ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ପ୍ରତିଯୋଗିତା

କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ପ୍ରତିଯୋଗିତା
ଆରମ୍ଭ ତାରିଖ :
Oct 07, 2023
ଶେଷ ତାରିଖ :
Nov 15, 2023
23:45 PM IST (GMT +5.30 Hrs)
Submission Closed

ଖଦି ହେଉଛି ସ୍ୱାଧୀନତା ସଂଗ୍ରାମର ଏବଂ ଜାତିର ପିତାଙ୍କ କପଡ଼ା। ମହାତ୍ମା ଗାନ୍ଧୀ ଗ୍ରାମାଞ୍ଚଳର ବେରୋଜଗାର ଲୋକଙ୍କୁ ରୋଜଗାରର ମାଧ୍ୟମ ଦେବା ପାଇଁ ଖଦି ପରିକଳ୍ପନାକୁ...

ଖଦି ହେଉଛି ସ୍ୱାଧୀନତା ସଂଗ୍ରାମର ଏବଂ ଜାତିର ପିତାଙ୍କ କପଡ଼ା। ମହାତ୍ମା ଗାନ୍ଧୀ ଗ୍ରାମାଞ୍ଚଳର ବେରୋଜଗାର ଲୋକଙ୍କୁ ରୋଜଗାରର ମାଧ୍ୟମ ଦେବା ପାଇଁ ଖଦି ପରିକଳ୍ପନାକୁ ବିକଶିତ କରିଥିଲେ।

ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଖଦି ଫର୍ ନେସନ୍, ଖଦି ଫର୍ ଫ୍ୟାସନଏବଂ 'ଖଦି'କୁ ଏବେ ଫ୍ୟାସନ ଷ୍ଟେଟମେଣ୍ଟ ଭାବେ ଦେଖାଯାଉଛି। ଏବେ ଏହା ଡେନିମ୍, ଜ୍ୟାକେଟ୍, ସାର୍ଟ, ଡ୍ରେସ୍ କପଡ଼ା, ଷ୍ଟୋଲ୍, ହୋମ୍ ଫର୍ନିଚର, ହ୍ୟାଣ୍ଡବ୍ୟାଗ୍ ଭଳି ପରିଧାନ ସାମଗ୍ରୀରେ ବ୍ୟବହାର ହେଉଛି। ଖଦି ଏବଂ ଗ୍ରାମୋଦ୍ୟୋଗ, ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ, ODOP ଉତ୍ପାଦ, ଏବଂ ସ୍ଥାନୀୟ ଭାବେ ଉତ୍ପାଦିତ କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ବିଭିନ୍ନ ପାରମ୍ପରିକ ଏବଂ କୁଟୀର ଶିଳ୍ପକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ, ଏବଂ ଏହାସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ 'ଭୋକାଲ ଫର୍ ଲୋକାଲ୍' ଅଭିଯାନ ଏବଂ 'ଆତ୍ମନିର୍ଭର ଭାରତ' ଅଭିଯାନର ଚିନ୍ତାଧାରାକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଖଦି ମହୋତ୍ସବ”.

ଭାରତରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଯାହାର ବିଷୟ/ ବିଷୟବସ୍ତୁ ହେଉଛି ଖଦି ଫର୍ ନେସନ ଖଦି ଫର୍ ଫ୍ୟାସନ/ଭୋକାଲ୍ ଫର୍ ଲୋକାଲ୍/ଆତ୍ମନିର୍ଭର ଭାରତ ସହ ସମ୍ପର୍କିତ ସେଗୁଡ଼ିକୁ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆହ୍ୱାନ କରାଯାଇଛି।
ପ୍ରତିଯୋଗୀମାନେ ସେମାନଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଖଦି ମହୋତ୍ସବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ 'ଭୋକାଲ ଫର୍ ଲୋକାଲ' ଅଭିଯାନ ଏବଂ ଆତ୍ମନିର୍ଭର ଭାରତ ଅଭିଯାନର ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିବା ଉଚିତ।

