ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଭାରତ-ଅଷ୍ଟ୍ରେଲିଆ ରାଇଜ ଏକ୍ସେଲେରେଟର କାର୍ଯ୍ୟକ୍ରମ

ଭାରତ-ଅଷ୍ଟ୍ରେଲିଆ ରାଇଜ ଏକ୍ସେଲେରେଟର କାର୍ଯ୍ୟକ୍ରମ
ଆରମ୍ଭ ତାରିଖ:
Dec 07, 2023
ଶେଷ ତାରିଖ :
Jan 07, 2024
23:45 PM IST (GMT +5.30 Hrs)
Submission Closed

ଭାରତ-ଅଷ୍ଟ୍ରେଲିଆ ରାପିଡ୍ ଇନୋଭେସନ୍ ଆଣ୍ଡ ଷ୍ଟାର୍ଟଅପ୍ ଏକ୍ସପେନ୍ସନ୍ (RISE) ଏକ୍ସିଲରେଟର, ହେଉଛି ଭାରତ ଓ ଅଷ୍ଟ୍ରେଲିଆର ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ସହଯୋଗ ଓ ତ୍ୱରାନ୍ୱିତ କରିବା ଲାଗି ଏକ ଉଦ୍ଦେଶ୍ୟମୂଳକ କାର୍ଯ୍ୟକ୍ରମ...

ଭାରତ-ଅଷ୍ଟ୍ରେଲିଆ ରାପିଡ୍ ଇନୋଭେସନ୍ ଆଣ୍ଡ ଷ୍ଟାର୍ଟଅପ୍ ଏକ୍ସପେନ୍ସନ୍ (RISE) ଏକ୍ସିଲରେଟର, ହେଉଛି ଭାରତ ଓ ଅଷ୍ଟ୍ରେଲିଆର ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ସହଯୋଗ ଓ ତ୍ୱରାନ୍ୱିତ କରିବା ଲାଗି ଏକ ଉଦ୍ଦେଶ୍ୟମୂଳକ କାର୍ଯ୍ୟକ୍ରମ।

RISE ଏକ୍ସିଲରେଟରର ଲକ୍ଷ୍ୟ ହେଉଛି ପରିପକ୍ୱ ଜ୍ଞାନକୌଶଳ ଆଧାରିତ ନବୋନ୍ମେଷ ସହିତ ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ଏକ କ୍ରସ-ବୋର୍ଡର ବା ଦେଶ ବାହାରେ ନବୋନ୍ମେଷ ଇକୋସିଷ୍ଟମ ମାଧ୍ୟମରେ ସେମାନଙ୍କ କ୍ରସ-ବୋର୍ଡର ସାମାଜିକ, ଆର୍ଥିକ ଓ ପରିବେଶିକ ପ୍ରଭାବକୁ ଫାଷ୍ଟ-ଟ୍ରାକ୍ କରିବା ପାଇଁ ସକ୍ଷମ କରିବା।

RISE ଏକ୍ସେଲେଟର ଯେଉଁ ଦୁଇଟି କାର୍ଯ୍ୟକ୍ରମ ମଧ୍ୟରେ ଏକ ଶକ୍ତିଶାଳୀ ଭାଗିଦାରୀ ଦ୍ୱାରା କାର୍ଯ୍ୟକ୍ଷମ ହୋଇଛି, ତାହା ହେଲା:
1) ଅଟଳ ନବୋନ୍ମେଷ ମିଶନ (AIM), ନୀତି ଆୟୋଗ, ଦେଶରେ ନବୋନ୍ମେଷ ଏବଂ ଉଦ୍ୟମିତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ପ୍ରମୁଖ ପଦକ୍ଷେପ
2. CSIRO, ଅଷ୍ଟ୍ରେଲିଆର ନ୍ୟାସନାଲ ସାଇନ୍ସ ଏଜେନ୍ସି

