ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଏକ ଛୋଟ ଭିଡିଓ ତିଆରି କରନ୍ତୁ ଏବଂ ବୃଷାଭ - ଭାରତୀୟ ପ୍ରଜନନ ଷଣ୍ଢ ପାଇଁ ନିଜର ପ୍ରେମ ଦେଖାନ୍ତୁ

ଏକ ଛୋଟ ଭିଡିଓ ତିଆରି କରନ୍ତୁ ଏବଂ ବୃଷାଭ - ଭାରତୀୟ ପ୍ରଜନନ ଷଣ୍ଢ ପାଇଁ ନିଜର ପ୍ରେମ ଦେଖାନ୍ତୁ
ଆରମ୍ଭ ତାରିଖ:
Nov 08, 2023
ଶେଷ ତାରିଖ :
Dec 17, 2023
23:45 PM IST (GMT +5.30 Hrs)
View Result Submission Closed

କୃଷକ, ବିଦ୍ୟାର୍ଥୀ, ଏବଂ ସମସ୍ତ ଆଗ୍ରହୀ ବ୍ୟକ୍ତିଙ୍କୁ ମଲ୍ଟିମିଡ଼ିଆ କଣ୍ଟେଣ୍ଟ୍, ଯେପରିକି ଫଟୋ ଓ ଛୋଟ ଭିଡିଓ ମାଧ୍ୟମରେ ସ୍ଥାନୀୟ ପରମ୍ପରା ଓ ପ୍ରଥାକୁ କଏଦ କରି ପ୍ରଦର୍ଶିତ କରିବା ପାଇଁ ଆହ୍ୱାନ କରାଯାଉଛି...

କୃଷକ, ବିଦ୍ୟାର୍ଥୀ, ଏବଂ ସମସ୍ତ ଆଗ୍ରହୀ ବ୍ୟକ୍ତିଙ୍କୁ ମଲ୍ଟିମିଡ଼ିଆ କଣ୍ଟେଣ୍ଟ୍, ଯେପରିକି ଫଟୋ ଓ ଛୋଟ ଭିଡିଓ ମାଧ୍ୟମରେ ସ୍ଥାନୀୟ ପରମ୍ପରା ଓ ପ୍ରଥାକୁ କଏଦ କରି ପ୍ରଦର୍ଶିତ କରିବା ପାଇଁ ଆହ୍ୱାନ କରାଯାଉଛି ଏହାସହ ସେସବୁର ଇତିହାସ, ମହତ୍ତ୍ୱ, ପ୍ରୟୋଗ ଓ ଲାଭକୁ ବ୍ୟାଖ୍ୟା କରୁଥିବା କିଛି ଲେଖା ମଧ୍ୟ ପଠାଇବାକୁ ଅନୁରୋଧ କରାଯାଇଛି । ଯୁବ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ଏଣ୍ଟ୍ରି ପାଇଁ ପରିବାରର କିମ୍ୱା ସମୁଦାୟର ବଡ଼ମାନଙ୍କ ସହ ସହଭାଗିତା କରିବା ପାଇଁ ପ୍ରାତ୍ସାହିତ କରାଯାଉଛି ।

ଏହି ପଦକ୍ଷେପ ମାଧ୍ୟମରେ, ଆମେ ଆମର ଅନନ୍ୟ ପରମ୍ପରାକୁ ନେଇ ଗର୍ବର ଭାବନାକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛୁ ଯାହା ସ୍ଥାୟୀ ହେବ ଏବଂ ସମସ୍ତଙ୍କ କଲ୍ୟାଣକୁ ପ୍ରୋତ୍ସାହନ ଦେବ। ଏହି ଯୁବ IKS ଆମ୍ବାସାଡରମାନେ ଭାରତୀୟ ସଂସ୍କୃତିର ସୁନ୍ଦର ବିବିଧତାକୁ ଅନୁଧ୍ୟାନ କରିବା ପାଇଁ ବିଶ୍ୱକୁ ପ୍ରେରଣା ଯୋଗାଇବେ।

ଦେଶର ସାଂସ୍କୃତିକ-ଐତିହ୍ୟରେ ବୃଷଭୋତ୍ସବର ଗୁରୁତ୍ୱ ଏବଂ ଏହାର ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ କାର୍ତ୍ତିକ ମାସର ପ୍ରଥମ ଦିବସକୁ ବୃଷଭୋତ୍ସବ ଭାବେ ପାଳନ କରାଯାଇଥାଏ। ଆମ ସାଂସ୍କୃତିକ ଐତିହ୍ୟ ଏବଂ ଭାରତୀୟ ବଳଦ ପ୍ରତି ଆମର ଭଲପାଇବାକୁ ଦର୍ଶାଉଥିବା ଏକ ଉତ୍ସବ ହେଉଛି ବୃଷଭୋତ୍ସବମ୍ । ଏହି ପର୍ବର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ IKS ଡିଭିଜନ୍ ଏକ ସର୍ଟ ରିଲ୍ ପ୍ରତିଯୋଗିତା ମାଇଁଗଭ୍ ପୋର୍ଟାଲ ଆୟୋଜନ କରୁଛି।

ବୃଷଭ ସହିତ ନିଜର ରିଲ୍ ସେୟାର କରନ୍ତୁ ଆଉ ଏହି ସୁନ୍ଦର ପ୍ରାଣୀ ସହ ନିଜର ଭଲପାଇବା ଦେଖାନ୍ତୁ! ଏହି ପ୍ରତିଯୋଗିତାରେ, ଭାରତୀୟ ନାଗରକିକଙ୍କୁ 30 ସେକେଣ୍ଡରୁ 3 ମିନିଟ୍ ମଧ୍ୟରେ ଏକ ଛୋଟ ଭିଡିଓ (ନିଜେ ତିଆରି କରିଥିବା) ସେୟାର କରିବାକୁ ଅନୁରୋଧ କରାଯାଇଛି, ଯେଉଁଥିରେ ବୃଷଭ (ଭାରତୀୟ ପ୍ରଜାତି ବଳଦ) ପ୍ରତି ନିଜର ସ୍ନେହ, ଭଲପାଇବା ଓ ଭାବନା ବ୍ୟକ୍ତ ହେଉଥିବ, ଏହି ଭିଡ଼ିଓ ସେମାନଙ୍କ ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଆବଶ୍ୟକ ।

ଏଠାରେ କ୍ଲିକ୍ କରନ୍ତୁ , ନିୟମ ଓ ସର୍ତ୍ତାବଳୀ ପାଇଁ। (PDF 75.33 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
122
ସମୁଦାୟ
0
ଅନୁମୋଦିତ
122
ସମୀକ୍ଷାଧୀନ