ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ପାଇଁ ଡୁଡଲ୍ ଡିଜାଇନ୍ ପ୍ରତିଯୋଗିତା

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ପାଇଁ ଡୁଡଲ୍ ଡିଜାଇନ୍ ପ୍ରତିଯୋଗିତା
ଆରମ୍ଭ ତାରିଖ:
Mar 11, 2024
ଶେଷ ତାରିଖ :
Mar 15, 2024
18:00 PM IST (GMT +5.30 Hrs)
ସବମିଶନ ବନ୍ଦ

ଅନାଦି କାଳରୁ ସୂର୍ଯ୍ୟ ଆମ ପୃଥିବୀର ଜୀବନଦାତା ଭାବରେ ପୂଜା ପାଉଛନ୍ତି । ଭାରତରେ ବିପୁଳ ସୌର ଶକ୍ତି ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର: ମାଗଣା ବିଜୁଳି ଯୋଜନା ନିକଟରେ ...

ଅନାଦି କାଳରୁ ସୂର୍ଯ୍ୟ ଆମ ପୃଥିବୀର ଜୀବନଦାତା ଭାବରେ ପୂଜା ପାଉଛନ୍ତି । ଭାରତରେ ବିପୁଳ ସୌର ଶକ୍ତି ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର: ମାଗଣା ବିଜୁଳି ଯୋଜନା ନିକଟରେ ଆରମ୍ଭ ହୋଇଥିବା ରୁଫ୍‌ଟପ୍ ସୋଲାର (RTS) କାର୍ଯ୍ୟକ୍ରମ। ମାଧ୍ୟମରେ ଆମ ଦୈନନ୍ଦିନ ଜୀବନରେ ସୌର ଶକ୍ତିର ବ୍ୟବହାରକୁ ସମନ୍ୱିତ କରିବାର ଲକ୍ଷ୍ୟ ରଖିଛି। ଏହି ଯୋଜନାରେ ଏକ କୋଟି ପରିବାରକୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ହିତାଧିକାରୀମାନେ ସୌର ପ୍ୟାନେଲ ଜରିଆରେ ମାସକୁ 300 ୟୁନିଟ୍ ବିଜୁଳି ଉତ୍ପାଦନ କରିପାରିବେ। ହିତାଧିକାରୀମାନେ ₹78000 ପର୍ଯ୍ୟନ୍ତ ସବସିଡି ମଧ୍ୟ ପାଇପାରିବେ ।

ନୂତନ ଓ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର: ମାଗଣା ବିଜୁଳି ଯୋଜନା ଅଭିଯାନ ଅଧିନରେ ମାଇଁଗଭ୍ ସହଭାଗିତାରେ ସୌର ଶକ୍ତିର ସାମର୍ଥ୍ୟକୁ ଉପଯୋଗ କରିବା ଏବଂ ନବୀକରଣଯୋଗ୍ୟ ଶକ୍ତିର ଅନ୍ୟାନ୍ୟ ରୂପକୁ ଏକ ସ୍ଥାୟୀ ଜୀବନଧାରଣ ପାଇଁ ଉପଯୋଗ କରିବା ବିଷୟ ଉପରେ ଆଧାର କରି ସମସ୍ତ ନାଗରିକଙ୍କୁ ନିଜର ସୃଜନଶୀଳତା ପ୍ରଦର୍ଶିତ କରି ଏକ ଡୁଡଲ୍ ପ୍ରସ୍ତୁତ କରିବା ପାଇଁ ଆହ୍ୱାନ କରୁଛି। ପ୍ରତିଯୋଗୀମାନେ ଶିକ୍ଷଣୀୟ ଏବଂ ସୂଚନାତ୍ମକ ଡୁଡଲ୍ ମଧ୍ୟ ସେୟାର କରିପାରିବେ ଯାହା ସବୁଜ ଶକ୍ତି ଉତ୍ସର ଉପଯୋଗର ଗୁରୁତ୍ୱ ସହିତ ଏହି ଯୋଜନାକୁ ଗ୍ରହଣ କରିବାର ଲାଭ ଉପରେ ଗୁରୁତ୍ୱାରୋପ କରିବ।

ପରିତୋଷ:
ଶ୍ରେଷ୍ଠ ଡୁଡଲ୍‌କୁ ନଗଦ ପୁରସ୍କାର 15,000 ଟଙ୍କା ପ୍ରଦାନ କରାଯିବ.

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ । pdf(116 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
97
ସମୁଦାୟ
0
ଅନୁମୋଦିତ
97
ସମୀକ୍ଷାଧୀନ