ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ନିଶାମୁକ୍ତ ଭାରତ ଅଭିଯାନ କମିକ ଚ୍ୟାଲେଞ୍ଜ ମାଦକଦ୍ରବ୍ୟ ବିରୁଦ୍ଧରେ ଏକତ୍ରିତ

ନିଶାମୁକ୍ତ ଭାରତ ଅଭିଯାନ କମିକ ଚ୍ୟାଲେଞ୍ଜ ମାଦକଦ୍ରବ୍ୟ ବିରୁଦ୍ଧରେ ଏକତ୍ରିତ
ଆରମ୍ଭ ତାରିଖ :
Sep 13, 2024
ଶେଷ ତାରିଖ :
Dec 11, 2024
23:45 PM IST (GMT +5.30 Hrs)

ମାଦକ ଦ୍ରବ୍ୟର ବ୍ୟବହାର ଦ୍ୱାରା ଗମ୍ଭୀର ସାମାଜିକ, ମାନସିକ ଓ ଶାରୀରିକ ସମସ୍ୟା ଦେଖାଦେଇଥାଏ । ଏହାର ମୁକାବିଲା ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ 15 ଅଗଷ୍ଟ 2020ରେ ନିଶା ମୁକ୍ତ ଭାରତ ଅଭିଯାନ ...

ମାଦକ ଦ୍ରବ୍ୟର ବ୍ୟବହାର ଦ୍ୱାରା ଗମ୍ଭୀର ସାମାଜିକ, ମାନସିକ ଓ ଶାରୀରିକ ସମସ୍ୟା ଦେଖାଦେଇଥାଏ । ଏହାର ମୁକାବିଲା ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ 15 ଅଗଷ୍ଟ 2020ରେ ନିଶା ମୁକ୍ତ ଭାରତ ଅଭିଯାନ (NMBA) ଆରମ୍ଭ କରିଛି । NMBA ନିରାକରଣ, ମୂଲ୍ୟାଙ୍କନ, ଚିକିତ୍ସା, ଥଇଥାନ, ପରବର୍ତ୍ତୀ ଯତ୍ନ, ସାର୍ବଜନୀନ ସୂଚନା ପ୍ରସାର ଏବଂ ଗୋଷ୍ଠୀ ସଚେତନତା ପଦକ୍ଷେପର ସମନ୍ୱୟ କରିଥାଏ। ପ୍ରାରମ୍ଭରେ 272ଟି ପ୍ରଭାବିତ ଜିଲ୍ଲାକୁ ଧ୍ୟାନରେ ରଖି NMBA ଦେଶବ୍ୟାପୀ ସମ୍ପ୍ରସାରିତ ହୋଇଛି ଏବଂ 12.71 କୋଟିରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି । ସହଭାଗିତା ମାଧ୍ୟମରେ, NMBA ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିଥାଏ, ଭୁଲ୍‌ ଧାରଣାକୁ ହ୍ରାସ କରିଥାଏ ଏବଂ ପଦାର୍ଥ ବ୍ୟବହାର ରୋକିବାରେ ଗ୍ରହଣୀୟତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିଥାଏ।

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଏକ କମିକ୍‌ ଚ୍ୟାଲେଞ୍ଜ ଆୟୋଜନ କରୁଛି ଏବଂ ଉଦୀୟମାନ କଳାକାରମାନଙ୍କୁ କମିକ୍ସ ମାଧ୍ୟମରେ ମାଦକ ଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ଲଢ଼ିବାରେ ସାହସ, ସ୍ଥିରତା ଏବଂ ସାଙ୍ଗସାଥୀଙ୍କ ସମର୍ଥନର ଗୁରୁତ୍ୱକୁ ଦର୍ଶାଇବାକୁ ଉତ୍ସାହିତ କରୁଛି ।

ଏହି କମିକ୍‌ ପ୍ରତିଯୋଗିତାର ଥିମ୍‌ ହେଉଛି "ମାଦକଦ୍ରବ୍ୟ ବିରୁଦ୍ଧରେ ଏକତ୍ରିତ", ଏବଂ ପ୍ରତିଯୋଗୀମାନଙ୍କୁ ପରସ୍ପରକୁ ସମର୍ଥନ କରିବା, ଜ୍ଞାନ ବାଣ୍ଟିବା ଏବଂ ନିଶାମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ଗୋଷ୍ଠୀମାନେ କିପରି ଏକଜୁଟ ହୁଅନ୍ତି ତାହାକୁ ପ୍ରଦର୍ଶିତ କରୁଥିବା କମିକ୍ସ ତିଆରି କରିବାକୁ ଉତ୍ସାହିତ କରାଯାଉଛି ।

ମୂଲ୍ୟାୟନ ମାନଦଣ୍ଡ
1. ଏଣ୍ଟ୍ରିଟି ଥିମ୍‌ ସହ ପ୍ରାସଙ୍ଗିକ ହେବା ଆବଶ୍ୟକ
2. ଏଣ୍ଟ୍ରିଟି ନିର୍ଦ୍ଧାରିତ ଥିମ୍‌କୁ ସ୍ପଷ୍ଟ ଭାବେ ଦର୍ଶାଇବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ପ୍ରଦର୍ଶିତ କରିବା ଆବଶ୍ୟକ
3. ସାମଗ୍ରିକ ଭାବେ ଦୃଷ୍ଟି ଆକର୍ଷଣ
4. ଏଣ୍ଟ୍ରିର ଗୁଣବତ୍ତା

ପୁରସ୍କାର
ଏହି ପ୍ରତିଯୋଗିତାରେ ତିନି ଜଣ ବିଜେତାଙ୍କୁ ନଗଦ ପୁରସ୍କାର ପ୍ରଦାନ କରାଯିବ:
1. 1ମ ବିଜେତାଙ୍କୁ 15,000/- ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ
2. 2ୟ ବିଜେତାଙ୍କୁ 10,000/- ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ
3. 3ୟ ବିଜେତାଙ୍କୁ 5,000/- ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ (PDF 121 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
102
ସମୁଦାୟ
82
ଅନୁମୋଦିତ
20
ସମୀକ୍ଷାଧିନ