ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଆମର ଦୈନନ୍ଦିନ କାର୍ଯ୍ୟରେ ଶକ୍ତି ସଞ୍ଚୟ ଅଭ୍ୟାସକୁ ସାମିଲ କରିବା ବିଷୟରେ ଆପଣଙ୍କ ମତାମତ ଦିଅନ୍ତୁ

ଆମର ଦୈନନ୍ଦିନ କାର୍ଯ୍ୟରେ ଶକ୍ତି ସଞ୍ଚୟ ଅଭ୍ୟାସକୁ ସାମିଲ କରିବା ବିଷୟରେ ଆପଣଙ୍କ ମତାମତ ଦିଅନ୍ତୁ
ଆରମ୍ଭ ତାରିଖ:
Dec 11, 2023
ଶେଷ ତାରିଖ :
Feb 11, 2024
18:15 PM IST (GMT +5.30 Hrs)
Submission Closed

ଜାତୀୟ ଶକ୍ତି ସଂରକ୍ଷଣ ଦିବସ 1991 ମସିହାରୁ ପ୍ରତିବର୍ଷ ଡିସେମ୍ବର 14 ତାରିଖରେ ପାଳନ କରାଯାଉଛି। ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE) ଯାହା ଶକ୍ତି ମନ୍ତ୍ରଣାଳୟ ଅଧୀନରେ ରହିଛି...

ଜାତୀୟ ଶକ୍ତି ସଂରକ୍ଷଣ ଦିବସ 1991 ମସିହାରୁ ପ୍ରତିବର୍ଷ ଡିସେମ୍ବର 14 ତାରିଖରେ ପାଳନ କରାଯାଉଛି। ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE),ଯାହା ଶକ୍ତି ମନ୍ତ୍ରଣାଳୟ ଅଧୀନରେ ରହିଛି, ପ୍ରତିବର୍ଷ ଏହି ଉତ୍ସବର ନେତୃତ୍ୱ ନେଇଥାଏ। ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଶକ୍ତି ଦକ୍ଷତା ଏବଂ ସଂରକ୍ଷଣର ମହତ୍ୱ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା।

ଆପଣଙ୍କ ମତାମତ ଗୁରୁତ୍ୱପୂର୍ଣ୍ଣ: ଶକ୍ତି ସଂରକ୍ଷଣ ସମ୍ପର୍କିତ ଆଲୋଚନାରେ ସାମିଲ ହୁଅନ୍ତୁ!

ଆମେ ବିଶ୍ୱାସ କରୁ ଯେ ଛୋଟ ଛୋଟ କାର୍ଯ୍ୟ ଦ୍ୱାରା ବଡ଼ ପରିବର୍ତ୍ତନ ଆସିପାରିବ, ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE)ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଶକ୍ତି ସଂରକ୍ଷଣ ଆଧାରିତ ଏକ ଗୋଷ୍ଠୀଭିତ୍ତିକ ଅଭିଯାନର ଅଂଶବିଶେଷ ହେବାକୁ ଆପଣମାନଙ୍କୁ ଆହ୍ୱାନ କରୁଛି। ଏକ ଅଧିକ ଧାରଣୀୟ ଭବିଷ୍ୟତ ସୃଷ୍ଟି କରିବା ପାଇଁ ଆମର ସାମୁହିକ ପ୍ରୟାସ ଉପରେ ଆପଣମାନଙ୍କ ମତାମତ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ।

ଶକ୍ତି ସଂରକ୍ଷଣ ଏକ ସହଭାଗୀ ଦାୟିତ୍ୱ, ଏବଂ ଆମେ ଆପଣଙ୍କ ଠାରୁ ଏନେଇ ମତାମତ ଚାହୁଁଛୁ! ଏହି ଆଲୋଚନାରେ ଯୋଗଦେବା ଦ୍ୱାରା, ଆପଣ ନିଜର ଚିନ୍ତାଧାରା, ପରାମର୍ଶ ଏବଂ ଅଭିନବ ଉପାୟକୁ ଯୋଗଦାନ କରିବାର ସୁଯୋଗ ପାଇବେ ଯେ ଆମେ ସମସ୍ତେ କିପରି ଆମର ଦୈନନ୍ଦିନ କାର୍ଯ୍ୟକଳାପରେ ଶକ୍ତି ସଞ୍ଚୟ ଅଭ୍ୟାସକୁ ସାମିଲ କରିପାରିବା।

ମନେ ରଖନ୍ତୁ:
1.ନିଜର ବ୍ୟକ୍ତିଗତ ଶକ୍ତି ସଞ୍ଚୟ ଟିପ୍ସକୁ ସେୟାର କରନ୍ତୁ।
2. ଶକ୍ତି ଦକ୍ଷତାକୁ ପ୍ରୋତ୍ସାହନ ଦେବା ପାଇଁ ଗୋଷ୍ଠୀ ସ୍ତରୀୟ ପଦକ୍ଷେପର ପ୍ରସ୍ତାବ।
3. ସଂରକ୍ଷଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସୃଜନଶୀଳ ଉପାୟ ଉପରେ ଆଲୋଚନା।

ଆପଣଙ୍କ ଯୋଗଦାନ ଅମୂଲ୍ୟ, ଏବଂ ଆମେ ମିଳିତ ଭାବେ ଆମ ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇ ପାରିବା। ଆସନ୍ତୁ ଏକ ସବୁଜ, ଅଧିକ ଧାରଣୀୟ ଭବିଷ୍ୟତ ଦିଗରେ କାର୍ଯ୍ୟ କରିବା। ଆପଣଙ୍କ ବିଚକ୍ଷଣ ବିଚାର ଓ ମତାମତ ଶୁଣିବା ପାଇଁ ଅପେକ୍ଷା କରିଛୁ!

ଏଠାରେ କ୍ଲିକ୍ କରନ୍ତୁ , ନିୟମ ଓ ସର୍ତ୍ତାବଳୀ ପାଇଁ.pdf (72.23 KB)