ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ସେୟାର ୟୋର୍ EV ଷ୍ଟୋରୀ

ସେୟାର ୟୋର୍ EV ଷ୍ଟୋରୀ
ଆରମ୍ଭ ତାରିଖ :
Jun 10, 2024
ଶେଷ ତାରିଖ :
Jul 10, 2024
23:45 PM IST (GMT +5.30 Hrs)

ନୀତି ଆୟୋଗର 'ଶୂନ୍ୟ ପ୍ରଦୂଷଣ ମୋବିଲିଟି' ଅଭିଯାନ, ବର୍ତ୍ତମାନ ମାଇଁଗଭ୍‌ ଇଣ୍ଡିଆ ସହଭାଗିତାରେ, ସେୟାର ୟୋର ଇଭି ଷ୍ଟୋରୀ ଚ୍ୟାଲେଞ୍ଜ ଘୋଷଣା କରି ବେଶ୍ ଉତ୍ସାହିତ, ଏକ ଆକର୍ଷଣୀୟ ସୃଜନଶୀଳ ଲିଖନ ପ୍ରତିଯୋଗିତା ....

ନୀତି ଆୟୋଗର 'ଶୂନ୍ୟ ପ୍ରଦୂଷଣ ମୋବିଲିଟି' ଅଭିଯାନ, ବର୍ତ୍ତମାନ ମାଇଁଗଭ୍ ଭାରତସହଭାଗିତାରେ ସେୟାର ୟୋର୍ EV ଷ୍ଟୋରୀ ଚ୍ୟାଲେଞ୍ଜ ଘୋଷଣା କରି ବେଶ୍ ଉତ୍ସାହିତ, ଏକ ଆକର୍ଷଣୀୟ ସୃଜନଶୀଳ ଲିଖନ ପ୍ରତିଯୋଗିତା, ଯାହା ଅଲ-ଇଲେକ୍ଟ୍ରିକ୍ ଯାନ (EV) ପ୍ରତି ଆଗ୍ରହ ରଖୁଥିବା ବ୍ୟକ୍ତିଙ୍କୁ ସେମାନଙ୍କର EV ଅନୁଭୂତିକୁ 300 ଶବ୍ଦରୁ କମ୍ ଶବ୍ଦରେ ବାଣ୍ଟିବା ପାଇଁ ଆହ୍ୱାନ କରୁଛି - ତାହା କ୍ରୟ ହେଉ, EV ଚଳାଇବା ହେଉ, କିମ୍ବା ଇଭି ଟେକ୍ନୋଲୋଜିର ଜଟିଳତାକୁ ବୁଝିବା ହେଉ । ଆପଣଙ୍କ କାହାଣୀରେ ଧାରଣୀୟ ପରିବହନ, ବିଦ୍ୟୁତ ଚାଳିତ ଯାନ ଏବଂ ସେମାନଙ୍କ ସହ ଜଡ଼ିତ ଲାଭର ସାରମର୍ମ ପ୍ରତିଫଳିତ ହେବା ଉଚିତ।

କେବଳ ମାଇଁଗଭ୍‌ ପ୍ଲାଟଫର୍ମରେ ମିଳିଥିବା ସବମିଶନ୍‌କୁ ପ୍ରତିଯୋଗିତା ପାଇଁ ବିଚାରକୁ ନିଆଯିବ।
ପ୍ରତିଯୋଗୀମାନେ ସେମାନଙ୍କ ଏଣ୍ଟ୍ରିକୁ ନିମ୍ନରେ ଟ୍ୟାଗ୍ କରାଯାଇଥିବା ସୋସିଆଲ ମିଡିଆ ଚ୍ୟାନେଲରେ ସେୟାର କରିବା ସହ ବ୍ୟବହାର କରନ୍ତୁ ହ୍ୟାସଟ୍ୟାଗ୍ #ShareYourEVStory.
Instagram: @Shoonya_India
LinkedIn : https://www.linkedin.com/company/shoonyaindia/
Twitter: @Shoonya_India
Facebook: https://www.facebook.com/ShoonyaKaSafar
Youtube: @ShoonyaKaSafar
ସୂଚନାଯୋଗ୍ୟ ଯେ, ଏଣ୍ଟ୍ରିଗୁଡ଼ିକର ଆଧିକାରିକ ଦାଖଲ କେବଳ ମାଇଁଗଭ୍‌ ୱେବସାଇଟ (www.mygov.in)ରେ ଗ୍ରହଣ କରାଯିବ ଏବଂ ମାଇଁଗଭ୍‌ କିମ୍ବା ଶୂନ୍ୟ ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ନୁହେଁ।