ମୁଖ୍ୟ ପ୍ରସଙ୍ଗ
ପରିବେଶ ଏବଂ ଜଳବାୟୁ ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ କେନ୍ଦ୍ରିତ କରି, ଏହି କାର୍ଯ୍ୟକ୍ରମକୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟ-ଅପକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତୁତ କରାଯିବ, ଯଥା:
1) ଜଳବାୟୁ ସ୍ମାର୍ଟ କୃଷି
2) ସ୍ୱଚ୍ଛ ଶକ୍ତି
3) ସର୍କୁଲାର ଅର୍ଥନୀତି ଓ ବର୍ଜ୍ୟବସ୍ତୁ ପରିଚାଳନା
4) ଜଳବାୟୁ ସ୍ମାର୍ଟ ମୋବିଲିଟି

ଭାରତ ଓ ଅଷ୍ଟ୍ରେଲିଆରୁ କୋହୋର୍ଟ ସାଇଜ ହେଉଛି 10ରୁ 15 ଷ୍ଟାର୍ଟଅପ୍

କୋହର୍ଟ ଅବଧି 9 ମାସ

ଏକ ଷ୍ଟାର୍ଟଅପ୍ କାହିଁକି ଭାଗ ନେବା ଉଚିତ?
ଭାରତ ଓ ଅଷ୍ଟ୍ରେଲିଆର ନବୋନ୍ମେଷ ଇକୋସିଷ୍ଟମର ଷ୍ଟେକହୋଲ୍ଡରମାନଙ୍କ ମିଳିତ ସହଯୋଗରେ ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ସହାୟତା ଏବଂ ତ୍ୱରାନ୍ୱିତ କରିବା ଲାଗି RISE ଏକ୍ସିଲରେଟର ହେଉଛି ଏକ କାର୍ଯ୍ୟକ୍ରମ
RISE ମୂଲ୍ୟ ପ୍ରସ୍ତାବ :
1. ସରକାରୀ ପାଣ୍ଠି ଓ VC ଗୁଡ଼ିକର ଉପଲବ୍ଧତା
2. ଦେଶ ବାହାରେ ସମ୍ପ୍ରସାରଣ ଦିଗରେ ପ୍ରାରମ୍ଭିକ ପଦକ୍ଷେପରେ ଢାଞ୍ଚାଗତ ପଥ ଓ ମାର୍ଗଦର୍ଶନ
3. ଭାରତ ଓ ଅଷ୍ଟ୍ରେଲିଆର ମେଣ୍ଟର ଓ SME ର ଉପଲବ୍ଧତା
4. ନୂତନ ବଜାର ପାଇଁ ଟେକ୍ନୋଲୋଜିକୁ ପାଇଲଟ୍, ଆଡପ୍ଟ ଓ ଭ୍ୟାଲିଡେଟ କରିବାର ସୁଯୋଗ
5. ଏକ ନୂଆ ବଜାରରେ ପାର୍ଟନର ଏବଂ ସମ୍ଭାବ୍ୟ ଗ୍ରାହକଙ୍କୁ ଫାଷ୍ଟ ଟ୍ରାକ୍ କନେକ୍ସନ
6. ସଫଳତା ପାଇଁ ବିଶ୍ୱସନୀୟତା

ଏଥିରେ କିଏ ଭାଗ ନେଇପାରିବେ?
AIM ଓ CSIRO ଭାରତ ଏବଂ ଅଷ୍ଟ୍ରେଲିଆର ସେହି ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ଆହ୍ୱାନ କରୁଛନ୍ତି ଯାହାର:
1) ଅଧିକ ସମ୍ଭାବନା ଥିବା ବିଷୟଭିତ୍ତିକ କ୍ଷେତ୍ରରେ ଅଭିନବ ଜ୍ଞାନକୌଶଳ ରହିଥିବ
2) ଘରୋଇ ଦେଶୀ ବଜାରରେ ବ୍ୟବସାୟୀକରଣ ଥିବ
3) ଭାରତ କିମ୍ବା ଅଷ୍ଟ୍ରେଲିଆରେ ବିସ୍ତାର କରିବା ପାଇଁ ଫୋକସ୍ ରହିଥିବ

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି