ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଗ୍ରୀଷ୍ମ ଅବକାଶ 2023ରେ ଏକ ରିଲ୍ ତିଆରି କରନ୍ତୁ

ଗ୍ରୀଷ୍ମ ଅବକାଶ 2023ରେ ଏକ ରିଲ୍ ତିଆରି କରନ୍ତୁ
ଆରମ୍ଭ ତାରିଖ :
Jul 20, 2023
ଶେଷ ତାରିଖ :
Aug 20, 2023
23:45 PM IST (GMT +5.30 Hrs)
ଫଳାଫଳ ଦେଖନ୍ତୁ ସବମିଶନ ବନ୍ଦ

ପର୍ଯ୍ୟଟନ ମନ୍ତ୍ରଣାଳୟ India@75 ଅଭିଯାନ ଅଧୀନରେ ଯୁବ ପର୍ଯ୍ୟଟନ କ୍ଲବ୍‌ର ଶୁଭାରମ୍ଭ କରିଛି ଯାହା କି ଯୁବ ମାନସିକତା ନିର୍ମାଣ ଦିଗରେ ବିଶେଷ ଧ୍ୟାନ ଦେଇଛି । ଯୁବପିଢ଼ିଙ୍କର, ଯୁବପିଢ଼ିଙ୍କ ଦ୍ୱାରା...

ପର୍ଯ୍ୟଟନ ମନ୍ତ୍ରଣାଳୟ India@75 ଅଭିଯାନ ଅଧୀନରେ ଯୁବ ପର୍ଯ୍ୟଟନ କ୍ଲବ୍‌ର ଶୁଭାରମ୍ଭ କରିଛି ଯାହା କି ଯୁବ ମାନସିକତା ନିର୍ମାଣ ଦିଗରେ ବିଶେଷ ଧ୍ୟାନ ଦେଇଛି । ଯୁବପିଢ଼ିଙ୍କର, ଯୁବପିଢ଼ିଙ୍କ ଦ୍ୱାରା ଏବଂ ଯୁବପିଢ଼ିଙ୍କ ପାଇଁ ଯୁବ ବୟସରୁ ହିଁ ପର୍ଯ୍ୟଟନ ବିକାଶରେ ସହାୟକ ହେବେ । ଆମ ଯୁବପିଢ଼ି ପର୍ଯ୍ୟଟନର ଯୁବ ଦୂତ ହେବେ । ଯୁବପିଢ଼ିଙ୍କ ଦ୍ୱାରା ସେୟାର୍ ହୋଇଥିବା ଅଭିଜ୍ଞତା ସେମାନଙ୍କ ବନ୍ଧୁ ଏବଂ ପରିବାରକୁ ଯାତ୍ରା କରିବାକୁ ଉତ୍ସାହିତ କରିବ । ଏହି ଯୁବ ଓ ଦୃଢ଼ ମନଗୁଡିକ ନିରପେକ୍ଷ ମତାମତ ପ୍ରଦାନ କରିବେ ଯାହା ଆମକୁ ନିଜକୁ ଉନ୍ନତ କରିବାରେ ଏବଂ ସେମାନଙ୍କ ଆଶା ପୂରଣ କରିବାରେ ସାହାଯ୍ୟ କରିବ ।

ଅପରପକ୍ଷରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପର୍ଯ୍ୟଟନ ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ କ୍ଲବ୍ ଗୁଡ଼ିକ ଆମକୁ ସାହାଯ୍ୟ କରିବେ। ଏହା ଦେଶର ବିବିଧ ସାଂସ୍କୃତିକ, ଐତିହ୍ୟ ଏବଂ ପ୍ରାକୃତିକ ଭୌଗୋଳିକ ସ୍ଥିତି ବିଷୟରେ ଯୁବପିଢ଼ିଙ୍କୁ ସଚେତନ କରିବା, ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଅଭ୍ୟାସକୁ ପ୍ରସାର କରିବା, ଶିକ୍ଷାରେ ଭ୍ରମଣ ଏବଂ ପର୍ଯ୍ୟଟନର ଗୁରୁତ୍ୱକୁ ପ୍ରଶଂସା କରିବା ଏବଂ ଆତିଥ୍ୟ/ ପର୍ଯ୍ୟଟନ କ୍ଷେତ୍ରରେ ଦକ୍ଷ ପେସାଦାର ଭାବରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବାରେ ସହାୟକ ହେବ ।

ମାର୍ଗଦର୍ଶିକା:
ବିଷୟ ବସ୍ତୁ : ରିଲ୍ ଗୁଡ଼ିକ ପ୍ରତିଯୋଗୀଙ୍କ ଗ୍ରୀଷ୍ମ ଛୁଟି ଅନୁଭୂତି ସହିତ ସମ୍ବନ୍ଧିତ ହେବା ଆବଶ୍ୟକ।
ମାଧ୍ୟମ: ଭିଡିଓରେ ରିଲ୍ ତିଆରି କରାଯାଇପାରିବ।
ଦୈର୍ଘ୍ୟ: ରିଲ୍ ଗୁଡ଼ିକ 60 ସେକେଣ୍ଡରୁ ଅଧିକ ହେବ ନାହିଁ।
ଦାଖଲ କରିବା: ରିଲ୍‌ଗୁଡ଼ିକ ଏକ ଭିଡିଓ ଫାଇଲ୍ (.mp4 କିମ୍ୱା .mov) ଭାବରେ ଦାଖଲ କରିବା ଆବଶ୍ୟକ।
ରିଲ୍‌ସ ଭିଡିଓ #YuvaTourismClubs, #YTCReelCompetition ଏବଂ #YTC ସହ ସହ ଟ୍ୟାଗ୍ ହେବା ଜରୁରୀ.
ସମୟସୀମା: ଦାଖଲ କରିବାର ଶେଷ ତାରିଖ 20 ଅଗଷ୍ଟ 2023 ରହିଛି।

ପରିତୋଷ-
27.09.2023 (ବିଶ୍ୱ ପର୍ଯ୍ୟଟନ ଦିବସ) ରେ ଦିଲ୍ଲୀରେ ଜାତୀୟ ପର୍ଯ୍ୟଟନ ପୁରସ୍କାର ସମାରୋହରେ ଅଂଶଗ୍ରହଣ ପାଇଁ 5 ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରାଯିବ।

ନିୟମ ଓ ସର୍ତ୍ତାବଳୀ ପାଇଁ ଏଠାରେ କ୍ଲିକ୍ କରନ୍ତୁ(PDF 115KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
121
ସମୁଦାୟ
0
ଅନୁମୋଦିତ
121
ସମୀକ୍ଷାଧିନ