ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ପାଇଁ ସ୍ଲୋଗାନ ପ୍ରତିଯୋଗିତା

ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ପାଇଁ ସ୍ଲୋଗାନ ପ୍ରତିଯୋଗିତା
ଆରମ୍ଭ ତାରିଖ :
Aug 30, 2024
ଶେଷ ତାରିଖ :
Sep 30, 2024
23:45 PM IST (GMT +5.30 Hrs)

ଭାରତରେ ବିଶ୍ୱର ସର୍ବାଧିକ ଯକ୍ଷ୍ମା (TB) ବୋଝ ଥିବା ବେଳେ ପ୍ରତିବର୍ଷ ପ୍ରାୟ 28 ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । TB ସାଧାରଣତଃ ସମାଜର ସବୁଠାରୁ ଅଧିକ ଆର୍ଥିକ ଉତ୍ପାଦନଶୀଳ ବୟସ ବର୍ଗର ବ୍ୟକ୍ତିଙ୍କୁ ପ୍ରଭାବିତ କରେ ...

ଭାରତରେ ବିଶ୍ୱର ସର୍ବାଧିକ ଯକ୍ଷ୍ମା (TB) ବୋଝ ଥିବା ବେଳେ ପ୍ରତିବର୍ଷ ପ୍ରାୟ 28 ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । TB ସାଧାରଣତଃ ସମାଜର ସବୁଠାରୁ ଅଧିକ ଆର୍ଥିକ ଉତ୍ପାଦନଶୀଳ ବୟସ ବର୍ଗର ବ୍ୟକ୍ତିଙ୍କୁ ପ୍ରଭାବିତ କରେ । ଯକ୍ଷ୍ମାକୁ ନେଇ ଥିବା ଅନ୍ଧବିଶ୍ୱାସ ମଧ୍ୟ ଯତ୍ନ ପାଇଁ ସାହାଯ୍ୟରେ ବାଧକ ସାଜିଥାଏ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାରତରେ ଯକ୍ଷ୍ମା ମହାମାରୀର ଅନ୍ତ ପାଇଁ ଏକ ମହତ୍ୱାକାଂକ୍ଷୀ ଜାତୀୟ ରଣନୀତିକ ଯୋଜନା କାର୍ଯ୍ୟକାରୀ କରୁଛି । ଯଦିଓ ଏହି ଦିଗରେ ଯଥେଷ୍ଟ ଅଗ୍ରଗତି ହୋଇଛି, ତଥାପି ଅନେକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ରହିଛି ଯାହାର ସମାଧାନ କରିବା ପାଇଁ ଗୋଷ୍ଠୀର ଅଂଶଗ୍ରହଣ ଆବଶ୍ୟକ ଯାହାକୁ ଥରେ ସମାଧାନ କରାଗଲେ ଯକ୍ଷ୍ମା ଉପରେ ଭାରତର SDG TB ଲକ୍ଷ୍ୟ ହାସଲ ତ୍ୱରାନ୍ୱିତ ହେବ ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଯକ୍ଷ୍ମା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଏକ ସ୍ଲୋଗାନ ପ୍ରତିଯୋଗିତାର ଆୟୋଜନ କରୁଛି ଯାହା ସମସ୍ୟା ବିବୃତିର ସମାଧାନ ପାଇଁ ସ୍ଲୋଗାନ ବିକଶିତ କରିବାରେ ଗୋଷ୍ଠୀ ସଦସ୍ୟଙ୍କ ସୃଜନଶୀଳତାକୁ ଉପଯୋଗ କରିବ:
1. ଯକ୍ଷ୍ମାର ଲକ୍ଷଣ ଥିବା 60% ବ୍ୟକ୍ତି କୌଣସି ସେବା ପ୍ରଦାନକାରୀଙ୍କ ଠାରୁ ସାହାଯ୍ୟ ନେଇନଥିଲେ
2. ଯତ୍ନ ନ ନେବାର ଏକ ମୁଖ୍ୟ କାରଣ ଥିଲା ଯକ୍ଷ୍ମା ରୋଗ ସହିତ ଜଡ଼ିତ ଅପବାଦ