ଚୟନ ମାନଦଣ୍ଡ:
ନିମ୍ନଲିଖିତ ମାନଦଣ୍ଡ ଆଧାରରେ ଏଣ୍ଟ୍ରି ଗୁଡ଼ିକର ମୂଲ୍ୟାୟନ କରାଯିବ, ଯାହା କାହାଣୀରେ ନିରବଚ୍ଛିନ୍ନ ଭାବେ ସଂଯୋଜିତ ହେବା ଉଚିତ:

ସୃଜନଶୀଳତା ଓ ମୌଳିକତା
- ଆପଣଙ୍କ EV ଅନୁଭୂତିକୁ ଚିତ୍ରଣ କରିବାରେ ଏକ ଅନନ୍ୟ ଏବଂ କଳ୍ପନାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରନ୍ତୁ।
-ଗଳ୍ପରେ ମୌଳିକତାକୁ ପ୍ରଦର୍ଶନ କରନ୍ତୁ, ଯାହା ଆପଣଙ୍କ କାହାଣୀକୁ ସ୍ୱତନ୍ତ୍ର କରିଥାଏ।

ଶୂନ୍ୟ ମିଶନ ସହ ସଂଯୋଗ
- ଶୂନ୍ୟ ପ୍ରଦୂଷଣ ମୋବିଲିଟି ଦିଗରେ ଶୂନ୍ୟ ମିଶନ ସହ ଏକ ଦୃଢ଼ ସଂଯୋଗକୁ ପ୍ରଦର୍ଶନ କରନ୍ତୁ।
-ଶୂନ୍ୟ ଅଭିଯାନରୁ ପ୍ରମୁଖ ମୂଲ୍ୟବୋଧ, ଯେପରିକି ପରିବେଶ ସଚେତନତା ଓ ସ୍ଥାୟୀ ଜୀବନଧାରଣକୁ ନିଜ କାହାଣୀରେ ଅନ୍ତର୍ଭୁକ୍ତ କରନ୍ତୁ।

