ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

କାଲୀନ ମାର୍କ ଲୋଗୋ ଡିଜାଇନ୍ ପ୍ରତିଯୋଗିତା

କାଲୀନ ମାର୍କ ଲୋଗୋ ଡିଜାଇନ୍ ପ୍ରତିଯୋଗିତା
ଆରମ୍ଭ ତାରିଖ:
Dec 27, 2023
ଶେଷ ତାରିଖ :
Jan 30, 2024
23:45 PM IST (GMT +5.30 Hrs)
View Result Submission Closed

ଇଣ୍ଡିଆନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ କାରପେଟ୍ ଟେକ୍ନୋଲୋଜି (IICT, ଭଦୋହୀ), ହେଉଛି ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟର ଉନ୍ନୟନ କମିଶନର (ହସ୍ତଶିଳ୍ପ)ଙ୍କ ତତ୍ତ୍ୱାବଧାନରେ ଏକ ଅନୁଷ୍ଠାନ...

ଇଣ୍ଡିଆନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ କାରପେଟ୍ ଟେକ୍ନୋଲୋଜି (IICT, ଭଦୋହୀ), ହେଉଛି ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟର ଉନ୍ନୟନ କମିଶନର (ହସ୍ତଶିଳ୍ପ)ଙ୍କ ତତ୍ତ୍ୱାବଧାନରେ ଏକ ଅନୁଷ୍ଠାନ, ଯାହା କେନ୍ଦ୍ରୀୟ ଊନ ବିକାଶ ବୋର୍ଡ (CWDB), ଯୋଧପୁର ଏବଂ ମାଇଁଗଭ୍‌ ସହଭାଗିତାରେ ଏକ ଲୋଗୋ ଡିଜାଇନ ପାଇଁ ପ୍ରତିଯୋଗିତା ଆୟୋଜନ କରୁଛନ୍ତି ଯାହାର ଉଦ୍ଦେଶ୍ୟ ହେବ ଭାରତରେ ଉତ୍ପାଦିତ ପଶମ ହସ୍ତନିର୍ମିତ କାରପେଟ୍ ଏବଂ ଗାଲିଚାଗୁଡିକର ଗୁଣବତ୍ତା ସୁନିଶ୍ଚିତ କରିବାର ଏକ ପ୍ରତୀକ ସୃଷ୍ଟି କରିବା।

ଭାରତୀୟ ନାଗରିକଙ୍କ ମଧ୍ୟରେ ସୃଜନଶୀଳତା ଓ ନବସୃଜନକୁ ପ୍ରୋତ୍ସାହିତ କରିବା ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ।

ଆସନ୍ତୁ ଜାଣିବା ଏହି ପ୍ରତିଯୋଗିତା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ :

ପ୍ରତିଯୋଗିତା ପ୍ରସଙ୍ଗ: ପ୍ରତିଯୋଗୀମାନଙ୍କୁ ଏପରି ଏକ ଲୋଗ ଡିଜାଇନ କରିବାକୁ ଆହ୍ୱାନ କରାୟାଇଛି ଯାହା ଭାରତରେ ନିର୍ମିତ ପଶମ ହସ୍ତନିର୍ମିତ କାରପେଟ୍ ଓ ଗାଲିଚା ପାଇଁ ଗୁଣବତ୍ତା ସୁନିଶ୍ଚିତତା ଲେବଲ୍‌ର ପ୍ରତୀକ ହେବ।

ଲୋଗୋର ସ୍ୱତନ୍ତ୍ରତା :

a. ଏହି ଲୋଗୋର ଆକାର 2.5 ସେଣ୍ଟିମିଟରରୁ 10 ସେଣ୍ଟିମିଟର ମଧ୍ୟରେ ହେବା ଆବଶ୍ୟକ ଏବଂ ଏହାର ଦୁଇଟି ଭର୍ସନ ଥିବା ଆବଶ୍ୟକ: ଗୋଟିଏ 80% ଓ ତା'ଠାରୁ ଅଧିକ ଊନ ଥିବା ଉତ୍ପାଦ ପାଇଁ ଏବଂ ଅନ୍ୟଟି 50% ଏବଂ ତା'ଠାରୁ ଅଧିକ ଊନ ଥିବା ଉତ୍ପାଦ ପାଇଁ।

b. ଫଟୋଚିତ୍ର ଫର୍ମାଟ PDF କିମ୍ୱା SVGରେ ରହିବା ଆବଶ୍ୟକ।

ଦାଖଲ ଏବଂ ବୈଷୟିକ ଆବଶ୍ୟକତା:

i. ପ୍ରତିଯୋଗୀମାନେ ସେମାନଙ୍କ ଧାରଣା ଓ ପ୍ରେରଣାର ସଂକ୍ଷିପ୍ତ ବିବରଣୀ ସହିତ ଲୋଗୋଚିକୁ ଦାଖଲ କରିବା ଆବଶ୍ୟକ।
ii. ଏହି ଲୋଗୋଟି ନିଶ୍ଚିତ ଭାବେ ସ୍ୱତନ୍ତ୍ର ଓ ସୁନ୍ଦର ହୋଇଥିବା ଆବଶ୍ୟକ ।
ଏଣ୍ଟ୍ରିଗୁଡ଼ିକ ସମ୍ପୂର୍ଣ୍ଣ ନିଜସ୍ୱ, ହାତତିଆରି ଡିଜାଇନ ହୋଇଥିବା ଆବଶ୍ୟକ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ସୃଷ୍ଟି କରାଯାଇଥିବା ନୁହେଁ।

ପରିତୋଷ/ପୁରସ୍କାର:

1. ଶ୍ରେଷ୍ଠ ଲୋଗୋ ଏଣ୍ଟ୍ରି ପାଇଁ 25,000 ଟଙ୍କା ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ ।
2. ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସାନ୍ତ୍ୱନାମୂଳକ ପୁରସ୍କାର ମଧ୍ୟରେ ଅନ୍ତର୍ଭୁକ୍ତ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ www.iict.ac.in

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ (PDF 26 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
1139
ସମୁଦାୟ
0
ଅନୁମୋଦିତ
1139
ସମୀକ୍ଷାଧୀନ