ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

କାନଭାସ୍‌ରେ ସ୍ୱଚ୍ଛତା ପ୍ରତିଯୋଗିତା

କାନଭାସ୍‌ରେ ସ୍ୱଚ୍ଛତା ପ୍ରତିଯୋଗିତା
ଆରମ୍ଭ ତାରିଖ :
Sep 17, 2024
ଶେଷ ତାରିଖ :
Oct 02, 2024
23:45 PM IST (GMT +5.30 Hrs)

ନିଜର କଳାତ୍ମକ ପ୍ରତିଭାର ରଙ୍ଗରେ ଏକ ଅଧିକ ସ୍ୱଚ୍ଛ, ସୁସ୍ଥ ଭାରତକୁ ରଙ୍ଗାୟିତ କରନ୍ତୁ ! ...

ନିଜର କଳାତ୍ମକ ପ୍ରତିଭାର ରଙ୍ଗରେ ଏକ ଅଧିକ ସ୍ୱଚ୍ଛ, ସୁସ୍ଥ ଭାରତକୁ ରଙ୍ଗାୟିତ କରନ୍ତୁ !

ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକାରୀ ହେବାର 10 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ, ବର୍ତ୍ତମାନ ମାଇଁଗଭ୍ସହଭାଗିତାରେ ସ୍ୱଚ୍ଛତା ଅନ୍ କ୍ୟାନଭାସ୍ ପ୍ରତିଯୋଗିତାର ଆୟୋଜନ କରୁଛି। ଏହି ପ୍ରତିଯୋଗିତାରେ ଆପଣଙ୍କୁ ଏକ ପେଣ୍ଟିଂ, ସ୍କେଚ୍, ଡ୍ରଇଂ, ଅଏଲ୍ କାନଭାସ୍, ୱାଟର କଲର୍ ପେଣ୍ଟିଂ ଇତ୍ୟାଦି ତିଆରି କରି ଦାଖଲ କରିବାକୁ ଆମନ୍ତ୍ରଣ କରାଯାଇଛି ଯାହା ସ୍ୱଭାବ ସ୍ୱଚ୍ଛତା-ସଂସ୍କାର ସ୍ୱଚ୍ଛତାସାର୍ବଜନୀନ ସ୍ୱଚ୍ଛତା, ସ୍ୱଚ୍ଛତା ଏବଂ ସାମୂହିକ ଭାବନାକୁ ପ୍ରତିଫଳିତ କରେ । ଆପଣଙ୍କ କାନଭାସ୍‌ର ଷ୍ଟ୍ରୋକ୍ ଆପଣଙ୍କ ସ୍ବଭାବରେ ଏବଂ ଆପଣଙ୍କ ସଂସ୍କାରରେ ସ୍ୱଚ୍ଛତାର ପ୍ରଭାବ ପ୍ରଦର୍ଶନ କରିବ। ସ୍ୱଚ୍ଛ ଭାରତ ମିଶନରେ ଯୋଗଦାନ କରିବା ଏବଂ ଅନ୍ୟମାନଙ୍କୁ ପ୍ରେରଣା ଦେବାର ସୁଯୋଗ ବର୍ତ୍ତମାନ ଆପଣଙ୍କର । ସ୍ୱଚ୍ଛତାକୁ ଆପଣଙ୍କ ଦୃଷ୍ଟିଭଙ୍ଗୀ ପ୍ରଦର୍ଶନ କରନ୍ତୁ ଏବଂ ଏକ ସ୍ୱଚ୍ଛ ଭାରତକୁ ଚିତ୍ରିତ କରନ୍ତୁ। ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଆନ୍ତୁ। ଆସନ୍ତୁ ଆରମ୍ଭ କରିବା!

