ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ଉପରେ ଏକ ଡୁଡଲ୍ ପ୍ରସ୍ତୁତ କରନ୍ତୁ

ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ଉପରେ ଏକ ଡୁଡଲ୍ ପ୍ରସ୍ତୁତ କରନ୍ତୁ
ଆରମ୍ଭ ତାରିଖ:
Dec 09, 2023
ଶେଷ ତାରିଖ :
Feb 11, 2024
23:45 PM IST (GMT +5.30 Hrs)
View Result Submission Closed

ଜାତୀୟ ଶକ୍ତି ସଂରକ୍ଷଣ ଦିବସ 1991 ମସିହାରୁ ପ୍ରତିବର୍ଷ ଡିସେମ୍ବର 14 ତାରିଖରେ ପାଳନ କରାଯାଉଛି। ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE) ଯାହା ଶକ୍ତି ମନ୍ତ୍ରଣାଳୟ ଅଧୀନରେ ରହିଛି...

ଜାତୀୟ ଶକ୍ତି ସଂରକ୍ଷଣ ଦିବସ 1991 ମସିହାରୁ ପ୍ରତିବର୍ଷ ଡିସେମ୍ବର 14 ତାରିଖରେ ପାଳନ କରାଯାଉଛି। ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE),ଯାହା ଶକ୍ତି ମନ୍ତ୍ରଣାଳୟ ଅଧୀନରେ ରହିଛି, ପ୍ରତିବର୍ଷ ଏହି ଉତ୍ସବର ନେତୃତ୍ୱ ନେଇଥାଏ। ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଶକ୍ତି ଦକ୍ଷତା ଏବଂ ସଂରକ୍ଷଣର ମହତ୍ୱ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା।

ଯେହେତୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଖେଇ ଆସୁଛି, ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE) ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଦେଶର ନାଗରିକମାନଙ୍କୁ 'ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ଉପରେ ଏକ ଡୁଡଲ ପ୍ରସ୍ତୁତ କରିବା' କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆହ୍ୱାନ କରୁଛି, ଯାହାଦ୍ୱାରା ସେମାନେ ଶକ୍ତି ଯୋଦ୍ଧା ହୋଇପାରିବେ ଏବଂ ଭାରତକୁ ଏକ ଶକ୍ତି ଦକ୍ଷ ରାଷ୍ଟ୍ରରେ ପରିଣତ କରିବାରେ ନିଜର ଭୂମିକା ନିର୍ବାହ କରିପାରିବେ।

ନିଜ ଭିତରର କଳାକାରକୁ ବାହାରକୁ ଆଣିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ଏବଂ ଏକ ସବୁଜ, ଅଧିକ ଧାରଣୀୟ ଭବିଷ୍ୟତରେ ଯୋଗଦାନ କରନ୍ତୁ! ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି ଆଗାମୀ ଜାତୀୟ ଶକ୍ତି ସଂରକ୍ଷଣ ଦିବସ 2023 ପାଇଁ ଡୁଡଲ ପ୍ରସ୍ତୁତ କରିବା ପାଇଁ ଅଧିତ ସଂଖ୍ୟାରେ ଜନସାଧାରଣଙ୍କୁ ଆହ୍ୱାନ କରୁଛି।

ଭାଗ ନେବା ପାଇଁ ନିର୍ଦ୍ଦେଶାବଳୀ:
1. ଜାତୀୟ ଶକ୍ତି ସଂରକ୍ଷଣ ଦିବସରେ ଶକ୍ତି ସଂରକ୍ଷଣର ଗୁରୁତ୍ୱକୁ ପ୍ରତିଫଳିତ କରୁଥିବା ଏକ ଡୁଡଲ୍ ପ୍ରସ୍ତୁତ କରନ୍ତୁ।
2.ଡୁଡଲ୍‌ ଡିଜିଟାଲ କିମ୍ବା ହାତରେ ଅଙ୍କାଯାଇଥିବା ଫର୍ମାଟରେ ଦାଖଲ କରାଯାଇପାରିବ ଏବଂ ଏହା କେବଳ PDF ଫର୍ମାଟରେ ହେବା ଆବଶ୍ୟକ।

ଶକ୍ତି ସଂରକ୍ଷଣ ଉପରେ ନିଜର ଚିନ୍ତାଧାରାକୁ କଳା ମାଧ୍ୟମରେ ପ୍ରକାଶ କରିବାର ଏହି ପ୍ରତିଯୋଗିତା ଏକ ସୂବର୍ଣ୍ଣ ସୁଯୋଗ । ଧାରଣୀୟ ଅଭ୍ୟାସକୁ ଆପଣେଇବା ପାଇଁ ଆପଣଙ୍କ ଡୁଡୁଲ ଆମ ସମୁଦାୟ ପାଇଁ ପ୍ରେରଣାର ଆଲୋକବର୍ତ୍ତିକା ହେଉ।

ଏଠାରେ କ୍ଲିକ୍ କରନ୍ତୁ , ନିୟମ ଓ ସର୍ତ୍ତାବଳୀ ପାଇଁ.pdf (69.7 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
464
ସମୁଦାୟ
0
ଅନୁମୋଦିତ
464
ସମୀକ୍ଷାଧୀନ