ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଜାତୀୟ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ମାସ୍କଟ ଡିଜାଇନ୍ କରନ୍ତୁ

ଜାତୀୟ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ମାସ୍କଟ ଡିଜାଇନ୍ କରନ୍ତୁ
ଆରମ୍ଭ ତାରିଖ:
Dec 10, 2023
ଶେଷ ତାରିଖ :
Feb 11, 2024
18:15 PM IST (GMT +5.30 Hrs)
View Result Submission Closed

ଶକ୍ତି ସଂରକ୍ଷଣ ଦିବସ 1991 ମସିହାରୁ ପ୍ରତିବର୍ଷ ଡିସେମ୍ବର 14 ତାରିଖରେ ପାଳନ କରାଯାଉଛି। ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE) ଯାହା ଶକ୍ତି ମନ୍ତ୍ରଣାଳୟ ଅଧୀନରେ ରହିଛି...

ଜାତୀୟ ଶକ୍ତି ସଂରକ୍ଷଣ ଦିବସ 1991 ମସିହାରୁ ପ୍ରତିବର୍ଷ ଡିସେମ୍ବର 14 ତାରିଖରେ ପାଳନ କରାଯାଉଛି। ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE),ଯାହା ଶକ୍ତି ମନ୍ତ୍ରଣାଳୟ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ରହିଛି, ପ୍ରତିବର୍ଷ ଏହି ଉତ୍ସବର ନେତୃତ୍ୱ ନେଇଥାଏ। ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଶକ୍ତି ଦକ୍ଷତା ଏବଂ ସଂରକ୍ଷଣର ମହତ୍ୱ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା।

ଆମେ ଯେହେତୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛୁ, ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE) ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଏକ ସୃଜନଶୀଳ ଆନ୍ଦୋଳନର ଅଂଶବିଶେଷ ହେବା ପାଇଁ ଆପଣଙ୍କୁ ଆହ୍ୱାନ କରୁଛି ଯାହା ସ୍ଥାୟୀ ପ୍ରଭାବ ପକାଇବ! "ଶକ୍ତି ସଂରକ୍ଷଣ ଜୀବନର ଏକ ମାର୍ଗ"ର ସାରମର୍ମକୁ ପ୍ରତିଫଳିତ କରୁଥିବା ଏକ ମାସ୍କଟ୍‌ର ପରିକଳ୍ପନା କରିବା ପାଇଁ ନିଜର ସୃଜଶୀଳତା ପ୍ରଦର୍ଶିତ କରନ୍ତୁ । ଏହି ଚରିତ୍ର ଶକ୍ତି ସଂରକ୍ଷଣକୁ ଆମ ଜୀବନର ଏକ ପ୍ରାକୃତିକ ଓ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ସାମୂହିକ ପ୍ରୟାସର ପ୍ରତୀକ ହେବା ଉଚିତ।

କିପରି ଅଂଶଗ୍ରହଣ କରିବେ:
1. ଶକ୍ତି ସଂରକ୍ଷଣ ଏବଂ ଜାତୀୟ ଶକ୍ତି ସଂରକ୍ଷଣ ଦିବସର ଭାବନାକୁ ପରିଭାଷିତ କରୁଥିବା ନିଜର ମୂଳ ମାସ୍କଟ ଡିଜାଇନକୁ ପ୍ରସ୍ତୁତ କରନ୍ତୁ ଏବଂ ଦାଖଲ କରନ୍ତୁ।
2. ସାମାଜିକ ଗଣମାଧ୍ୟମରେ ନିଜର ମାସ୍କଟ ଡିଜାଇନକୁ #EnergyMascotContest ବ୍ୟବହାର କରି ଅନ୍ୟମାନଙ୍କୁ ପ୍ରେରଣା ଦେବା ସହ ନିଜର ସୃଜନଶୀଳ ଦୃଷ୍ଟିଭଙ୍ଗୀକୁ ପ୍ରଦର୍ଶିତ କରିବା ପାଇଁ ସେୟାର କରନ୍ତୁ।

ମାସ୍କଟ କେମିତି ଦେଖାଯିବା ଉଚିତ:
1. ମାସ୍କଟ ଡିଜାଇନ ଯାହା ଶକ୍ତି ଦକ୍ଷତା, ପରିବେଶ ପରିଚାଳନା ଏବଂ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନର ପ୍ରତୀକ ହେବ।
2. ବିବିଧ ଦର୍ଶକଙ୍କ ସହ ଯୋଡ଼ିହେଉଥିବା ଚରିତ୍ର, ଯାହା ସଂରକ୍ଷଣ ପ୍ରତି ଆମର ପ୍ରତିବଦ୍ଧତାରେ ଏକତା ଭାବନାକୁ ପ୍ରୋତ୍ସାହିତ କରିବ।
3. ଜାତୀୟ ସ୍ତରରେ ଶକ୍ତି ସଂରକ୍ଷଣର ମହତ୍ୱ ବିଷୟରେ ଏକ ସକାରାତ୍ମକ ଓ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରୁଥିବା ଧାରଣା।

ପରିତୋଷ ଓ ପୁରସ୍କାର:
1.ଜାତୀୟ ମାନ୍ୟତା: ବିଜୟୀ ମାସ୍କଟକୁ BEEର ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଦର୍ଶିତ କରାଯିବ।
2.ନିଜପ ପରିଚୟ ସୃଷ୍ଟି କରନ୍ତୁ: ଆପଣଙ୍କ ଡିଜାଇନ BEEର ଶକ୍ତି ସଂରକ୍ଷଣ ପଦକ୍ଷେପର ସରକାରୀ ଚେହେରା ହୋଇପାରିବ।
3.ଆପଣଙ୍କ ପ୍ରତିଭାକୁ ପ୍ରଦର୍ଶନ କରନ୍ତୁ: ଆପଣଙ୍କ ଡିଜାଇନ୍ ଶକ୍ତି ସଂରକ୍ଷଣର ଏକ ପ୍ରତୀକ ହୋଇପାରିବ, ଯାହା ଜାତୀୟ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ.pdf(71.14 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
529
ସମୁଦାୟ
0
ଅନୁମୋଦିତ
529
ସମୀକ୍ଷାଧୀନ