ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଜାତୀୟ ପର୍ଯ୍ୟଟନ ଦିବସ 2022

ବ୍ୟାନର

ପରିଚୟ

ଭାରତର ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା 75 ସପ୍ତାହର ଭବ୍ୟ ଉତ୍ସବ ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଜାନୁଆରୀ 25 ତାରିଖରେ ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରୁଛି । ପର୍ଯ୍ୟଟନ ସ୍ଥଳୀ ଭାବେ ପ୍ରସିଦ୍ଧ ଥିବା ଚମତ୍କାର ସ୍ଥାନ ଯୋଗୁଁ ସମଗ୍ର ବିଶ୍ୱରେ ଭାରତର ଏକ ଉଲ୍ଲେଖନୀୟ ସ୍ଥାନ ରହିଛି। ଭାରତର ଏକ ସାଂସ୍କୃତିକ ସମୃଦ୍ଧ ଐତିହ୍ୟ ରହିଛି ଯାହା ଅନେକ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଦେଶର ବିବିଧତାକୁ ପାଳନ କରିବା ପାଇଁ ପ୍ରତିବର୍ଷ ଜାନୁଆରୀ 25 ତାରିଖକୁ ଜାତୀୟ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଏ । ଆମ ଦେଶର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବା ଏବଂ ପର୍ଯ୍ୟଟନର ଗୁରୁତ୍ୱ ଏବଂ ଭାରତୀୟ ଅର୍ଥନୀତି ଉପରେ ଏହାର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଛି । ଚଳିତ ବର୍ଷଜାତୀୟ ପର୍ଯ୍ୟଟନ ଦିବସର ବିଷୟବସ୍ତୁ ହେଉଛି ଗ୍ରାମୀଣ ଓ ଗୋଷ୍ଠୀ କେନ୍ଦ୍ରୀତ ପର୍ଯ୍ୟଟନ।