କରି, ଗୋଟିଏ ସ୍ଲାଇଡରେ ଆପଣଙ୍କ ପୋଷ୍ଟର ତିଆରି କରନ୍ତୁ।
2. ଇ-ପୋଷ୍ଟରଟି ପୋଟ୍ରେଟ୍ ମୋଡରେ ରହିବା ଉଚିତ ଏବଂ ପୋଷ୍ଟରର ଆକାର (PowerPoint ପୃଷ୍ଠା ଆକାର) 36 x 48 (ପ୍ରସ୍ଥ x ଉଚ୍ଚତା) ହେବା ଆବଶ୍ୟକ।
3. ପୋଷ୍ଟରରେ ଟେକ୍ସଟ୍ ପାଇଁ ଫଣ୍ଟ ଆକାର 24-36 pt ମଧ୍ୟରେ ହେବା ଉଚିତ।
4. ପୋଷ୍ଟରର ଶୀର୍ଷକ ପୋଷ୍ଟରର ମୌଳିକ ବିଷୟବସ୍ତୁକୁ ସୂଚାଇବା ଆବଶ୍ୟକ ।
5. ପୋଷ୍ଟରରେ ମୁଖ୍ୟତଃ ଇନଫୋଗ୍ରାଫିକ୍ସ ଏବଂ ଇମେଜ୍ ରହିବା ଉଚିତ୍ ଏବଂ ଏହା ମୌଳିକ ହେବା ସହ କୌଣସି କପିରାଇଟ୍ ଉଲ୍ଲଂଘନ କରିନଥିବ ଏବଂ ଉପଯୁକ୍ତ ଚିତ୍ର/ଗ୍ରାଫିକ୍ସର ବ୍ୟବହାର ହୋଇଥିବ।
6. ଆପଣ JPEG, BMP ଇତ୍ୟାଦି ଚିତ୍ର, ଡାଏଗ୍ରାମ, ଗ୍ରାଫ୍, ଟେବୁଲ୍ ଏବଂ ଚାର୍ଟ ଭର୍ତ୍ତି କରିପାରିବେ ଏବଂ ଏଗୁଡ଼ିକ ସ୍ପଷ୍ଟ ରେଜୋଲୁସନର ହେବା ଆବଶ୍ୟକ।
7. ସମସ୍ତ ଇ-ପୋଷ୍ଟରରେ ଏକ ଧାଡ଼ିର ପ୍ରମାଣପତ୍ର ରହିବା ଆବଶ୍ୟକ। ମୁଁ (ନାମ ଲେଖନ୍ତୁ) ପ୍ରମାଣିତ କରୁଛି ଯେ ଏହି ଇ-ପୋଷ୍ଟର କେବଳ ମୋ ଦ୍ୱାରା ତିଆରି କରାଯାଇଛି ଏବଂ ଏହାର କପିରାଇଟ୍ ଉପରେ ଅନ୍ୟ କାହାର ଦାବି ନାହିଁ।

ବିଚାର ପାଇଁ ମାନଦଣ୍ଡ
1. ମୌଳିକତା ଏବଂ ସୃଜନଶୀଳତା: କଳ୍ପନା, ମାନବୀୟ ଆଗ୍ରହ ଏବଂ ଏକ ନୂତନ ଦୃଷ୍ଟିକୋଣ ଦେଖାଉଥିବା ଥିମର ଉପସ୍ଥାପନା। ଏକ ଅସାଧାରଣ ଉପାୟରେ ପାରମ୍ପରିକ ଚିନ୍ତାଧାରା ବାହାରେ ଚିନ୍ତା କରିବାର କ୍ଷମତା।
2. ବିଷୟବସ୍ତୁ ଏବଂ ସଂରଚନା: ଆପଣଙ୍କର ବିଚାରଗୁଡ଼ିକୁ ଏକ ସଂଗଠିତ ଢଙ୍ଗରେ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ। ଆପଣଙ୍କ ଥିମକୁ ସମ୍ପୂର୍ଣ୍ଣ ଭାବରେ ବିକଶିତ କରନ୍ତୁ ଏବଂ ଗୋଟିଏ ବିଚାରରୁ ଅନ୍ୟକୁ ସୁରୁଖୁରୁରେ ଯିବା ପାଇଁ ଟ୍ରାଞ୍ଜିସନ୍ ବ୍ୟବହାର କରନ୍ତୁ।
3. ବିଷୟ ପ୍ରତି ଅନୁପାଳନ। ଇ-ପୋଷ୍ଟର ବିଷୟ ଉପରେ କେନ୍ଦ୍ରିତ ରହିବା ଆବଶ୍ୟକ।
4. କୌଣସି ଅଶାଳୀନ ଭାଷା, ଅପମାନଜନକ ଶବ୍ଦ କିମ୍ବା ସଙ୍କେତର ବ୍ୟବହାର କରାଯିବ ନାହିଁ।

ପୁରସ୍କାର
ଶ୍ରେଷ୍ଠ 10 ଜଣ ବିଜେତା ଙ୍କୁ ପୁରସ୍କୃତ କରାଯିବ ପ୍ରତ୍ୟେକଙ୍କୁ 10,000/- ଟଙ୍କା

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ (PDF - 124 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ
5107
ସମୁଦାୟ
0
ଅନୁମୋଦିତ
5107
ସମୀକ୍ଷାଧିନ
Reset