ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ହସ୍ତତନ୍ତ ଉପରେ ଏକ ଡୁଡଲ୍ ଡିଜାଇନ୍ କରନ୍ତୁ

ହସ୍ତତନ୍ତ ଉପରେ ଏକ ଡୁଡଲ୍ ଡିଜାଇନ୍ କରନ୍ତୁ
ଆରମ୍ଭ ତାରିଖ :
Jun 16, 2024
ଶେଷ ତାରିଖ :
Jul 15, 2024
23:45 PM IST (GMT +5.30 Hrs)

ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ଏବଂ ଦେଶର ସାମାଜିକ-ଅର୍ଥନୈତିକ ବିକାଶରେ ଏହାର ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 7 ତାରିଖରେ ପାଳନ କରାଯାଏ ଜାତୀୟ ହସ୍ତତନ୍ତ ଦିବସ...

ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ଏବଂ ଦେଶର ସାମାଜିକ-ଅର୍ଥନୈତିକ ବିକାଶରେ ଏହାର ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 7 ତାରିଖରେ ପାଳନ କରାଯାଏ ଜାତୀୟ ହସ୍ତତନ୍ତ ଦିବସ.

1905 ମସିହା ଆଜିର ଦିନରେ କଲିକତା ଟାଉନ ହଲରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନର ସ୍ମୃତିରେ ଅଗଷ୍ଟ 7 ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ଚୟନ କରାଯାଇଥିଲା।

ପ୍ରଥମ ଜାତୀୟ ହସ୍ତତନ୍ତ ଦିବସ 2015 ଅଗଷ୍ଟ 7 ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇସ୍ଥିତ ମାଡ୍ରାସ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ହଲ୍‌ରେ ଉଦଘାଟନ କରିଥିଲେ।

ବୟନଶିଳ୍ପ ମନ୍ତ୍ରଣାଳୟ ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଆୟୋଜନ କରୁଛି ହସ୍ତତନ୍ତ ଉପରେ ଏକ ଡୁଡଲ୍ ଡିଜାଇନ୍ କରନ୍ତୁପ୍ରତିଯୋଗିତା । ଏଥିପାଇଁ ଭାରତୀୟ ନାଗରିକମାନଙ୍କୁ ଭାରତୀୟ ହସ୍ତତନ୍ତ ସହିତ ସେମାନଙ୍କର ସମ୍ପର୍କ ଦେଖାଇବା ଏବଂ ହସ୍ତତନ୍ତ କ୍ଷେତ୍ରକୁ ସମର୍ଥନ କରିବା ପାଇଁ ଡୁଡଲ ଡିଜାଇନିଂ ମାଧ୍ୟମରେ ସେମାନଙ୍କର ସୃଜନଶୀଳତା ପ୍ରଦର୍ଶନ କରିବାକୁ ଅନୁରୋଧ କରାଯାଇଛି ।

ଭାଗ ନେବା ପାଇଁ ନିର୍ଦ୍ଦେଶାବଳୀ:
1. ଜାତୀୟ ହସ୍ତତନ୍ତ ଦିବସର ଗୁରୁତ୍ୱକୁ ପ୍ରତିଫଳିତ କରୁଥିବା ଏକ ଡୁଡୁଲ୍ ପ୍ରସ୍ତୁତ କରନ୍ତୁ।
2. ଡୁଡଲ୍‌ଗୁଡ଼ିକ ଡିଜିଟାଲ କିମ୍ବା ହାତରେ ପ୍ରସ୍ତୁତ ଫର୍ମାଟରେ ଦାଖଲ କରାଯାଇପାରିବ ଏବଂ ଏହା କେବଳ PDF ଫର୍ମାଟରେ ହେବା ଆବଶ୍ୟକ।
3. କଳା ମାଧ୍ୟମରେ ଆପଣଙ୍କ ଚିନ୍ତାଧାରା ଓ ସମ୍ପର୍କକୁ ପ୍ରକାଶ କରିବା ପାଇଁ ଏହି ପ୍ରତିଯୋଗିତା ଏକ ସୁନ୍ଦର ସୁଯୋଗ ଅଟେ । ଆପଣଙ୍କ ଡୁଡଲ୍‌ ଭାରତୀୟ ହସ୍ତତନ୍ତ ଉତ୍ପାଦ ବ୍ୟବହାର କରିବା ପାଇଁ ଲୋକମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହେଉ।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ । (PDF 81KB)

ଏହି ମନ୍ତ୍ରଣାଳୟ ସମ୍ବନ୍ଧୀୟ କୌଣସି ପ୍ରଶ୍ନ ପାଇଁ, ଦୟାକରି ମନ୍ତ୍ରଣାଳୟ ୱେବ୍‌ସାଇଟ୍‌ ଲିଙ୍କ୍‌ରେ ସିଧାସଳଖ ଯୋଗାଯୋଗ କରନ୍ତୁ।

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
183
ସମୁଦାୟ
126
ଅନୁମୋଦିତ
57
ସମୀକ୍ଷାଧିନ
Reset