ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

DIGIPINର ବିଟା ଭର୍ସନ ଉପରେ ଆଲୋଚନା

DIGIPINର ବିଟା ଭର୍ସନ ଉପରେ ଆଲୋଚନା
ଆରମ୍ଭ ତାରିଖ :
Jul 31, 2024
ଶେଷ ତାରିଖ :
Sep 22, 2024
23:45 PM IST (GMT +5.30 Hrs)

ସରକାରୀ ଏବଂ ବେସରକାରୀ ସେବାଗୁଡିକର ନାଗରିକ-କେନ୍ଦ୍ରୀତ ବିତରଣ ପାଇଁ ସରଳୀକୃତ ସମାଧାନ ସୁନିଶ୍ଚିତ କରିବା ପାଇଁ ଡାକ ବିଭାଗ ଭାରତରେ ଏକ ମାନକ, ଜିଓ-କୋଡେଡ୍ ଆଡ୍ରେସିଂ ସିଷ୍ଟମ ପ୍ରତିଷ୍ଠା ...

ସରକାରୀ ଏବଂ ବେସରକାରୀ ସେବାଗୁଡିକର ନାଗରିକ-କେନ୍ଦ୍ରୀତ ବିତରଣ ପାଇଁ ସରଳୀକୃତ ସମାଧାନ ସୁନିଶ୍ଚିତ କରିବା ପାଇଁ ଡାକ ବିଭାଗ ଭାରତରେ ଏକ ମାନକ, ଜିଓ-କୋଡେଡ୍ ଆଡ୍ରେସିଂ ସିଷ୍ଟମ ପ୍ରତିଷ୍ଠା ପାଇଁ ଏକ ପଦକ୍ଷେପ ଆଗେଇ ନେଉଛି । ଏହି ପରିପ୍ରେକ୍ଷୀରେ ଡିଜିଟାଲ ଡାକ ସୂଚକାଙ୍କ ନମ୍ବର (DIGIPIN) ନାମରେ ଏକ ଜାତୀୟ ଆଡ୍ରେସିଂ ଗ୍ରିଡ୍ ବିକଶିତ କରିବା ପାଇଁ ବିଭାଗ IIT ହାଇଦ୍ରାବାଦ ସହ ସହଯୋଗ କରିଥିଲା। ଏହି ବ୍ୟବସ୍ଥା ଜିଓସ୍ପେସିଆଲ ଗଭର୍ଣ୍ଣାନ୍ସର ଏକ ଶକ୍ତିଶାଳୀ ଏବଂ ମଜବୁତ ସ୍ତମ୍ଭ ଭାବରେ କାର୍ଯ୍ୟ କରିବ, ଯାହା ଦ୍ୱାରା ସାର୍ବଜନୀନ ସେବା ଯୋଗାଣରେ ବୃଦ୍ଧି, ଦ୍ରୁତ ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି ପାଇବ ।

DIGIPIN ସ୍ତର ଏକ ଆଡ୍ରେସିଂ ରେଫରେନ୍ସ ସିଷ୍ଟମ ଭାବରେ କାର୍ଯ୍ୟ କରିବ ଯାହା ଏହାର ନିର୍ମାଣରେ ଅନୁସରଣ କରାଯାଇଥିବା ଯୁକ୍ତିଯୁକ୍ତ ନାମକରଣ ଢାଞ୍ଚା ହେତୁ ଏଥିରେ ନିର୍ମିତ ଦିଗଦର୍ଶକ ଗୁଣ ଥିବା ଠିକଣାଗୁଡ଼ିକୁ ଯୁକ୍ତିଯୁକ୍ତ ଭାବରେ ଚିହ୍ନଟ କରିବା ପାଇଁ ବ୍ୟବହୃତ ହୋଇପାରିବ ।

