ଅନ୍ତର୍ଜାତୀୟ ଯୋଗ ଦିବସ 2024
ଏହି ଶତାବ୍ଦୀରେ ଆମେ ଅନୁଭବ କରୁଛୁ ଯେ ଯୋଗ ସମଗ୍ର ବିଶ୍ୱକୁ ଏକ ସୂତ୍ରରେ ବାନ୍ଧି ରଖିଛି
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର ହେଉଛି ଯୋଗ, ଯାହା ଶାରୀରିକ ଓ ମାନସିକ ସୁସ୍ଥତା ବୃଦ୍ଧି ପାଇଁ ଅନ୍ୟତମ ବିଶ୍ୱାସଯୋଗ୍ୟ ମାଧ୍ୟମ ଭାବରେ ଉଭା ହୋଇଛି । "ଯୋଗ" ଶବ୍ଦଟି ସଂସ୍କୃତ ମୂଳ ଯୁଗରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି "ମିଶାଇବା", "ଯୋଡ଼ିବା" କିମ୍ବା "ଏକାଠି ହେବା", ଯାହା ମନ ଓ ଶରୀର; ଚେତନା ଓ କାର୍ଯ୍ୟ; ସଂଯମ ଓ ପରିପୂର୍ଣ୍ଣତା; ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ସମନ୍ୱୟର ଏକତାର ପ୍ରତୀକ, ଏବଂ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଜୁନ୍ 21 କୁ ଜାତିସଂଘ ସାଧାରଣ ସଭା ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା । UNGA ଏହାର ପ୍ରସ୍ତାବରେ ଅନୁମୋଦନ କରିଛି ଯେ "ଯୋଗ ଜୀବନର ସମସ୍ତ ଦିଗ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସହିତ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ପ୍ରଦାନ କରେ । ଯୋଗାଭ୍ୟାସର ଉପକାରିତା ବିଷୟରେ ସୂଚନାର ବ୍ୟାପକ ପ୍ରସାର ବିଶ୍ୱବାସୀଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ।" ଏହା ସାମଗ୍ରିକ ସ୍ୱାସ୍ଥ୍ୟ ବିପ୍ଳବର ଏକ ଯୁଗ ସୃଷ୍ଟି କରିଥିଲା ଯେଉଁଥିରେ ଚିକିତ୍ସା ଅପେକ୍ଷା ପ୍ରତିରୋଧ ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା ।
ଶତାବ୍ଦୀ ପୂର୍ବେ ଅନ୍ୟତମ ଲୋକପ୍ରିୟ ସଂସ୍କୃତ କବି ଭର୍ତ୍ତୃହରି ଯୋଗର ବିଶେଷତ୍ୱ ଉପରେ ଆଲୋକପାତ କରି କହିଥିଲେ:
धैर्यं यस्य पिता क्षमा च जननी शान्तिश्चिरं गेहिनी
सत्यं सूनुरयं दया च भगिनी भ्राता मनः संयमः।
शय्या भूमितलं दिशोSपि वसनं ज्ञानामृतं भोजनं
एते यस्य कुटिम्बिनः वद सखे कस्माद् भयं योगिनः।।
ଅର୍ଥାତ୍ ନିୟମିତ ଯୋଗାଭ୍ୟାସ କରିବା ଦ୍ଵାରା ଜଣେ ବ୍ୟକ୍ତି ଅନେକ ଅଲ ଗୁଣ ଲାଭ କରିପାରିବ, ଯେପରିକି ସାହସ ଯାହା ପିତା ତୁଲ୍ୟ ସୁରକ୍ଷା ଦିଏ, କ୍ଷମା ଯାହା ସର୍ବଦା ମା'ଙ୍କ ପାଖରେ ମିଳିଥାଏ ଏବଂ ମାନସିକ ଶାନ୍ତି ଯାହା ଚିରଦିନର ଜଣେ ବନ୍ଧୁ ବାବେ ରହିଥାଏ । ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ସତ୍ୟ ଆମ ସନ୍ତାନ ହୋଇଯାଏ, ଦୟା ଆମ ଆମ ଭଗିନୀ ହୁଏ, ଆମ ଭାଇ ହୁଏ ଆତ୍ମ-ସଂଯମ, ପୃଥିବୀ ଆମର ଶଯ୍ୟା ପାଲଟିଯାଏ ଏବଂ ଆମର ଭୋକ ମେଣ୍ଟାଏ ଜ୍ଞାନ।
ଚାଲୁଥିବା କାର୍ଯ୍ୟକଳାପ
ଇନଫୋଗ୍ରାଫିକ୍
![ଯୋଗ ଆସନ](/sites/all/themes/mygov/images/yoga2021/yoga-Infographics-1.jpg)
![ସଙ୍ଗୀତ ଲୋକମାନଙ୍କୁ ଯୋଡ଼ିଥାଏ](/sites/all/themes/mygov/images/yoga2021/yoga-Infographics-2.jpg)
![ଯୋଗ ସର୍ବେକ୍ଷଣ 2021](/sites/all/themes/mygov/images/yoga2021/yoga-Infographics-3.jpg)
ଚାଲୁଥିବା କାର୍ଯ୍ୟକଳାପ
ଆଲୋଚନା
ମାନବତା ପାଇଁ ଯୋଗକୁ କିପରି ଅଧିକ ଲୋକପ୍ରିୟ କରାଯାଇପାରିବ ଶୀର୍ଷକରେ ନିଜର ମତାମତ ସେୟାର କରନ୍ତୁ
