ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ବିକଶିତ ଭାରତ ଉପରେ ଭିଡିଓ ଷ୍ଟୋରୀ ପ୍ରତିଯୋଗିତା

ବିକଶିତ ଭାରତ ଉପରେ ଭିଡିଓ ଷ୍ଟୋରୀ ପ୍ରତିଯୋଗିତା
ଆରମ୍ଭ ତାରିଖ :
Jul 12, 2024
ଶେଷ ତାରିଖ :
Aug 04, 2024
23:45 PM IST (GMT +5.30 Hrs)
View Result Submission Closed

ଦେଶଭକ୍ତି ଏବଂ ସ୍ୱାଧୀନତାର ସାରମର୍ମକୁ ସବୁଠାରୁ ସୁନ୍ଦର ଉପାୟରେ ପ୍ରତିଫଳିତ କରୁଥିବା ଏକ ଆକର୍ଷଣୀୟ କ୍ଷୁଦ୍ର ଭିଡିଓ କ୍ୟାପଚର୍ କରିବାକୁ ପ୍ରସ୍ତୁତ ହୁଅନ୍ତୁ।

ଦେଶଭକ୍ତି ଏବଂ ସ୍ୱାଧୀନତାର ସାରମର୍ମକୁ ସବୁଠାରୁ ସୁନ୍ଦର ଉପାୟରେ ପ୍ରତିଫଳିତ କରୁଥିବା ଏକ ଆକର୍ଷଣୀୟ କ୍ଷୁଦ୍ର ଭିଡିଓ କ୍ୟାପଚର୍ କରିବାକୁ ପ୍ରସ୍ତୁତ ହୁଅନ୍ତୁ।

ଯୁବଗୋଷ୍ଠୀ ଓ ଜନସାଧାରଣଙ୍କ ମଧ୍ୟରେ ଦେଶଭକ୍ତି ଜାଗ୍ରତ କରିବା ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ। ସ୍ୱାଧୀନତା ପରଠାରୁ ପ୍ରଯୁକ୍ତିବିଦ୍ୟା, ସାଂସ୍କୃତିକ ବିବିଧତା ଏବଂ ସାମାଜିକ ପ୍ରଗତିର ଅଗ୍ରଗତି ଉପରେ ଆଲୋକପାତ କରି ଭାରତର ଯାତ୍ରାକୁ ବର୍ଣ୍ଣନା କରୁଥିବା ଆକର୍ଷଣୀୟ ଭିଡିଓ ପ୍ରସ୍ତୁତ କରିବା ପାଇଁ ପ୍ରତିଯୋଗୀମାନଙ୍କୁ ଆହ୍ୱାନ କରାଯାଉଛି । ଏହାର ଥିମ୍ "ବିକଶିତ ଭାରତ" ଭାରତର ବିକାଶମୂଳକ ଅଗ୍ରଗତିକୁ ସୂଚାଇ, ବିଜ୍ଞାନ, ଶିକ୍ଷା, ନବୋନ୍ମେଷ ଏବଂ ସମାବେଶୀ ବକାଶରେ ଉପଲବ୍ଧି ପ୍ରଦର୍ଶନ କରୁଥିବା ଏଣ୍ଟ୍ରିକୁ ଆମନ୍ତ୍ରଣ କରେ । ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଭାରତର ପ୍ରଗତିକୁ ପାଳନ କରିବା ଏବଂ ଏକ ସମୃଦ୍ଧ ଓ ଅଖଣ୍ଡ ରାଷ୍ଟ୍ର ପାଇଁ ଏକ ସାମୂହିକ ଦୃଷ୍ଟିକୋଣକୁ ପ୍ରେରଣା ଦେବା ପାଇଁ ଏହି ପଦକ୍ଷେପ ପ୍ରୟାସ କରୁଛି ।

ସ୍ୱାଧୀନତା ଦିବସ ପାଳନ 2024ର ଅଂଶବିେଶଷ ଭାବେ, ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଏକ ଭିଡିଓ ପ୍ରତିଯୋଗିତା ଘୋଷଣା କରି ଆନନ୍ଦିତ, ଯାହାର ଥିମ୍‌ ହେଉଛି ବିକଶିତ ଭାରତ”.

