ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଶକ୍ତି ସଂରକ୍ଷଣ ଉପରେ ପୋଷ୍ଟର ତିଆରି ପ୍ରତିଯୋଗିତା

ଶକ୍ତି ସଂରକ୍ଷଣ ଉପରେ ପୋଷ୍ଟର ତିଆରି ପ୍ରତିଯୋଗିତା
ଆରମ୍ଭ ତାରିଖ:
Dec 09, 2023
ଶେଷ ତାରିଖ :
Feb 11, 2024
18:15 PM IST (GMT +5.30 Hrs)
View Result Submission Closed

ଜାତୀୟ ଶକ୍ତି ସଂରକ୍ଷଣ ଦିବସ 1991 ମସିହାରୁ ପ୍ରତିବର୍ଷ ଡିସେମ୍ବର 14 ତାରିଖରେ ପାଳନ କରାଯାଉଛି। ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE) ଯାହା ଶକ୍ତି ମନ୍ତ୍ରଣାଳୟ ଅଧୀନରେ ରହିଛି...

ଜାତୀୟ ଶକ୍ତି ସଂରକ୍ଷଣ ଦିବସ 1991 ମସିହାରୁ ପ୍ରତିବର୍ଷ ଡିସେମ୍ବର 14 ତାରିଖରେ ପାଳନ କରାଯାଉଛି। ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE),ଯାହା ଶକ୍ତି ମନ୍ତ୍ରଣାଳୟ ଅଧୀନରେ ରହିଛି, ପ୍ରତିବର୍ଷ ଏହି ଉତ୍ସବର ନେତୃତ୍ୱ ନେଇଥାଏ। ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଶକ୍ତି ଦକ୍ଷତା ଏବଂ ସଂରକ୍ଷଣର ମହତ୍ୱ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା।

ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଶକ୍ତି ସଂରକ୍ଷଣ ଉପରେ ପୋଷ୍ଟର ତିଆରି ପ୍ରତିଯୋଗିତାର ଆୟୋଜନ କରୁଛି ଯେଉଁଥିରେ ଭାଗନେଇ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ସୃଜନଶୀଳତା ପ୍ରଦର୍ଶନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି। ଶକ୍ତି ସଂରକ୍ଷଣର ବାର୍ତ୍ତାକୁ ପ୍ରତିଫଳିତ କରୁଥିବା ଏବଂ ପରିବର୍ତ୍ତନକୁ ପ୍ରେରଣା ଦେଉଥିବା ଏହି ଅଭିଯାନରେ ଆମ ସହ ସାମିଲ ହୁଅନ୍ତୁ। ଆପଣଙ୍କ ଶବ୍ଦ ପରିବର୍ତ୍ତନର ସୂତ୍ରପାତ କରିପାରେ! "ଶକ୍ତି ସଂରକ୍ଷଣ - ଜୀବନର ଏକ ମାର୍ଗ" ବିଷୟବସ୍ତୁ ଉପରେ ପୋଷ୍ଟର ତିଆରି ପ୍ରତିଯୋଗିତାରେ ଭାଗ ନିଅନ୍ତୁ । ଏହାର ଉଦ୍ଦେଶ୍ୟ ହେଉଛି ଆମ ଦୈନନ୍ଦିନ ଜୀବନରେ ଶକ୍ତି ସଂରକ୍ଷଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆପଣଙ୍କ ସୃଜନଶୀଳତା ଏବଂ କଳାତ୍ମକ ପ୍ରତିଭାକୁ ଉପଯୋଗ କରିବା।

Guidelines for Participation:
1. ଏକ ପୋଷ୍ଟର ତିଆରି କରନ୍ତୁ ଯାହା "ଶକ୍ତି ସଂରକ୍ଷଣ ଜୀବନର ଏକ ମାର୍ଗ" ବିଷୟବସ୍ତୁକୁ ପ୍ରତିଫଳିତ କରିବ
2.Use any artistic medium of your choice (e.g., drawings, paintings, digital art).
3. X, Facebook, Instagram, LinkedIn, ଓ YouTubeରେ ବ୍ୟୁରୋ ଅଫ ଏନର୍ଜି ଏଫିସିଏନ୍ସିକୁ ଫଲୋ କରନ୍ତୁ।

ଧାରଣୀୟ ଜୀବନଶୈଳୀକୁ ନେଇ ଏକ ମହତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଚାର କରିବା ସହିତ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏହି ପ୍ରତିଯୋଗିତା ହେଉଛି ଏକ ସୁବର୍ଣ୍ଣ ସୁଯୋଗ। ଆପଣଙ୍କ ସୃଜନଶୀଳତାକୁ ପ୍ରସ୍ଫୁଟିତ କରନ୍ତୁ, ଏବଂ ଆସନ୍ତୁ ସମସ୍ତେ ମିଳିମିଶି ଆମ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ.pdf (72.12 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
877
ସମୁଦାୟ
0
ଅନୁମୋଦିତ
877
ସମୀକ୍ଷାଧୀନ
Reset