ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

CGHS ଟ୍ୟାଗ୍‌ଲାଇନ ପ୍ରତିଯୋଗିତା

CGHS ଟ୍ୟାଗ୍‌ଲାଇନ ପ୍ରତିଯୋଗିତା
ଆରମ୍ଭ ତାରିଖ:
Feb 12, 2024
ଶେଷ ତାରିଖ :
Mar 12, 2024
23:45 PM IST (GMT +5.30 Hrs)
Submission Closed

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ଏହି ଯୋଜନାରେ ପଞ୍ଜୀକୃତ ପେନସନଭୋଗୀ ଏବଂ ସାଂସଦ, ପୂର୍ବତନ-ସାଂସଦ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ଅନ୍ୟ କେତେକ ବର୍ଗକୁ...

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ଏହି ଯୋଜନାରେ ପଞ୍ଜୀକୃତ ପେନସନଭୋଗୀ ଏବଂ ସାଂସଦ, ପୂର୍ବତନ-ସାଂସଦ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ଅନ୍ୟ କେତେକ ବର୍ଗକୁ ସମ୍ପୂର୍ଣ୍ଣ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

CGHS ଏହାର ହିତାଧିକାରୀମାନଙ୍କୁ ନିମ୍ନଲିଖିତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥାଏ:
1. ୱେଲନେସ୍ ସେଣ୍ଟରରେ OPD ସେବା ସହ ଔଷଧ ବଣ୍ଟନ ଏବଂ ଅନୁମୋଦିତ କେନ୍ଦ୍ରକୁ ଚିକିତ୍ସା ପାଇଁ ରେଫରାଲ ସେବା ଉପଲବ୍ଧ ।
2. CGHS ଦ୍ୱାରା ରେଫରାଲ ପରେ ପଲିକ୍ଲିନିକ୍ / ସରକାରୀ ଡାକ୍ତରଖାନା ଏବଂ CGHS ତାଲିକାଭୁକ୍ତ ଡାକ୍ତରଖାନାରେ ବିଶେଷଜ୍ଞ ପରାମର୍ଶ।
3. ପେନସନଭୋଗୀ ଏବଂ ଅନ୍ୟାନ୍ୟ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ତାଲିକାଭୁକ୍ତ କେନ୍ଦ୍ରରେ ଚିକିତ୍ସା ପାଇଁ କ୍ୟାସଲେସ ବା ନଗହ ବିହୀନ ସୁବିଧା ଉପଲବ୍ଧ।
4. ସରକାରୀ/ବେସରକାରୀ ଚିକିତ୍ସା ଡାକ୍ତରଖାନାରେ ଚିକିତ୍ସା ଏବଂ ଶ୍ରବଣ ଯନ୍ତ୍ର, କୃତ୍ରିମ ଅଙ୍ଗ, ଉପକରଣ ଆଦି କିଣିବା ପାଇଁ ହୋଇଥିବା ଖର୍ଚ୍ଚ ମଞ୍ଜୁରୀ ମିଳିବା ପରେ
ଫେରସ୍ତ ହୋଇଥାଏ ।
5. ପରିବାର କଲ୍ୟାଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (CGHS) ଯାହା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଅଧିନରେ ରହିଛି, ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଏକ ଟ୍ୟାଗ୍‌ଲାଇନ ପ୍ରତିଯୋଗିତା ମାଇଁଗଭ୍ ପ୍ଲାଟଫର୍ମରେ ଆୟୋଜନ କରୁଛି ଯାହାର ଉଦ୍ଦେଶ୍ୟ ହେଉଛି ଏକ ଆକର୍ଷଣୀୟ ଟ୍ୟାଗଲାଇନ ଖୋଜିବା ଯାହା ଅନନ୍ୟ ହେବା ସଙ୍ଗେ ସଙ୍ଗେ CGHS ର ପ୍ରତିନିଧିତ୍ୱ ମଧ୍ୟ କରିବ । ବିଜୟୀ ସବମିଶନ୍ ସରକାରୀ ଟ୍ୟାଗ୍‌ଲାଇନ ଭାବେ ଗ୍ରହଣ କରାଯିବ, ଯାହାକୁ CGHS ଦ୍ୱାରା ସରକାରୀ ଉଦ୍ଦେଶ୍ୟ, ଯେପରିକି ପତ୍ର ବିନିମୟ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟବହାର କରାଯିବ । ଏହାସହ ଏହାର କାର୍ଯ୍ୟାଳୟ ଏବଂ ୱେଲନେସ୍ ସେଣ୍ଟର ପରି ସବ୍‌ୟୁନିଟ୍ ଆଦିରେ ପ୍ରଦର୍ଶିତ ହେବ।

ବୈଷୟିକ ମାନଦଣ୍ଡ:
ଏହି ଟ୍ୟାଗ୍‌ଲାଇନ ସହଜରେ CGHS ସହ ଜଡିତ ହେବା ଉଚିତ। ଏହା ଇଂରାଜୀ, ହିନ୍ଦୀ କିମ୍ବା ସଂସ୍କୃତ ଭାଷାରେ ହୋଇପାରେ।

ନିମ୍ନଲିଖିତ ମାନଦଣ୍ଡ ଆଧାରରେ ଏଣ୍ଟ୍ରି ଗୁଡ଼ିକୁ ବିଚାର କରାଯିବ
1. CGHSର ସାମଗ୍ରିକ ବିଷୟବସ୍ତୁ ସହ ସମନ୍ୱିତ: ଏହି ଟ୍ୟାଗ୍‌ଲାଇନ CGHSର ସେବା ସହିତ ସମନ୍ୱିତ ହେବା ଆବଶ୍ୟକ
2. 05 ଶବ୍ଦରୁ ଅଧିକ ଲମ୍ବା ହେବ ନାହିଁ
3. ସହଜରେ ମନେ ରଖିହେବା ପାଇଁ ସରଳ ଏବଂ ଆକର୍ଷଣୀୟ ହେବା ଉଚିତ୍
4. ମୌଳିକତା: ଏହି ଟ୍ୟାଗ୍‌ଲାଇନ ସମ୍ପୂର୍ଣ୍ଣ ନିଜସ୍ୱ ହେବା ସହ ଏହା CGHS କିମ୍ବା ଅନ୍ୟ କୌଣସି ସଂସ୍ଥାର ବର୍ତ୍ତମାନର ଟ୍ୟାଗ୍‌ଲାଇନ ସହ ମେଳ ଖାଇବା ଉଚିତ ନୁହେଁ

ପରିତୋଷ:
ପୁରସ୍କାର ସ୍ୱରୂପ 25,000/- ଟଙ୍କା (ପଚିଶ ହଜାର ଟଙ୍କା ମାତ୍ର) ଏହି ଟ୍ୟାଗ୍‌ଲାଇନ ପ୍ରତିଯୋଗିତାର ବିଜେତାଙ୍କୁ ପ୍ରଦାନ କରାଯିବ, ଏହାସହ CGHS ୱେବସାଇଟରେ ସମ୍ବର୍ଦ୍ଧନା ଓ ଉପଯୁକ୍ତ ସ୍ୱୀକୃତି ପ୍ରଦାନ କରାଯିବ।
ଏଠାରେ କ୍ଲିକ୍ କରନ୍ତୁ for terms and conditions. (PDF 67.1 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
1203
ସମୁଦାୟ
0
ଅନୁମୋଦିତ
1203
ସମୀକ୍ଷାଧୀନ