ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ପାଇଁ ମାସ୍କଟ ଡିଜାଇନ୍ ପ୍ରତିଯୋଗିତା

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ପାଇଁ ମାସ୍କଟ ଡିଜାଇନ୍ ପ୍ରତିଯୋଗିତା
ଆରମ୍ଭ ତାରିଖ:
Mar 11, 2024
ଶେଷ ତାରିଖ :
Mar 15, 2024
18:00 PM IST (GMT +5.30 Hrs)
ସବମିଶନ ବନ୍ଦ

ଅନାଦି କାଳରୁ ସୂର୍ଯ୍ୟ ଆମ ପୃଥିବୀର ଜୀବନଦାତା ଭାବରେ ପୂଜା ପାଉଛନ୍ତି । ଭାରତରେ ବିପୁଳ ସୌର ଶକ୍ତି ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର: ମାଗଣା ବିଜୁଳି ଯୋଜନା ନିକଟରେ

ଅନାଦି କାଳରୁ ସୂର୍ଯ୍ୟ ଆମ ପୃଥିବୀର ଜୀବନଦାତା ଭାବରେ ପୂଜା ପାଉଛନ୍ତି । ଭାରତରେ ବିପୁଳ ସୌର ଶକ୍ତି ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର: ମାଗଣା ବିଜୁଳି ଯୋଜନା ନିକଟରେ ଆରମ୍ଭ ହୋଇଥିବା ରୁଫ୍‌ଟପ୍ ସୋଲାର (RTS) କାର୍ଯ୍ୟକ୍ରମ। ମାଧ୍ୟମରେ ଆମ ଦୈନନ୍ଦିନ ଜୀବନରେ ସୌର ଶକ୍ତିର ବ୍ୟବହାରକୁ ସମନ୍ୱିତ କରିବାର ଲକ୍ଷ୍ୟ ରଖିଛି। ଏହି ଯୋଜନାରେ ଏକ କୋଟି ପରିବାରକୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ହିତାଧିକାରୀମାନେ ସୌର ପ୍ୟାନେଲ ଜରିଆରେ ମାସକୁ 300 ୟୁନିଟ୍ ବିଜୁଳି ଉତ୍ପାଦନ କରିପାରିବେ। ହିତାଧିକାରୀମାନେ ₹78000 ପର୍ଯ୍ୟନ୍ତ ସବସିଡି ମଧ୍ୟ ପାଇପାରିବେ ।

ଏହି ଯୋଜନାର ପ୍ରଚାର ପ୍ରସାର ପାଇଁ, ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ , ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର: ମାଗଣା ବିଜୁଳି ଯୋଜନା ପାଇଁ ଏକ ମାସ୍କଟ ଡିଜାଇନ୍ କରିବା ପାଇଁ ଆହ୍ୱାନ କରୁଛି ଯାହା ଏହି ଯୋଜନାର ପରିଚୟ ପାଲଟିବାର ସମ୍ଭାବନା ରଖୁଥିବ। ମାସ୍କଟଟି ସାଧାରଣତଃ ସୌର ଶକ୍ତି ଏବଂ ସବୁଜ ଶକ୍ତିକୁ ଗ୍ରହଣ କରିବାର ଗୁରୁତ୍ୱକୁ ପ୍ରତିଫଳିତ କରିବା ଆବଶ୍ୟକ ।

ବୈଷୟିକ ମାନଦଣ୍ଡ:
1. ମାସ୍କଟଟି ଆକର୍ଷଣୀୟ ହେବା ସହ ଯୋଜନାର ପରିକଳ୍ପନା ଓ ଲାଙକୁ ପ୍ରତିପାଦିତ କରିବା ଆବଶ୍ୟକ ।
2. ଏଣ୍ଟ୍ରି ସହିତ ମାସ୍କଟ୍‌ର ସଂକ୍ଷିପ୍ତ ବିବରଣୀ ରହିବା ସହ ଏହା ଯୋଜନାର ସାରକୁ କିପରି ଉତ୍ତମ ଭାବରେ ବର୍ଣ୍ଣନା କରେ ତାହା ପ୍ରତିଫଳିତ ହେବା ଆବଶ୍ୟକ ।
3. ଏଣ୍ଟ୍ରିଗୁଡିକ କେବଳ ହାଇ କ୍ୱାଲିଟି JPEG ଫର୍ମାଟରେ ଗ୍ରହଣ କରାଯିବ। ଅନ୍ୟ କୌଣସି ଫର୍ମାଟରେ ପଠାଯାଇଥିବା ଏଣ୍ଟ୍ରିଗୁଡିକ ଅଯୋଗ୍ୟ ଘୋଷଣା କରାଯିବ।

ପରିତୋଷ:
4. ଶ୍ରେଷ୍ଠ ମାସ୍କଟକୁ ନଗଦ ପୁରସ୍କାର 15,000 ଟଙ୍କା ପ୍ରଦାନ କରାଯିବ.

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ । pdf(120 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
102
ସମୁଦାୟ
0
ଅନୁମୋଦିତ
102
ସମୀକ୍ଷାଧୀନ
Reset