ଚାଲୁଥିବା କାର୍ଯ୍ୟକଳାପ
ଚାଲୁଥିବା କାର୍ଯ୍ୟକଳାପ
ଅତୀତର ନଅଟି ଅନ୍ତର୍ଜାତୀୟ ଯୋଗ ଦିବସ ଉପରେ ଏକ ନଜର
![ମାନବିକତା ପାଇଁ ଯୋଗ ମାନବିକତା ପାଇଁ ଯୋଗ](https://static.mygov.in/static/s3fs-public/mygov_171877688050183151.jpg)
ଅନ୍ତର୍ଜାତୀୟ ଯୋଗ ଦିବସ 2023: ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯୋଗ ଏକ ଜୀବନଶୈଳୀ।
![ମାନବିକତା ପାଇଁ ଯୋଗ ମାନବିକତା ପାଇଁ ଯୋଗ](https://static.mygov.in/static/s3fs-public/mygov_168354084550183151.jpg)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ମହୀଶୂର ପ୍ୟାଲେସ ଗ୍ରାଉଣ୍ଡରେ ଅନ୍ୟ ଅଂଶଗ୍ରହଣକାରୀଙ୍କ ସହ ଯୋଗ ଦିବସ ପାଳନ କରିଛନ୍ତି।
![ସୁସ୍ଥ ରହିବା ପାଇଁ ଯୋଗାସନ ସୁସ୍ଥ ରହିବା ପାଇଁ ଯୋଗାସନ](https://static.mygov.in/static/s3fs-public/mygov_168354077350183151.jpg)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ WHO M-Yoga ଆପ୍ର ଶୁଭାରମ୍ଭ କରିଛନ୍ତି
![ସ୍ୱାସ୍ଥ୍ୟ ପାଇଁ ଯୋଗ - ଘରେ ଯୋଗ](/sites/all/themes/mygov/images/yoga2021/yoga-look-6.jpg)
ବିଶ୍ୱବ୍ୟାପୀ କୋଭିଡ୍-19 ମହାମାରୀ କାରଣରୁ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ୍ ଭାବେ ଆୟୋଜନ କରାଯାଇଥିଲା
![ଜଳବାୟୁ କାର୍ଯ୍ୟନୁଷ୍ଠାନ](/sites/all/themes/mygov/images/yoga2021/yoga-look-5.jpg)
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଞ୍ଚିରେ ଅନ୍ୟ ଅଂଶଗ୍ରହଣକାରୀଙ୍କ ସହ ଯୋଗ ଦିବସ ପାଳନ କରିଛନ୍ତି
![ଶାନ୍ତି ପାଇଁ ଯୋଗ](/sites/all/themes/mygov/images/yoga2021/yoga-look-4.jpg)
ଜୁନ୍ 21, 2018ରେ ଡେରାଡୁନରେ 50,000 ଅଂଶଗ୍ରହଣକାରୀଙ୍କୁ ନେଇ ଉତ୍ସବ ପାଳନ କରାଯାଇଥିଲା
![ସ୍ୱାସ୍ଥ୍ୟ ପାଇଁ ଯୋଗ](/sites/all/themes/mygov/images/yoga2021/yoga-look-3.jpg)
ଜୁନ୍ 21, 2017ରେ ଲକ୍ଷ୍ନୌରେ 51,000 ଅଂଶଗ୍ରହଣକାରୀଙ୍କୁ ନେଇ ଏହି ଉତ୍ସବ ପାଳନ କରାଯାଇଥିଲା। ଜୀବନଶୈଳୀରେ ଏହାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଥିଲେ
![ଯୁବକମାନଙ୍କୁ ସଂଯୋଗ କରନ୍ତୁ](/sites/all/themes/mygov/images/yoga2021/yoga-look-2.jpg)
2016 ଜୁନ୍ 21 ତାରିଖରେ ଚଣ୍ଡିଗଡ଼ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ 30,000 ଲୋକ ଏବଂ 150 ଜଣ ଦିବ୍ୟାଙ୍ଗଜନ ଅଂଶଗ୍ରହଣ କରିଥିଲେ ।
![ଅନ୍ତର୍ଜାତୀୟ ଯୋଗ ଦିବସ](/sites/all/themes/mygov/images/yoga2021/yoga-look-1.jpg)
ଜୁନ୍ 21, 2015 ନୂଆଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ 2 ଟି ଗିନିଜ୍ ବିଶ୍ୱ ରେକର୍ଡ ହାସଲ କରିଥିଲା- ପ୍ରଥମଟି ହେଉଛି ଗୋଟିଏ ସ୍ଥାନରେ ଗୋଟିଏ ଯୋଗ ଅଧିବେଶନରେ 35,985 ଜଣ ଲୋକଙ୍କ ଅଂଶଗ୍ରହଣ ଏବଂ ଦ୍ୱିତୀୟଟି ହେଉଛି ଅଧିକାଂଶ ରାଷ୍ଟ୍ରର (84) ଯୋଗ ଅଧିବେଶନ 2015ରେ ଅଂଶଗ୍ରହଣ ।