ପ୍ରତ୍ୟେକ ଏଣ୍ଟ୍ରି ନିମ୍ନଲିଖିତ ନିୟମ ପାଳନ କରିବା ଆବଶ୍ୟକ:
1. ପ୍ରତ୍ୟେକ ଏଣ୍ଟ୍ରିରେ ଏକ ଶୀର୍ଷକ ଏବଂ ଏକ ଅନୁରୂପ ବ୍ୟାଖ୍ୟା ଅନ୍ତର୍ଭୁକ୍ତ ହେବା ଉଚିତ । 10ରୁ କମ୍ ଶବ୍ଦରେ ଶୀର୍ଷକ ଯାହା ଆପଣଙ୍କ କାହାଣୀର ସଂକ୍ଷିପ୍ତ ପରିଚୟ ଭାବେ କାର୍ଯ୍ୟ କରୁଥିବ ଏବଂ ବ୍ୟାଖ୍ୟା 300ରୁ କମ୍ ଶବ୍ଦରେ ଯାହା ବର୍ଣ୍ଣନାତ୍ମକ ବିଷୟବସ୍ତୁ ପ୍ରଦାନ କରିବ। ଦୟାକରି ନିଶ୍ଚିତ କରନ୍ତୁ ଯେ ଉଭୟ ଉପାଦାନକୁ ଭାବନାତ୍ମକ ଭାବରେ ପ୍ରସ୍ତୁତ ହୋଇଛି ଏବଂ ଆପଣଙ୍କ ଏଣ୍ଟ୍ରିର ସାମଗ୍ରିକ ମାନ ଓ ପ୍ରଭାବରେ ଅବଦାନ ରହିଛି।
2. ଇଂରାଜୀ କିମ୍ବା ହିନ୍ଦୀ ଭାଷାରେ ଏଣ୍ଟ୍ରି କରିପାରିବେ। ପ୍ରତିଯୋଗୀଙ୍କ ପାଖରେ ପ୍ରତିଯୋଗିତା ପାଇଁ ସେମାନଙ୍କ କାହାଣୀ କହିବା ପାଇଁ ଉପଯୁକ୍ତ ଭାଷା ଚୟନ କରିବାର ସୁବିଧା ରହିଛି।
ଏଣ୍ଟ୍ରି ସମ୍ପୂର୍ଣ୍ଣ ନିଜସ୍ୱ ହେବା ଆବଶ୍ୟକ ଏବଂ ଏହା ପୂର୍ବରୁ କୌଣସି ପ୍ରିଣ୍ଟ କିମ୍ବା ଡିଜିଟାଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶିତ ହୋଇନଥିବା ଆବଶ୍ୟକ।

ପୁରସ୍କାର:
-1ମ ପୁରସ୍କାର: 5,000/-ଟଙ୍କା
-2ୟ ପୁରସ୍କାର: 3,000ଟଙ୍କା
-3ୟ ପୁରସ୍କାର: 2,000ଟଙ୍କା
ଶ୍ରେଷ୍ଠ 10ଟି ଏଣ୍ଟ୍ରିକୁ ଅଂଶଗ୍ରହଣର ମାନପତ୍ର ମିଳିବା ସହ ଶ୍ରେଷ୍ଠ 3ଟି ଏଣ୍ଟ୍ରିକୁ 'ଶୂନ୍ୟ' ଅଭିଯାନର ସୋସିଆଲ ମିଡିଆ ପେଜ୍ ଓ ୱେସାଇଟ୍‌ରେ ସ୍ଥାନିତ କରାଯିବ।

ସବିଶେଷ ନିୟମ ଓ ସର୍ତ୍ତାବଳୀ ପାଇଁ, ଦୟାକରି ଏଠାରେ କ୍ଲିକ୍ କରନ୍ତୁ.PDF(112 KB)

ଶୂନ୍ୟ ପ୍ରଦୂଷଣ ମୋବିଲିଟିକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଆପଣଙ୍କ ସୃଜନାତ୍ମକ ଏଣ୍ଟ୍ରି ଏବଂ ଆପଣଙ୍କ ଯୋଗଦାନକୁ ଅପେକ୍ଷା କରିଛୁ। ଆସନ୍ତୁ ଧାରଣୀୟତାାର ଭାବନାକୁ ଆପଣେଇବା ଏବଂ ଏହାକୁ ବିଶ୍ୱସ୍ତରରେ ବିସ୍ତାର କରିବା!

ଏହି ମନ୍ତ୍ରଣାଳୟ ସମ୍ବନ୍ଧୀୟ କୌଣସି ପ୍ରଶ୍ନ ପାଇଁ, ଦୟାକରି ମନ୍ତ୍ରଣାଳୟ ୱେବ୍‌ସାଇଟ ଲିଙ୍କରେ ସିଧାସଳଖ ଯୋଗାଯୋଗ କରନ୍ତୁ।

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
305
ସମୁଦାୟ
152
ଅନୁମୋଦିତ
153
ସମୀକ୍ଷାଧିନ
Reset