ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ପ୍ୟାରିସ୍‌ ଅଲମ୍ପିକ୍‌ 2024

ବ୍ୟାନର

ଆପଣଙ୍କ ଚିୟର୍‌ ସାରା ବିଶ୍ୱକୁ ଶୁଣାନ୍ତୁ !
ଭାରତ ପାଇଁ ଚିୟର୍‌ କରନ୍ତୁ! ଆପଣଙ୍କ ପ୍ରିୟ ଅଲିମ୍ପିଆନ୍‌ଙ୍କ ପାଇଁ ଚିୟର୍‌ କରନ୍ତୁ।

ସବୁଠାରୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ପାଖେଇ ଆସୁଥିବା ବେଳେ 206ଟି ଜାତୀୟ ଅଲିମ୍ପିକ୍ସ କମିଟିର ପ୍ରାୟ 10,500 ଆଥଲେଟ୍ ପ୍ୟାରିସ୍‌ରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ ଗ୍ରୀଷ୍ମକାଳୀନ କ୍ରୀଡ଼ାରେ ଭାଗ ନେବାକୁ ପ୍ରସ୍ତୁତ ହେଉଛନ୍ତି। ଅଲିମ୍ପିକ୍ସ ହେଉଛି ଏକ ପ୍ଲାଟଫର୍ମ ଯେଉଁଠାରେ ସାରା ବିଶ୍ୱ ପ୍ରତିଯୋଗିତା କରିବାକୁ, ପ୍ରେରଣା ପାଇବାକୁ ଏବଂ ଏକାଠି ହେବାକୁ ଆସିଥାଏ ।

115ରୁ ଅଧିକ ଆଥଲେଟ୍‌ଙ୍କ ଏକ ଶକ୍ତିଶାଳୀ ଦଳ ସହ ଭାରତ ଜୁଲାଇ 26ରୁ ଆରମ୍ଭ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ନିଜର ପରିଚୟ ସୃଷ୍ଟି କରିବାକୁ ଯାଉଛି। ଆମ ଭାରତୀୟ ଦଳର ଉତ୍ସାହକୁ ସମର୍ଥନ କରିବା, ଉତ୍ସାହିତ କରିବା ଏବଂ ସେୟାର କରିବା ପାଇଁ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ଭାରତ ସରକାର, ମାଇଁଗଭ୍‌ ସହଭାଗିତାରେ, ପ୍ୟାରିସ୍ ଅଲିମ୍ପିକ୍ସକୁ କେନ୍ଦ୍ର କରି ଆପଣଙ୍କ ପାଇଁ ଏକାଧିକ ଅନଲାଇନ୍ ମଜାଦାର କାର୍ଯ୍ୟକଳାପ ଘୋଷଣା କରି ଆନନ୍ଦିତ ।

ଏହି କାର୍ଯ୍ୟକଳାପ କେବଳ ଆପଣଙ୍କ ସୃଜନାତ୍ମକ ପ୍ରବୃତ୍ତିକୁ ପ୍ରସ୍ଫୁଟିତ କରିବ ନାହିଁ, ବରଂ ଆମ କ୍ରୀଡ଼ାବିତ୍‌ମାନଙ୍କୁ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହିତ କରିବ। ଆପଣଙ୍କ ସମର୍ଥନ ଏବଂ ଉତ୍ସାହ ନିଶ୍ଚିତ ଭାବେ ଆମ ଖେଳାଳିମାନଙ୍କୁ ଉତ୍ସାହିତ କରିବାରେ ଏବଂ ଭାରତ ପାଇଁ ଅନେକ ପଦକ ଜିତିବାରେ ସାହାଯ୍ୟ କରିବ!

ତେବେ ଆସନ୍ତୁ ସମସ୍ତେ ମିଶି- କରିବା #Cheer4Bharat, ଚିଅର୍‌ ଫର୍‌ ସ୍ପୋର୍ଟସ୍!

କାର୍ଯ୍ୟକଳାପ

କାର୍ଯ୍ୟକଳାପ
#Cheer4Bharat 2024 ପ୍ୟାରିସ ଅଲିମ୍ପିକ୍ସ ପାଇଁ ରିଲ୍ ମେକିଂ ପ୍ରତିଯୋଗିତା
କାର୍ଯ୍ୟକଳାପ
#MeraFavouriteAthlete ପ୍ୟାରିସ୍ ଅଲିମ୍ପିକ୍ସ 2024 ପାଇଁ ରାଇଟ୍-ଅପ୍‌
କାର୍ଯ୍ୟକଳାପ
ପ୍ୟାରିସ ଅଲିମ୍ପିକ୍ସ 2024 ପାଇଁ ସ୍ଲୋଗାନ ପ୍ରସ୍ତୁତି ପ୍ରତିଯୋଗିତା
କାର୍ଯ୍ୟକଳାପ
#Cheer4Bharat ପ୍ୟାରିସ୍ ଅଲିମ୍ପିକ୍ସ 2024 ପାଇଁ ସଙ୍ଗୀତ ରଚନା ପ୍ରତିଯୋଗିତା
କାର୍ଯ୍ୟକଳାପ
#Cheer4Bharat ପ୍ୟାରିସ ଅଲିମ୍ପିକ୍ସ କୁଇଜ୍‌ 2024
କାର୍ଯ୍ୟକଳାପ
#Cheer4Bharat ପ୍ୟାରିସ ଅଲିମ୍ପିକ୍ସ ସର୍ଭେ