ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

YUVA ପ୍ଲାଟଫର୍ମ ପାଇଁ ଟ୍ୟାଗ୍‌ଲାଇନ୍ ପ୍ରତିଯୋଗିତା

YUVA ପ୍ଲାଟଫର୍ମ ପାଇଁ ଟ୍ୟାଗ୍‌ଲାଇନ୍ ପ୍ରତିଯୋଗିତା
ଆରମ୍ଭ ତାରିଖ:
Jun 20, 2023
ଶେଷ ତାରିଖ:
Jul 20, 2023
23:45 PM IST (GMT +5.30 Hrs)
View Result Submission Closed

YUVA ପ୍ଲାଟଫର୍ମର ପରିକଳ୍ପନା ଯୁବପିଢ଼ିଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବା ଏବଂ ଭାରତକୁ ଆଗକୁ ନେବା ପାଇଁ ସେମାନଙ୍କ ସାମର୍ଥ୍ୟକୁ ଉନ୍ମୁକ୍ତ କରିବାରେ ଏକ ସମ୍ଭାବ୍ୟ ପରିବର୍ତ୍ତନକାରୀ ଭାବେ କରାଯାଇଛି। ଏହା ପ୍ରାୟ 38 କୋଟି ଯୁବକ/ଯୁବତୀଙ୍କୁ ସେବା ଓ ସୂଚନା ପ୍ରଦାନ କରିବା ପାଇଁ..

YUVA ପ୍ଲାଟଫର୍ମ ର ପରିକଳ୍ପନା ଯୁବପିଢ଼ିଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବା ଏବଂ ଭାରତକୁ ଆଗକୁ ନେବା ପାଇଁ ସେମାନଙ୍କ ସାମର୍ଥ୍ୟକୁ ଉନ୍ମୁକ୍ତ କରିବାରେ ଏକ ସମ୍ଭାବ୍ୟ ପରିବର୍ତ୍ତନକାରୀ ଭାବେ କରାଯାଇଛି। ଏହା ପ୍ରାୟ 38 କୋଟି ଯୁବକ/ଯୁବତୀଙ୍କୁ ସେବା ଓ ସୂଚନା ପ୍ରଦାନ କରିବା ପାଇଁ ୱାନ୍ ଷ୍ଟପ୍ ଟେକ୍ନୋଲୋଜି ପ୍ଲାଟଫର୍ମ ହେବ, ଯାହା ସେମାନଙ୍କୁ ସେମାନଙ୍କ ସାମର୍ଥ୍ୟକୁ ଉପଯୋଗ କରିବାରେ ସାହାଯ୍ୟ କରିବ ଏବଂ ଏକ ଅଧିକ ସକ୍ଷମ ଏବଂ ସକାରାତ୍ମକ ସମାଜ ଓ ରାଷ୍ଟ୍ର ସୃଷ୍ଟି କରିବାରେ ମଧ୍ୟ ଫଳପ୍ରଦ ହେବ।

ଯୁବ ବ୍ୟାପାର ବିଭାଗ ବ୍ୟକ୍ତିତ୍ୱ ନିର୍ମାଣ ଏବଂ ରାଷ୍ଟ୍ର ନିର୍ମାଣର ଦ୍ୱୈତ ଉଦ୍ଦେଶ୍ୟକୁ ଅନୁସରଣ କରିଥାଏ, ଅର୍ଥାତ ଯୁବ ବ୍ୟକ୍ତିତ୍ୱର ବିକାଶ କରିବା ସହ ସେମାନଙ୍କୁ ବିଭିନ୍ନ ରାଷ୍ଟ୍ର ନିର୍ମାଣ କାର୍ଯ୍ୟକଳାପରେ ସାମିଲ କରିଥାଏ। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ଯୁବ ବ୍ୟାପାର ବିଭାଗ (DoYA) ଯୁବବର୍ଗଙ୍କ ସହ ଜଡିତ ସମସ୍ତ କାର୍ଯ୍ୟ ପାଇଁ ଏକ ସହାୟକ ଏବଂ ଉତ୍‌ପ୍ରେରକ ଏଜେଣ୍ଟ ଭାବେ କାର୍ଯ୍ୟ କରିଥାଏ।

ଏହି ପରିପ୍ରେକ୍ଷୀରେ ମାଇଗଭ୍ - ଡିଜିଟାଲ ଇଣ୍ଡିଆ କର୍ପୋରେସନ ସହଭାଗିତାରେ ଯୁବ ବ୍ୟାପାର ବିଭାଗ ଆୟୋଜନ କରୁଛି YUVA ପ୍ଲାଟଫର୍ମ ପାଇଁ ଟ୍ୟାଗ୍‌ଲାଇନ୍ ପ୍ରତିଯୋଗିତା ଯେଉଁଠାରେ ଆମେ ନାଗରିକମାନଙ୍କୁ ସେମାନଙ୍କ ସୃଜନଶୀଳତା ପ୍ରଦର୍ଶନ କରି YUVA ପ୍ଲାଟଫର୍ମର ଲୋକପ୍ରିୟତା ଓ ବ୍ୟାପକ ପ୍ରସାର ପାଇଁ ଏକ ଉପଯୁକ୍ତ ଲୋଗୋ ପ୍ରସ୍ତୁତ କରିବା ପାଇଁ ଆହ୍ୱାନ କରୁଛୁ ଯାହା ଏହାର ପରିକଳ୍ପନା ସହିତ ସହଜରେ ଜଡିତ ହୋଇପାରିବ ।