ସ୍ଲୋଗାନ୍ ଲିଖନ ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟହେଉଛି:
1. ଯକ୍ଷ୍ମା ରୋଗ ବିଷୟରେ ଦର୍ଶକ/ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା।
2. ଉପରେ ଉଲ୍ଲେଖ କରାଯାଇଥିବା ନିର୍ଦ୍ଦିଷ୍ଟ ସମସ୍ୟା ବିବୃତିର ସମାଧାନ ଉପରେ ନିଜର ବିଚାରକୁ ସୃଜନଶୀଳ ଭାବେ ପ୍ରକାଶ କରିବା ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବା
3. ଯକ୍ଷ୍ମା ବିଷୟରେ ଜ୍ଞାନ ହାସଲ କରିବା ପାଇଁ ପ୍ରତିଯୋଗୀମାନଙ୍କୁ ପ୍ରେରିତ କରିବା ଏବଂ ଭାରତକୁ ଯକ୍ଷ୍ମା ମୁକ୍ତ କରିବାରେ ସହାୟତା କରିବା।

ବୈଷୟିକ ମାନଦଣ୍ଡ:
1. ସ୍ଲୋଗାନ୍ ସମ୍ପୂର୍ଣ୍ଣ ନିଜସ୍ୱ ହେବା ଆବଶ୍ୟକ ।
2. ଏହା ଭାଷାରେ ସରଳ ହେବା ସହ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ହୋଇପାରେ।
3. ସ୍ଳୋଗାନ ବ୍ୟାକରଣ ଅନୁସାରେ ଠିକ୍ ହେବା ଦରକାର ଏବଂ 10ଟି ଶବ୍ଦର ଶବ୍ଦ ସୀମା ସହିତ ଏକ ସଂକ୍ଷିପ୍ତ ବାକ୍ୟ ହେବା ଆବଶ୍ୟକ।
4. ସ୍ଲୋଗାନ ଉପରେ ଦିଆଯାଇଥିବା ନିର୍ଦ୍ଦିଷ୍ଟ ସମସ୍ୟା ବିବୃତିର ସମାଧାନ କରିବା ଉଚିତ ।
5. ପ୍ରତି ପ୍ରାର୍ଥୀଙ୍କ ପାଇଁ କେବଳ ଗୋଟିଏ ଲେଖାଏଁ ସ୍ଲୋଗାନ୍ ବିଚାରକୁ ନିଆଯିବ
6. ଏଥିରେ ଯକ୍ଷ୍ମାରୁ ସୁସ୍ଥ ହୋଇଥିବା ବ୍ୟକ୍ତି/ତାଙ୍କ ପରିବାର ସଦସ୍ୟ, ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ସବୁ ବର୍ଗର ଲୋକଙ୍କୁ ଭାଗ ନେବା ପାଇଁ ପ୍ରୋତ୍ସାହିତ କରାଯାଉଛି।
7. ଉକ୍ତ ବିବରଣୀରୁ କୌଣସି ବିଭ୍ରାଟ ହେଲେ ଏଣ୍ଟ୍ରି ଅଯୋଗ୍ୟ ବିବେଚିତ ହେବ ।
8. ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ଯକ୍ଷ୍ମା ଡିଭିଜନର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଚୟନ କମିଟି ଦ୍ୱାରା ସର୍ବୋତ୍ତମ ପରିକଳ୍ପନା, ସଠିକ୍ ଫର୍ମାଟ ଏବଂ ବ୍ୟବହୃତ ସୃଜନଶୀଳ କଳ୍ପନାକୁ ଆଧାର କରି ସମସ୍ତ ଏଣ୍ଟ୍ରିକୁ ଯାଞ୍ଚ କରାଯିବ ଏବଂ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯିବ।

ପରିତୋଷ: ଶ୍ରେଷ୍ଠ 5ଟି ତାଲିକାଭୂକ୍ତ ଏଣ୍ଟ୍ରିକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ଯକ୍ଷ୍ମା ଡିଭିଜନ ପକ୍ଷରୁ ମାନପତ୍ର ପ୍ରଦାନ କରାଯିବ।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ। (PDF 125)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
905
ସମୁଦାୟ
22
ଅନୁମୋଦିତ
883
ସମୀକ୍ଷାଧିନ