ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

AI ଗେମ୍‌ଚେଞ୍ଜର ଆୱାର୍ଡ 2023

AI ଗେମ୍‌ଚେଞ୍ଜର ଆୱାର୍ଡ 2023
ଆରମ୍ଭ ତାରିଖ :
Sep 12, 2023
ଶେଷ ତାରିଖ :
Oct 31, 2023
23:45 PM IST (GMT +5.30 Hrs)
Submission Closed

AI ଗେମ୍‌ଚେଞ୍ଜର୍ସ ଆୱାର୍ଡର ଲକ୍ଷ୍ୟ ହେଉଛି ପ୍ରଭାବୀ AI ସମାଧାନକୁ ଚିହ୍ନଟ କରିବା ଏବଂ ପାଳନ କରିବା ଯାହା ଦାୟିତ୍ୱବାନ AI ନବସୃଜନକୁ ଆଗେଇ ନେଉଛି। ବିଚକ୍ଷଣ ଅଭିନବତ୍ୱର ଉତ୍ସବ ମାଧ୍ୟମରେ ..।

ମତ୍ସ୍ୟଚାଷ ଗେମ୍‌ଚେଞ୍ଜର୍ସ ଆୱାର୍ଡ ର ଲକ୍ଷ୍ୟ ହେଉଛି ପ୍ରଭାବୀ AI ସମାଧାନକୁ ଚିହ୍ନଟ କରିବା ଏବଂ ପାଳନ କରିବା ଯାହା ଦାୟିତ୍ୱବାନ AI ନବସୃଜନକୁ ଆଗେଇ ନେଉଛି। ବିଚକ୍ଷଣ ଅଭିନବତ୍ୱ, ନୈତିକ ବିଚାର ଏବଂ ପ୍ରଭାବଶାଳୀ ପ୍ରକଳ୍ପର ଉତ୍ସବ ମାଧ୍ୟମରେ ଏହି ପୁରସ୍କାରଗୁଡ଼ିକ AI କ୍ଷେତ୍ରକୁ ଆଗକୁ ବଢ଼ାଇବା ସହିତ ଦାୟିତ୍ୱପୂର୍ଣ୍ଣ ବିକାଶ ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରେରଣା ଯୋଗାଇବ।

ଏହି ପ୍ରତିଷ୍ଠିତ ମଞ୍ଚ ବିଭିନ୍ନ ପୃଷ୍ଠଭୂମିର AI ଉଦ୍ୟୋଗୀ ଓ ନବପ୍ରବର୍ତ୍ତକଙ୍କୁ ସେମାନଙ୍କ ଅଭିନବ AI ସମାଧାନ ଉପରେ ଆଲୋକପାତ କରିବାରେ, ବୈଷୟିକ କ୍ଷେତ୍ର ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବୈଶ୍ୱିକ ସହଭାଗିତାକୁ ଆଗକୁ ବଢ଼ାଇବାରେ ସକ୍ଷମ କରିବ, - GPAI ଏହାର ବିଷୟଗତ ପ୍ରାଥମିକତା ମଧ୍ୟରେ ଦାୟିତ୍ୱସମ୍ପନ୍ନ AI ଉପରେ ବିଶ୍ୱାସକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରହଣ କରିବାର ବ୍ୟାପକ ଲକ୍ଷ୍ୟ ହେଉଛି:
1. ବିଶ୍ୱ ସ୍ୱାସ୍ଥ୍ୟ
2. ଜଳବାୟୁ ପରିବର୍ତ୍ତନ
3. ନମନୀୟ ସମାଜ
4. ସହଯୋଗୀ AI ବୈଶ୍ୱିକ ଭାଗିଦାରୀ(CAIGP)
5. ଧାରଣୀୟ କୃଷି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବୈଶ୍ୱିକ ଭାଗିଦାରୀ (GPAI) ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉତ୍ତରଦାୟୀ ବିକାଶ ଏବଂ ଉପଯୋଗକୁ ମାର୍ଗଦର୍ଶନ ଦେବା ପାଇଁ ଏକ ଅନ୍ତର୍ଜାତୀୟ ଏବଂ ବହୁ-ଅଂଶୀଦାର ପଦକ୍ଷେପ, ଯାହା ମାନବାଧିକାର, ଅନ୍ତର୍ଭୁକ୍ତୀକରଣ, ବିବିଧତା, ନବସୃଜନ ଏବଂ ଆର୍ଥିକ ଅଭିବୃଦ୍ଧି ଉପରେ ଆଧାରିତ।

GPAI ପରିଷଦ ଅଧ୍ୟକ୍ଷ ଭାବେ ଭାରତ 2023 ଡିସେମ୍ବର 12-14ରେ ଭାରତରେ ବାର୍ଷିକ GPAI ଶିଖର ସମ୍ମିଳନୀ ଆୟୋଜନ କରିବ। ଏହି ଶିଖର ସମ୍ମିଳନୀରେ 27ରୁ ଅଧିକ GPAI ସଦସ୍ୟ ରାଷ୍ଟ୍ର ଏବଂ ୟୁରୋପୀୟ ସଙ୍ଘର AI ବିଶେଷଜ୍ଞ, ବହୁପକ୍ଷୀୟ ସଙ୍ଗଠନ ଏବଂ ଅନ୍ୟ ପ୍ରାସଙ୍ଗିକ ଷ୍ଟେକହୋଲ୍ଡରମାନେ ଅଂଶଗ୍ରହଣ କରିବେ।