ପ୍ରତିଯୋଗୀମାନଙ୍କୁ ସେମାନଙ୍କ ସୃଜନଶୀଳତା ପ୍ରଦର୍ଶିତ କରି ଖଦି ଏବଂ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେଉଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଆହ୍ୱାନ କରାଯାଉଛି। ଏହା ଏକ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଇଁ ସ୍ଥାନୀୟ ଉତ୍ପାଦର ଉପଯୋଗ ପ୍ରତି ଯୁବବର୍ଗଙ୍କୁ ଆକର୍ଷିତ କରିବା ଆବଶ୍ୟକ। ଏହା ସେମାନଙ୍କୁ ଖଦି ଏବଂ ସ୍ଥାନୀୟ ଉତ୍ପାଦର ଉପଯୋଗ କରି ଆତ୍ମନିର୍ଭର ଭାରତ ଦିଗରେ ଯୋଗଦାନ କରିବା ପାଇଁ ଉଚ୍ଚ ସ୍ତରରେ ପ୍ରୋତ୍ସାହିତ କରିବ ଆବଶ୍ୟକ।

ପରିତୋଷ/ ପୁରସ୍କାର :
ପ୍ରତ୍ୟେକ ଭାଷା ବର୍ଗର ଶ୍ରେଷ୍ଠ ଚଳଚ୍ଚିତ୍ରକୁ 15,000 ଟଙ୍କା ମୂଲ୍ୟର KVIC ଇ-କୁପନ ପ୍ରଦାନ କରାଯିବ।
ଏଥିସହିତ ଜାତୀୟ ସ୍ତରରେ ଶ୍ରେଷ୍ଠ ତିନି ଜଣ ବିଜେତାଙ୍କୁ KVICଇ-କୁପନ ପ୍ରଦାନ କରାଯିବ ଯାହାର ମୂଲ୍ୟ ହେଉଛି:
1ମ ପୁରସ୍କାର- 25,000/- ଟଙ୍କା ମୂଲ୍ୟର KVIC ଇ-କୁପନ
2ୟ ପୁରସ୍କାର- 20,000/- ଟଙ୍କା ମୂଲ୍ୟର KVIC ଇ-କୁପନ
3ୟ ପୁରସ୍କାର- 15,000/- ଟଙ୍କା ମୂଲ୍ୟର KVIC ଇ-କୁପନ

*ଦୟାକରି ନୋଟ୍ କରନ୍ତୁ: ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ମଧ୍ୟରେ ଇ-କୁପନକୁ KVIC ପକ୍ଷରୁ ସମାନ ଭାବେ ବଣ୍ଟନ କରାଯିବ। ଏହି ପୁରସ୍କାର KVIC ଇ-କୁପନ ଆକାରରେ ପ୍ରଦାନ କରାଯିବ ଯାହା KVIC ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ www.khadiindia.gov.in ଏହି ସର୍ତ୍ତାବଳୀ ଅନୁଯାୟୀ ଯେ, ବିଜେତାଙ୍କୁ ସର୍ବନିମ୍ନ 100 ଟଙ୍କା ମୂଲ୍ୟର ଖଦି ଏବଂ V.I. ଉତ୍ପାଦ କିଣିବାକୁ ହେବ www.khadiindia.gov.in ଏହାବ୍ୟତୀତ ବିଜେତାଙ୍କୁ KVIC ଇ-କମର୍ସ ପ୍ଲାଟଫର୍ମରେ 5ରୁ 10ଟି ସାମଗ୍ରୀର ତାଲିକା ଘୋଷଣା କରିବାକୁ ହେବ, ଯାହାକୁ ସେ ସ୍ଥାନୀୟ ଉତ୍ପାଦ ସହିତ ବଦଳାଇବେ www.khadiindia.gov.in.

ଏଠାରେ କ୍ଲିକ୍ କରନ୍ତୁ ସର୍ତ୍ତାବଳୀ ଓ ନିୟମାବଳୀ ପାଇଁ pdf (159.78 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
338
ସମୁଦାୟ
0
ଅନୁମୋଦିତ
338
ସମୀକ୍ଷାଧିନ