କିପରି ଅଂଶଗ୍ରହଣ କରିବେ:
1. ପରିକଳ୍ପନା: ପେଣ୍ଟିଂ, ସ୍କେଚ୍, ଡ୍ରଇଂ, ଅଏଲ୍ କାନଭାସ୍, ୱାଟର କଲର୍ ପେଣ୍ଟିଂ ଇତ୍ୟାଦି ତିଆରି କରନ୍ତୁ ଯାହା ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା, ବର୍ଜ୍ୟ ପୃଥକୀକରଣ, ରିଡ୍ୟୁସ୍, ରିୟୁଜ୍, ରିସାଇକଲ୍, ୱେଷ୍ଟ ଟୁ ୱେଲଥ୍‌ ଆଦି ମୂଲ୍ୟବୋଧକୁ ପ୍ରଦର୍ଶିତ କରିବା । ଗୋଷ୍ଠୀ ସହଭାଗିତା, ପରିବେଶ ଯତ୍ନ, ଏବଂ ସ୍ୱଚ୍ଛତା ପ୍ରତି ବ୍ୟକ୍ତିଗତ ପ୍ରତିବଦ୍ଧତା ଭଳି ବିଷୟବସ୍ତୁ ଉପରେ ଆଲୋକପାତ କରିବା। ସ୍ୱଚ୍ଛ ଭାରତ ମିଶନ ବିଷୟରେ ଅଧିକ ଜାଣିବା ପାଇଁ, ଦୟାକରି ଦେଖନ୍ତୁ: https://sbmurban.org/
2. ଚିତ୍ରାଙ୍କନ: ୱାଟର କଲର୍, ଅଏଲ୍‌ ପେଣ୍ଟ୍, କ୍ରେୟନ୍, ସ୍କେଚ୍ ପେନ୍ ଭଳି ବିଭିନ୍ନ ସାମଗ୍ରୀ ବ୍ୟବହାର କରିବା ସହ ପେନ୍ସିଲ୍ ସ୍କେଚ୍ ତିଆରି କରିବା ପାଇଁ ପ୍ରତିଯୋଗୀଙ୍କୁ ସ୍ୱାଗତ କରାଯାଉଛି।
3. ଦାଖଲ୍ କରନ୍ତୁ: ସମସ୍ତ ଚିତ୍ରଗୁଡ଼ିକ ଆପଣଙ୍କ ନାମ, ଯୋଗାଯୋଗ ବିବରଣୀ, ଏବଂ ଏହି ଚିତ୍ର ପଛରେ ଆପଣଙ୍କର ପ୍ରେରଣା କ'ଣ ତାହାର ଏକ ସଂକ୍ଷିପ୍ତ ବ୍ୟାଖ୍ୟା (50 ଶବ୍ଦ ମଧ୍ୟରେ) ମାଇଁଗଭ୍‌ ମାଧ୍ୟମରେ ଦାଖଲ କରିବାକୁ ହେବ ।

ମାନଦଣ୍ଡ:
ନିମ୍ନରେ ଦିଆଯାଇଥିବା ମାନଦଣ୍ଡ ଆଧାରରେ ଏଣ୍ଟ୍ରି ମୂଲ୍ୟାୟନ କରାଯିବ:
1. ସୃଜନଶୀଳତା ଓ ମୌଳିକତା
2. ସ୍ୱଚ୍ଛ ଭାରତ ସହ ପ୍ରାସଙ୍ଗିକତା
3. ଚିତ୍ରକଳାର ସ୍ପଷ୍ଟତା ଓ ପ୍ରଭାବ
4. ସରଳତା ଓ ସୌନ୍ଦର୍ଯ୍ୟ

ଅତିରିକ୍ତ ସୂଚନା:
1. ନିଜର ଏଣ୍ଟ୍ରି ଦାଖଲ କରି, ଆପଣ ସ୍ୱଚ୍ଛ ଭାରତ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (MoHUA)ର ପ୍ରଚାର ସାମଗ୍ରୀରେ ଆପଣଙ୍କ ପେଣ୍ଟିଂ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରନ୍ତି।
2. ପ୍ରତିଯୋଗିତାର ନିର୍ଦ୍ଦେଶାବଳୀକୁ ପାଳନ କରୁ ନଥିବା କୌଣସି ଏଣ୍ଟ୍ରିକୁ ଅଯୋଗ୍ୟ ଘୋଷଣା କରିବାର ଅଧିକାର ଆୟୋଜକଙ୍କ ପାଖରେ ରହିଛି।

ପୁରସ୍କାର:
1. ପ୍ରଥମ ପୁରସ୍କାର: ₹50,000
2. ଦ୍ୱିତୀୟ ପୁରସ୍କାର: ₹30,000
3. ତୃତୀୟ ପୁରସ୍କାର: ₹20,000
4. ବିଶେଷ ଉଲ୍ଲେଖ:5ଟି ଅତିରିକ୍ତ ଏଣ୍ଟ୍ରି ପାଇଁ ₹10,000 ଲେଖାଏଁ ପ୍ରଦାନ କରାଯିବ

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ। PDF- 121 KB

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
103
ସମୁଦାୟ
72
ଅନୁମୋଦିତ
31
ସମୀକ୍ଷାଧିନ