ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଏହି ଗୋଷ୍ଠୀରେ କାର୍ଯ୍ୟକଳାପଗୁଡିକ
ସୃଷ୍ଟି ହୋଇଛି : 16/04/2018
କାର୍ଯ୍ୟକଳାପଉପରେ ଅଂଶଗ୍ରହଣ କରିବାକୁ କ୍ଲିକ୍ କରନ୍ତୁ

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA) ଦେଶରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ବିକାଶ ଏବଂ ନିୟନ୍ତ୍ରଣ ପାଇଁ ଜାତୀୟ ନୀତି ଏବଂ କାର୍ଯ୍ୟକ୍ରମ ପ୍ରଣୟନ ପାଇଁ ଦାୟୀ । ଏହି ମନ୍ତ୍ରଣାଳୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ, ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଏବଂ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଉଡାନ ଏକାଡେମୀ ଏବଂ ଏୟାର ଇଣ୍ଡିଆ ଲିମିଟେଡ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଏବଂ ପୱନ ହଂସ ହେଲିକପ୍ଟର ଲିମିଟେଡ ଭଳି ଅନୁବନ୍ଧିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗଉପରେ ପ୍ରଶାସନିକ ନିୟନ୍ତ୍ରଣ ରଖିଥାଏ । ଭାରତରେ ବେସାମରିକ ବିମାନ ଚଳାଚଳ ଶିଳ୍ପ ନୂଆ ଉଚ୍ଚତା ହାସଲ କରୁଛି । ଗତ 4 ବର୍ଷ ମଧ୍ୟରେ ଏହା ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଶିଳ୍ପ ଭାବେ ଉଭା ହୋଇଛି। ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ତମ ଘରୋଇ ବେସାମରିକ ବିମାନ ଚଳାଚଳ ବଜାର ।