DIGIPIN ସମ୍ପୂର୍ଣ୍ଣ ଭାବେ ସର୍ବସାଧାରଣରେ ଉପଲବ୍ଧ ହେବା ପାଇଁ ପ୍ରସ୍ତାବ ଦିଆଯାଇଛି ଏବଂ ସମସ୍ତେ ଏହାକୁ ସହଜରେ ବ୍ୟବହାର କରିପାରିବେ । DIGIPIN ଗ୍ରିଡ୍ ସିଷ୍ଟମ୍ ଏକ ଆଡ୍ରିସିଂ ରେଫରେନ୍ସିଂ ସିଷ୍ଟମ ହୋଇଥିବାରୁ, ବିଭିନ୍ନ ସେବା ପ୍ରଦାନକାରୀ ଏବଂ ୟୁଟିଲିଟି ସମେତ ଅନ୍ୟ ଇକୋସିଷ୍ଟମ୍ ପାଇଁ ଆଧାର ସ୍ତର ଭାବରେ ବ୍ୟବହୃତ ହୋଇପାରେ, ଯେଉଁଠାରେ ଆଡ୍ରେସ କରିବା ହେଉଛି କାର୍ଯ୍ୟପ୍ରବାହର ଅନ୍ୟତମ ପ୍ରକ୍ରିୟା ।

ଏହି ବ୍ୟବସ୍ଥା ଜିଓସ୍ପେଶିଆଲ୍ ଗଭର୍ଣ୍ଣାନ୍ସର ଏକ ସୁଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିବ, ଯାହା ଫଳରେ ଜନସେବା ଯୋଗାଣରେ ବୃଦ୍ଧି ଘଟିବ, ତ୍ୱରିତ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଲଜିଷ୍ଟିକ୍ସ ଦକ୍ଷତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ।

DIGIPINର ଆବିର୍ଭାବ ଭୌତିକ ସ୍ଥାନ ଏବଂ ସେମାନଙ୍କର ଡିଜିଟାଲ୍ ଉପସ୍ଥାପନା ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରି ଡିଜିଟାଲ ପରିବର୍ତ୍ତନ ଦିଗରେ ଭାରତର ଯାତ୍ରାରେ ଏକ ବୈପ୍ଳବିକ ପଦକ୍ଷେପ ହେବ ।

ବିଭାଗ ଜନସାଧାରଣଙ୍କ ମତାମତ ପାଇଁ 19.07.2024ରେ ନ୍ୟାସନାଲ ଆଡ୍ରେସିଙ୍ଗ ଗ୍ରୀଡ DIGIPINର ବିଟା ଭର୍ସନ ଜାରି କରିଛି, ଯାହାର ସବିଶେଷ ବିବରଣୀ ଉପଲବ୍ଧ ହେବ ଇଣ୍ଡିଆ ପୋଷ୍ଟ ୱେବସାଇଟ: https://www.indiapost.gov.in/vas/Pages/digipin.aspx

ଡାକ ବିଭାଗ ମାଇଁଗଭ୍‌ ସହଭାଗିତାରେ ଆପଣଙ୍କୁ ବିଟା ପ୍ଲାଟଫର୍ମ ବିଷୟରେ ଜାଣିବା ଏବଂ ଗଠନମୂଳକ ମତାମତ ପ୍ରଦାନ କରିବାକୁ ଆମନ୍ତ୍ରଣ କରୁଛି, ଯାହା DIGIPINର ସ୍ପେସିଫିକେସନଗୁଡିକୁ ସଠିକ୍ କରିବାରେ ସାହାଯ୍ୟ କରିବ ।

Reset
Showing 743 Submission(s)
kunal kishore_11
kunal kishore 16 hours 40 minutes ago

DiGipin is a new system adopted in postal department.it has drastic change in service and other facility availed through postal department.this system had more safe and secure for their customer.

swethakan3@gmail.com
Swetha Kannan 18 hours 33 minutes ago

2. We can communicate and transact very fast ways. But at the same time cyber security is also important. We have to see any loophole or how we can address those if any.

swethakan3@gmail.com
Swetha Kannan 18 hours 34 minutes ago

Some suggestions

The idea is good. I understand from technical doc it is like area code in phone numbers. We have address for post office communication. It looks like digipin is involving number and text it is easy to track, communicate etc.