ଭାଗ ନେବା ପାଇଁ ନିର୍ଦ୍ଦେଶାବଳୀ:
1. ପ୍ରତିଯୋଗୀମାନେ ଏକ ବିକଶିତ ରାଷ୍ଟ୍ର ଆଡ଼କୁ ଭାରତର ଯାତ୍ରାକୁ ଦର୍ଶାଇ ଏକ ଛୋଟ ଭିଡିଓ ରେକର୍ଡିଂ କରିବେ।
2. ବ୍ୟକ୍ତିଗତ ଯୋଗଦାନ (ନିଜର କିମ୍ବା ଅନ୍ୟର) ଛୋଟ ଭିଡିଓ / ରିଲ୍‌ରେ ଦର୍ଶାଯିବା ଉଚିତ, ଯୋଗଦାନ ବିକଶିତ ଭାରତ ଅଭିମୁଖେ ଯାତ୍ରାରେ ସହାୟକ ହେବା ଉଚିତ ।
3. ନବୋନ୍ମେଷ, ପେଟେଣ୍ଟ, ନିଯୁକ୍ତି ସୃଷ୍ଟି, ପରିବେଶ ସଂରକ୍ଷଣ, ସ୍ଥାୟିତ୍ୱ ଆଦି କ୍ଷେତ୍ରରେ ଯୋଗଦାନ ହୋଇପାରେ। ଏହି ସର୍ଟ ଭିଡିଓ/ରିଲ୍ 45-60 ସେକେଣ୍ଡର ହେବା ଜରୁରୀ।
4. ଇଂରାଜୀ କିମ୍ବା ହିନ୍ଦୀ ଭାଷାରେ ଏଣ୍ଟ୍ରି ଦାଖଲ କରିପାରିବେ।
5. ଏହି ସର୍ଟ ଭିଡିଓ/ରିଲ୍‌କୁ ସୋସିଆଲ୍ ମିଡିଆରେ ହ୍ୟାସଟ୍ୟାଗ୍ (#viksitbharat, #independenceday2024) ସହ ଅପ୍ଲୋଡ୍ କରି ଏହାକୁ ଭାଇରାଲ୍ ଟ୍ରେଣ୍ଡ୍‌ରେ ସାମିଲ୍ କରାଯାଇପାରେ

ପରିତୋଷ:
ପ୍ରଥମ ପୁରସ୍କାର - ₹ 25,000/-
2ୟ ପୁରସ୍କାର - ₹ 15,000/-
3ୟ ପୁରସ୍କାର - ₹ 10,000/-
ଶ୍ରେଷ୍ଠ 250 ପ୍ରତିଯୋଗୀଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ଲାଲକିଲ୍ଲାରେ ଅଗଷ୍ଟ 15, 2024ରେ ସ୍ୱାଧୀନତା ଦିବସ ସମାରୋହ ପାଳନ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରାପ୍ତ ହେବ ।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପଢ଼ିବା ପାଇଁ। (PDF 156 KB)

ଏହି ମନ୍ତ୍ରଣାଳୟ ସମ୍ବନ୍ଧୀୟ କୌଣସି ପ୍ରଶ୍ନ ପାଇଁ, ଦୟାକରି ମନ୍ତ୍ରଣାଳୟ ୱେବ୍‌ସାଇଟ୍‌ରେ ସିଧାସଳଖ ଯୋଗାଯୋଗ କରନ୍ତୁ - https://mod.gov.in/

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
889
ସମୁଦାୟ
0
ଅନୁମୋଦିତ
889
ସମୀକ୍ଷାଧିନ