ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଦେଶାତ୍ମବୋଧକ ପୋଷାକ ପ୍ରତିଯୋଗିତା

ଦେଶାତ୍ମବୋଧକ ପୋଷାକ ପ୍ରତିଯୋଗିତା
ଆରମ୍ଭ ତାରିଖ :
Jul 12, 2024
ଶେଷ ତାରିଖ :
Jul 30, 2024
23:45 PM IST (GMT +5.30 Hrs)
View Result Submission Closed

ଆସନ୍ତୁ ସ୍ୱାଧୀନତା ଦିବସ 2024 ପାଳନ କରିବା ଏବଂ ଆମର ଦେଶପ୍ରେମକୁ ଅଧିକ ମନୋରମ ଭାବରେ ଦେଖାଇବା, ଦେଶଭକ୍ତି ଓ ସ୍ୱାଧୀନତାର ସାରମର୍ମକୁ ପ୍ରତିଫଳିତ କରୁଥିବା ଏକ ସେଲ୍ଫି / ଫଟୋ କ୍ୟାପଚର‌୍‌ କରିବାକୁ ପ୍ରସ୍ତୁତ ହୁଅନ୍ତୁ ।

ଆସନ୍ତୁ ସ୍ୱାଧୀନତା ଦିବସ 2024 ପାଳନ କରିବା ଏବଂ ଆମର ଦେଶପ୍ରେମକୁ ଅଧିକ ମନୋରମ ଭାବରେ ଦେଖାଇବା, ଦେଶଭକ୍ତି ଓ ସ୍ୱାଧୀନତାର ସାରମର୍ମକୁ ପ୍ରତିଫଳିତ କରୁଥିବା ଏକ ସେଲ୍ଫି / ଫଟୋ କ୍ୟାପଚର‌୍‌ କରିବାକୁ ପ୍ରସ୍ତୁତ ହୁଅନ୍ତୁ ।

ଜୀବନର ଯେକୌଣସି ବୟସ ବର୍ଗରେ ଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଦେଶଭକ୍ତିର ଗଭୀର ଭାବନା ଜାଗ୍ରତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଦେଶ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶିତ କରୁଥିବା ପୋଷାକରେ ସଜ୍ଜିତ ହୋଇ ଫଟୋ କିମ୍ବା ସେଲଫି ସେୟାର କରିବା ପାଇଁ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରାଯାଏ । ଏହି ପୋଷାକ ଭାରତର ଭାବନାକୁ ପ୍ରତିଫଳିତ କରିବା ଉଚିତ, ଯେଉଁଥିରେ ଖଦି, ହାତବୁଣା ବସ୍ତ୍ର କିମ୍ବା ପ୍ରାକୃତିକ ରଙ୍ଗ ଭଳି ଉପାଦାନ ରହିଛି ଯାହା ଦେଶର ଜୀବନ୍ତ ସାଂସ୍କୃତିକ ପରମ୍ପରା ସହିତ ପ୍ରତିଫଳିତ ହେବ । ଏହି ପ୍ରତିଯୋଗିତା ଫ୍ୟାସନ ଏବଂ ସୃଜନଶୀଳ ଅଭିବ୍ୟକ୍ତିର କଳାତ୍ମକତା ମାଧ୍ୟମରେ ଜାତୀୟ ପରିଚୟ ପ୍ରତି ଗର୍ବ ସୃଷ୍ଟି କରି ଭାରତର ସ୍ୱାଧୀନତା ଦିବସ ପାଳନକୁ ଗୁରୁତ୍ୱ ପ୍ରଦାନ କରିଥାଏ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଆୟୋଜନ କରୁଛି ଦେଶାତ୍ମବୋଧକ ପୋଷାକ ପ୍ରତିଯୋଗିତା.

ଭାଗ ନେବା ପାଇଁ ନିର୍ଦ୍ଦେଶାବଳୀ:
1. ପ୍ରତିଯୋଗୀମାନେ ଦେଶ ପ୍ରତି ଦେଶଭକ୍ତି ପ୍ରଦର୍ଶନ କରୁଥିବା ଦେଶାତ୍ମବୋଧକ ପୋଷାକ ପିନ୍ଧି ନିଜର ଫଟୋ/ସେଲ୍ଫି ଅପଲୋଡ୍ କରିବେ।
2. ଏହି ପୋଷାକ ଯେକୌଣସି ରୂପରେ ଭାରତର ଭାବନାକୁ ପ୍ରଦର୍ଶିତ କରିବା ଆବଶ୍ୟକ ଯାଥ, ଖଦି, ହାତ ବୁଣା, ପ୍ରାକୃତିକ ରଙ୍ଗ ଇତ୍ୟାଦି।

ପରିତୋଷ:
1ମ ପୁରସ୍କାର - ₹ 25,000/-
2ୟ ପୁରସ୍କାର - ₹ 15,000/-
3ୟ ପୁରସ୍କାର - ₹ 10,000/-
ଶ୍ରେଷ୍ଠ 250 ପ୍ରତିଯୋଗୀଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ଲାଲକିଲ୍ଲାରେ ଅଗଷ୍ଟ 15, 2024ରେ ସ୍ୱାଧୀନତା ଦିବସ ସମାରୋହ ପାଳନ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରାପ୍ତ ହେବ ।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପଢିବା ପାଇଁ । (PDF 153 KB)

ଏହି ମନ୍ତ୍ରଣାଳୟ ସମ୍ବନ୍ଧୀୟ କୌଣସି ପ୍ରଶ୍ନ ପାଇଁ, ଦୟାକରି ମନ୍ତ୍ରଣାଳୟ ୱେବ୍‌ସାଇଟ୍‌ରେ ସିଧାସଳଖ ଯୋଗାଯୋଗ କରନ୍ତୁ - https://mod.gov.in/

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
2012
ସମୁଦାୟ
0
ଅନୁମୋଦିତ
2012
ସମୀକ୍ଷାଧିନ