ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଲକ୍ଷପତି ଦିଦି ପାଇଁ ଲୋଗୋ ପ୍ରସ୍ତୁତ କରନ୍ତୁ

ଲକ୍ଷପତି ଦିଦି ପାଇଁ ଲୋଗୋ ପ୍ରସ୍ତୁତ କରନ୍ତୁ
ଆରମ୍ଭ ତାରିଖ :
Jun 10, 2024
ଶେଷ ତାରିଖ :
Jun 30, 2024
23:45 PM IST (GMT +5.30 Hrs)

ଲକ୍ଷପତି ଦିଦି ପଦକ୍ଷେପ ଦେଶର ସାମାଜିକ-ଅର୍ଥନୈତିକ ଢାଞ୍ଚାରେ ନାରୀ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେଇ ମହିଳାଙ୍କ ଆର୍ଥିକ ସଶକ୍ତୀକରଣକୁ ବୃଦ୍ଧି କରିବା ପାଇଁ ଏକ ଦୂରଦୃଷ୍ଟି ସମ୍ପନ୍ନ ପ୍ରତିବଦ୍ଧତାକୁ ...

ଲକ୍ଷପତି ଦିଦି ପଦକ୍ଷେପ ଦେଶର ସାମାଜିକ-ଅର୍ଥନୈତିକ ଢାଞ୍ଚାରେ ନାରୀ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେଇ ମହିଳାଙ୍କ ଆର୍ଥିକ ସଶକ୍ତୀକରଣକୁ ବୃଦ୍ଧି କରିବା ପାଇଁ ଏକ ଦୂରଦୃଷ୍ଟି ସମ୍ପନ୍ନ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଉଦ୍ୟମିତା, ଦକ୍ଷତା ବୃଦ୍ଧି ଏବଂ ଅତ୍ୟାବଶ୍ୟକ ସମ୍ବଳର ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଇ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳର ମହିଳାମାନଙ୍କର ଲୁକ୍କାୟିତ ଦକ୍ଷତାକୁ ପ୍ରସ୍ଫୁଟିତ କରିବା ସହ ପରିବାର ଏବଂ ସମ୍ପ୍ରଦାୟର କଲ୍ୟାଣ ଉପରେ ସକାରାତ୍ମକ ପ୍ରଭାବକୁ ପ୍ରୋତ୍ସାହିତ କରିବା।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ , ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଦେଶବାସୀଙ୍କୁ ସେମାନଙ୍କର ସୃଜନଶୀଳତା ପ୍ରଦର୍ଶନ କରି ଏକ ଉପଯୁକ୍ତ "ଲୋଗୋ" ପ୍ରସ୍ତୁତ କରିବାକୁ ଆମନ୍ତ୍ରଣ କରୁଛି ଯାହା “ଲକ୍ଷପତି ଦିଦିର” ଲୋକପ୍ରିୟତା ଏବଂ ବ୍ୟାପକ ପହଞ୍ଚ ପାଇଁ ଏହାର ପରିକଳ୍ପନା ସହିତ ସହଜରେ ସମନ୍ୱିତ ହେବ।

ଲୋଗୋରେ ନିମ୍ନଲିଖିତ ଉପାଦାନଗୁଡିକ ରହିବା ଆବଶ୍ୟକ:
1. ସ୍ୱୟଂ ସହାୟକ ଗୋଷ୍ଠୀର ଦିଦିମାନଙ୍କୁ ବିଭିନ୍ନ ଜୀବିକା ସୁଯୋଗ ଗ୍ରହଣ କରି ସଶକ୍ତ କରିବା।
2. ସ୍ୱୟଂ ସହାୟକ ଗୋଷ୍ଠୀ ଦିଦିଙ୍କ "ଲକ୍ଷପତି ଦିଦି" ହେବାର ଅଭିଳାଷ
3. ବିବିଧତା ଓ ଅନ୍ତର୍ଭୁକ୍ତତା
4. SHGଗୁଡ଼ିକ ସରକାର ଓ ସମାଜର ସାମଗ୍ରିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରିବା ସହ ଦିଦିମାନଙ୍କୁ ଲକ୍ଷପତି ଦିଦି ହେବା ପାଇଁ ସକ୍ଷମ କରିବା ପାଇଁ ବିଭିନ୍ନ ଷ୍ଟେକହୋଲ୍ଡରଙ୍କ ମଧ୍ୟରେ ସମନ୍ୱୟ ଓ ଭାଗିଦାରୀକୁ ସାମିଲ କରିବା ଆବଶ୍ୟକ

ପରିତୋଷ:
ବିଜେତାଙ୍କୁ 50,000/- ଟଙ୍କା (ପଚାଶ ହଜାର ଟଙ୍କା ମାତ୍ର)ର ପୁରସ୍କାର ରାଶି ପ୍ରଦାନ କରାଯିବ

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପଢ଼ିବା ପାଇଁ।

ଏହି ମନ୍ତ୍ରଣାଳୟ ସମ୍ବନ୍ଧୀୟ କୌଣସି ପ୍ରଶ୍ନ ପାଇଁ, ଦୟାକରି ମନ୍ତ୍ରଣାଳୟ ୱେବ୍‌ସାଇଟ୍‌ ଲିଙ୍କ୍‌ରେ ସିଧାସଳଖ ଯୋଗାଯୋଗ କରନ୍ତୁ।

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
484
ସମୁଦାୟ
227
ଅନୁମୋଦିତ
257
ସମୀକ୍ଷାଧିନ
Reset