ଏହାର ଅଂଶବିଶେଷ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (GPAI) ଉପରେ ବାର୍ଷିକ ବୈଶ୍ୱିକ ଭାଗିଦାରୀ ଶିଖର ସମ୍ମିଳନୀଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ମାଇଁଗଭ୍ ସହଭାଗିତାରେ ଆୟୋଜନ କରୁଛି AI ଗେମ୍‌ଚେଞ୍ଜର୍ସ ଆୱାର୍ଡ 2023।

ସର୍ଟଲିଷ୍ଟ ହୋଇଥିବା ଅଂଶଗ୍ରହଣକାରୀମାନଙ୍କୁ ଡିସେମ୍ବର 2023ରେ ବାର୍ଷିକ ଜିପିଏଆଇ ଶିଖର ସମ୍ମିଳନୀରେ ଗ୍ଲୋବାଲ ଏଆଇ ବିଶେଷଜ୍ଞ ଏବଂ ବ୍ୟାପକ ଗ୍ଲୋବାଲ ଏଆଇ ଇକୋସିଷ୍ଟମକୁ ସେମାନଙ୍କ ସମାଧାନ ଉପସ୍ଥାପନ କରିବାର ସୁୟୋଗ ପ୍ରଦାନ କରାୟିବ।

ପୁରସ୍କାର ବର୍ଗ
AI ଗେମ୍‌ଚେଞ୍ଜର୍ସ ଆୱାର୍ଡ ନିମ୍ନଲିଖିତ ଦୁଇଟି ବର୍ଗରେ ବିଶିଷ୍ଟ AI ଲିଡରମାନଙ୍କୁ ସମ୍ମାନିତ କରିଥାଏ। ପ୍ରତ୍ୟେକ ବର୍ଗ ସମସ୍ୟା ବିବୃତି (ଗୁଡ଼ିକ) ସହ ସଂସ୍ଲିଷ୍ଟ, ଯାହା AI ଉଦ୍ଭାବକମାନେ ବିଶ୍ୱସ୍ତରରେ ସମାଧାନ କରୁଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡ଼ିକୁ ପ୍ରଦର୍ଶିତ କରିଥାଏ ।

ବର୍ଗ 1: AI ଇନ୍ ଗଭର୍ଣ୍ଣାନ୍ସ ଲିଡର ଆୱାର୍ଡ:
ସମସ୍ୟା ବିବୃତି: AI ସିଷ୍ଟମ ଏବଂ ସେମାନଙ୍କ ବ୍ୟବହାରକାରୀଙ୍କ ମଧ୍ୟରେ ବିଶ୍ୱାସ ଏବଂ ବୁଝାମଣାରେ ଉନ୍ନତି ଆଣିବା, ସେମାନଙ୍କ ନିଷ୍ପତ୍ତି ନେବା ପ୍ରକ୍ରିୟା ପାଇଁ ସରକାରୀ କ୍ଷେତ୍ରର AI ସିଷ୍ଟମ କିପରି ସ୍ୱଚ୍ଛ ବ୍ୟାଖ୍ୟା ସୁନିଶ୍ଚିତ କରିପାରିବ?
ଯୋଗ୍ୟତା:
1. ଆବେଦନ କରୁଥିବା ସଙ୍ଗଠନଗୁଡ଼ିକ ପଞ୍ଜୀକୃତ ଷ୍ଟାର୍ଟଅପ୍ (କିମ୍ବା ନିଜ ଦେଶରେ ସମାନ ଆଇନଗତ ସଂସ୍ଥା) ହେବା ଆବଶ୍ୟକ ଯାହା ସେପ୍ଟେମ୍ବର 2023 ପୂର୍ବରୁ ସର୍ବନିମ୍ନ 1 ବର୍ଷ କାର୍ଯ୍ୟକ୍ଷମ ହୋଇଥିବ।
2. ପ୍ରସ୍ତାବିତ AI ସମାଧାନ ପ୍ରସ୍ତାବ ଦାଖଲ ତାରିଖରେ ଏକ ଜନସେବା ଯୋଗାଣ ଆବେଦନ ପାଇଁ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ଆବଶ୍ୟକ (ଅତିକମରେ ପାଇଲଟ୍ ପର୍ଯ୍ୟାୟରେ)।