ବୈଷୟିକ ମାନଦଣ୍ଡ:

1. ପ୍ରତିଯୋଗୀମାନେ ଇଂରାଜୀ କିମ୍ବା ହିନ୍ଦୀ କିମ୍ବା ଉଭୟ ଭାଷାରେ YUVA ପ୍ଲାଟଫର୍ମର ଧାରଣା ସହ ସହଜରେ ଜଡ଼ିତ ହେବା ଲାଗି ଏକ ଟ୍ୟାଗଲାଇନ ପ୍ରସ୍ତାବ ଦେଇପାରିବେ।
2. ଟ୍ୟାଗ୍‌ଲାଇନ୍ 8 ଶବ୍ଦରୁ ଅଧିକ ଲମ୍ବା ହେବା ଉଚିତ ନୁହେଁ।
3. ପ୍ରତ୍ୟେକ ପ୍ରତିଯୋଗୀ ଉଭୟ ଭାଷା (ଇଂରାଜୀ କିମ୍ବା ହିନ୍ଦୀ)ରେ ଏକାଧିକ ଟ୍ୟାଗଲାଇନ ପ୍ରସ୍ତାବ ଦାଖଲ କରିପାରିବେ। ତେବେ ପ୍ରତି ଭାଷାରେ କେବଳ ଗୋଟିଏ ଲେଖାଏଁ ଏଣ୍ଟ୍ରିକୁ ବିଚାରକ ମଣ୍ଡଳୀ ଚୟନ କରିପାରନ୍ତି।
4. ପ୍ରତିଯୋଗୀମାନେ ଟ୍ୟାଗ୍‌ଲାଇନ୍ ପରାମର୍ଶ କେବଳ ଟେକ୍ସଟ୍ ଫର୍ମାଟରେ ଦାଖଲ କରିବା ଆବଶ୍ୟକ।
5. ଏହି ଟ୍ୟାଗ୍ଲାଇନ୍ ୱେବସାଇଟ୍/ ମୋବାଇଲ ଆପ୍/ ସୋସିଆଲ ମିଡିଆ ଯେପରିକି ଟ୍ୱିଟର/ ଫେସବୁକ୍/ ଇନଷ୍ଟାଗ୍ରାମ ଏବଂ ମାଗାଜିନ୍, କମର୍ସିଆଲ ହୋର୍ଡିଂ/ ଷ୍ଟାଣ୍ଡିଜ୍, ବ୍ରୋଚର୍, ଲିଫଲେଟ୍ ଓ ପାମ୍ଫଲେଟ, ସ୍ମରଣିକା ଏବଂ ଅନ୍ୟାନ୍ୟ ପ୍ରଚାର ଏବଂ ବିପଣନ ସାମଗ୍ରୀରେ ବ୍ୟବହାର ଯୋଗ୍ୟ ହେବା ଆବଶ୍ୟକ।

ମୂଲ୍ୟାୟନ ମାନଦଣ୍ଡ :

1. ନିମ୍ନଲିଖିତ ମାନଦଣ୍ଡ ଆଧାରରେ ଚୟନ କରାଯିବ
- YUVA ନାମ ଏବଂ ସାମଗ୍ରିକ ଥିମକୁ ସଂରେଖିତ କରିବା
- ସୃଜନଶୀଳତା
-ମୌଳିକତା
- ସରଳତା
- ପ୍ରେରଣାଦାୟୀ ଉପାଦାନ
2. କୌଣସି ବର୍ଗରେ ଆବଶ୍ୟକଠାରୁ ଅଧିକ ବିଜେତା ହେଲେ ଡ୍ର ସହାୟତାରେ ପରବର୍ତ୍ତୀ ଚୟନ କରାଯିବ।
3. ଚୟନ କମିଟିର ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ସମସ୍ତ ପ୍ରତିୟୋଗୀଙ୍କ ପାଇଁ ସର୍ବମାନ୍ୟ ହେବ ଏବଂ କୌଣସି ପ୍ରତିଯୋଗୀଙ୍କୁ କିମ୍ବା ଚୟନ କମିଟିର କୌଣସି ନିଷ୍ପତ୍ତି ନେଇ କୌଣସି ସ୍ପଷ୍ଟୀକରଣ ପ୍ରଦାନ କରାଯିବ ନାହିଁ।

ପୁରସ୍କାର:

ଚୟନ କରାଯାଇଥିବା ଏଣ୍ଟ୍ରିକୁ 15ହଜାର ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯିବ।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ PDF ପଢିବା ପାଇଁ(95.71 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
2078
ସମୁଦାୟ
0
ଅନୁମୋଦିତ
2078
ସମୀକ୍ଷାଧିନ
Reset