ବର୍ଗ 2: NextGen ଲିଡର୍ ଆୱାର୍ଡ:
ସମସ୍ୟା ବିବରଣୀ 1: ଏକ ମୌଳିକ ମଡେଲରୁ ନିର୍ମିତ ବିଷୟବସ୍ତୁକୁ ଅନ୍ୟ ବିଷୟବସ୍ତୁ ଅପେକ୍ଷା ଅଲଗା କରିବା ପାଇଁ ଚିହ୍ନଟ ପ୍ରଣାଳୀ, ଏକ ଉଚ୍ଚ ଡିଗ୍ରୀର ବିଶ୍ୱସନୀୟତା ଉପରେ ଆଧାରିତ?
OR
ସମସ୍ୟା ବିବରଣୀ 2: ଜେନେରେଟିଭ୍ AIର ସବୁଠାରୁ ଭରସାଯୋଗ୍ୟ ବ୍ୟବହାର ମାମଲା।
ଯୋଗ୍ୟତା:
1. ଆବେଦନ କରୁଥିବା ସଙ୍ଗଠନଗୁଡ଼ିକ ପଞ୍ଜୀକୃତ ଷ୍ଟାର୍ଟଅପ୍ (କିମ୍ୱା ନିଜ ଦେଶରେ ସମାନ ଆଇନଗତ ସଂସ୍ଥା) ହେବା ଆବଶ୍ୟକ ଯାହା ସେପ୍ଟେମ୍ବର 2023 ପୂର୍ବରୁ ସର୍ବନିମ୍ନ 1 ବର୍ଷ କାର୍ଯ୍ୟକ୍ଷମ ହୋଇଥିବ।
2. ଆବେଦନକାରୀ ସଂସ୍ଥା ଉପରେ ଉଲ୍ଲେଖିତ ଯେକୌଣସି GPAI ବିଷୟଗତ ପ୍ରାଥମିକତାରେ ଜେନେରେଟିଭ୍ AI ଲାଭ ଉଠାଇବା ପାଇଁ ଏକ ପ୍ରୁଫ୍ ଅଫ୍ କନ୍‌ସେପ୍ଟ ବା ପାଇଲଟ୍ ପ୍ରଦାନ କରିବା ଆବଶ୍ୟକ।

ପ୍ରକ୍ରିୟା ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ପୁରସ୍କାର ଓ ସମ୍ମାନ
AI ଗେମ୍‌ଚେଞ୍ଜର୍ସ ଆୱାର୍ଡର ବିଜେତାମାନଙ୍କୁ ନିମ୍ନଲିଖିତ ପୁରସ୍କାର ପ୍ରଦାନ କରାଯିବ
1. ନଗଦ ପୁରସ୍କାର (ଶିଘ୍ର ଘୋଷଣା କରାଯିବ)
2. GPAI AI ଗେମ୍‌ଚେଞ୍ଜର ସାର୍ଟିଫିକେସନ୍
3. କ୍ଲାଉଡ୍ କମ୍ପ୍ୟୁଟ୍ କ୍ଷମତା (ପ୍ରତି ଯୋଗ୍ୟତା)
4. AI ବିଶେଷଜ୍ଞ ଓ ପ୍ରାକ୍ଟିସନ୍ସର୍‌ଙ୍କ ସହ କାମ କରିବାର ସୁଯୋଗ ।

ଆମର ସମ୍ପୂର୍ଣ୍ଣ ପୁରସ୍କାର ନିୟମ ଓ ସର୍ତ୍ତାବଳୀ ପଢ଼ନ୍ତୁ। କିଛି ପ୍ରଶ୍ନ ଅଛି କି? ଦୟାକରି ଆମ ସହିତ ଯୋଗାଯୋଗ କରନ୍ତୁ fellow1.gpai-india@meity.gov.in

ଏହାବ୍ୟତୀତ, ସମସ୍ତ ସର୍ଟଲିଷ୍ଟ ହୋଇଥିବା ପ୍ରତିଯୋଗୀଙ୍କୁ ନୂଆଦିଲ୍ଲୀରେ ଆୟୋଜିତ GPAI ଶିଖର ସମ୍ମିଳନୀରେ GPAI AI ଏକ୍ସପୋରେ ପ୍ରଦର୍ଶନୀ ଷ୍ଟଲ ପ୍ରଦାନ କରାଯିବ, ଯାହାଫଳରେ ସେମାନେ ବୈଶ୍ୱିକ AI ଇକୋସିଷ୍ଟମକୁ ସେମାନଙ୍କ ଅଭିନବତ୍ୱ ପ୍ରଦର୍ଶନ କରିପାରିବେ।

*ଦ୍ରଷ୍ଟବ୍ୟ: ତୃତୀୟ ପକ୍ଷରୁ ଉତ୍ପନ୍ନ ପରିପୂରକ ଲାଭ, ସମ୍ପୃକ୍ତ ତୃତୀୟ ପକ୍ଷ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତାବଳୀ ଦ୍ୱାରା ପରିଚାଳିତ ହେବ। ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହିସବୁ ପ୍ରସଙ୍ଗରେ କୌଣସି ଦାୟିତ୍ୱ କିମ୍ବା ଉତ୍ତରଦାୟିତ୍ୱ ବହନ କରିବ ନାହିଁ।

ଦାଖଲ ପାଇଁ ନିର୍ଦ୍ଦେଶାବଳୀ ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପଢିବା ପାଇଁ (PDF 100.65 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି