ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଖଦି ମହୋତ୍ସବ ଜିଙ୍ଗଲ୍ ପ୍ରତିଯୋଗିତା

ଖଦି ମହୋତ୍ସବ ଜିଙ୍ଗଲ୍ ପ୍ରତିଯୋଗିତା
ଆରମ୍ଭ ତାରିଖ :
Oct 07, 2023
ଶେଷ ତାରିଖ :
Nov 15, 2023
23:45 PM IST (GMT +5.30 Hrs)
Submission Closed

ଖଦି ହେଉଛି ସ୍ୱାଧୀନତା ସଂଗ୍ରାମର ଏବଂ ଜାତିର ପିତାଙ୍କ କପଡ଼ା। ମହାତ୍ମା ଗାନ୍ଧୀ ଗ୍ରାମାଞ୍ଚଳର ବୋରୋଜଗାର ଲୋକଙ୍କୁ ରୋଜଗାରର ମାଧ୍ୟମ ଦେବା ପାଇଁ ଖଦି ପରିକଳ୍ପନାକୁ ବିକଶିତ କରିଥିଲେ...

ଖଦି ହେଉଛି ସ୍ୱାଧୀନତା ସଂଗ୍ରାମର ଏବଂ ଜାତିର ପିତାଙ୍କ କପଡ଼ା। ମହାତ୍ମା ଗାନ୍ଧୀ ଗ୍ରାମାଞ୍ଚଳର ବୋରୋଜଗାର ଲୋକଙ୍କୁ ରୋଜଗାରର ମାଧ୍ୟମ ଦେବା ପାଇଁ ଖଦି ପରିକଳ୍ପନାକୁ ବିକଶିତ କରିଥିଲେ। ଗାନ୍ଧୀଜୀ ସ୍ୱଦେଶୀ ଦ୍ରବ୍ୟର ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ବିଦେଶୀ ଦ୍ରବ୍ୟ ବର୍ଜନ କରିବାକୁ ଅନୁରୋଧ କରିଥିଲେ। ଖୁବ୍ ଶୀଘ୍ର ଖଦି ଜାତୀୟତାର କପଡ଼ା ଭାବେ ଲୋକପ୍ରିୟ ହେଲା ଏବଂ ସ୍ୱରାଜର ସୁତାରେ ବୁଣାଯାଇଥିବା କୁହାଗଲା। ସମଗ୍ର ଭାରତରେ ଖଦି ସୂତା କାଟିବାର ବିଚାର ପ୍ରସାରିତ ହେବା କାରଣରୁ ମହାତ୍ମା ଗାନ୍ଧୀ ଏହି ସାଧାରଣ ବୃତ୍ତି ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରି ସବୁ ବର୍ଗ ମଧ୍ୟରେ ଏକତାର ଆଶା କରିଥିଲେ। ତେଣୁ, ଖଦି ଆନ୍ଦୋଳନ ସାମାଜିକ ଓ ଅର୍ଥନୈତିକ କାରଣରୁ ଆରମ୍ଭ କରାଯାଇଥିଲା। ଏହି ଆନ୍ଦୋଳନର ସାର ଗାନ୍ଧିଜୀଙ୍କ ଲୁଗା ବୁଣାର ବୁଝାମଣାରେ ନିହିତ ଥିଲା ଯାହା ଜନତାଙ୍କ ଉନ୍ନତି କରିବାର ସାମର୍ଥ୍ୟ ରଖିଥିଲା । ତେଣୁକରି, ଖଦି ଭାରତର ଜାତୀୟ ଲୁଗାରେ ପରିଣତ ହେଲା ଏବଂ ଭାରତର ସ୍ୱାଧିନତା ସଂଗ୍ରାମର ଏକ ମୁଖ୍ୟ ପ୍ରତୀକ ପାଲଟିଗଲା ।

ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଖଦି ଫର୍ ନେସନ୍, ଖଦି ଫର୍ ଫ୍ୟାସନ ର ମନ୍ତ୍ର ଦେଇଛନ୍ତି ଏବଂ 'ଖଦି'କୁ ଏବେ ଫ୍ୟାସନ ଷ୍ଟେଟମେଣ୍ଟ ଭାବେ ଦେଖାଯାଉଛି। ଏବେ ଏହା ଡେନିମ୍, ଜ୍ୟାକେଟ୍, ସାର୍ଟ, ଡ୍ରେସ୍ କପଡ଼ା, ଷ୍ଟୋଲ୍, ହୋମ୍ ଫର୍ନିଚର, ହ୍ୟାଣ୍ଡବ୍ୟାଗ୍ ଭଳି ପରିଧାନ ସାମଗ୍ରୀରେ ବ୍ୟବହାର ହେଉଛି। ଖଦି ଏବଂ ଗ୍ରାମୋଦ୍ୟୋଗ, ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ, ODOP ଉତ୍ପାଦ, ଏବଂ ସ୍ଥାନୀୟ ଭାବେ ଉତ୍ପାଦିତ କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ବିଭିନ୍ନ ପାରମ୍ପରିକ ଏବଂ କୁଟୀର ଶିଳ୍ପକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ, ଏବଂ ଏହାସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ 'ଭୋକାଲ ଫର୍ ଲୋକାଲ୍' ଅଭିଯାନ ଏବଂ 'ଆତ୍ମନିର୍ଭର ଭାରତ' ଅଭିଯାନର ଚିନ୍ତାଧାରାକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଖଦି ମହୋତ୍ସବ”.
ଯୁବପିଢ଼ିଙ୍କୁ ଖଦି ପ୍ରତି ସଚେତନ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି, ଏହାସହ ଆମ ଅର୍ଥବ୍ୟବସ୍ଥା, ପରିବେଶ ଏବଂ ମହିଳା ସଶକ୍ତିକରଣ ପାଇଁ ଖଦି ଏବଂ ସ୍ଥାନୀୟ ଉତ୍ପାଦର ଉପଯୋଗର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଶେଷ କରି ଯୁବବର୍ଗଙ୍କୁ ଖଦି ଏବଂ ସ୍ଥାନୀୟ ଉତ୍ପାଦ କିଣିବା ପାଇଁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ମଧ୍ୟରେ ସ୍ଥାନୀୟ ଉତ୍ପାଦ ପ୍ରତି ଗର୍ବ ଜାଗ୍ରତ କରିବା ଏହି ଅଭିଯାନର ଲକ୍ଷ୍ୟ। ଖଦି ମହୋତ୍ସବ ଜିଙ୍ଗଲ୍ ପ୍ରତିଯୋଗିତା ସେହିଭଳି ଏକ ଅନ୍‌ଲାଇନ୍ ପ୍ରତିଯୋଗିତା ଯାହା KVIC ଦ୍ୱାରା ଉପରେ ମାଇଁଗଭ୍ ପୋର୍ଟାଲ ଆୟୋଜନ କରାଯାଉଛି ।

ଆତ୍ମନିର୍ଭର ଭାରତ / ଭୋକାଲ୍ ଫର୍ ଲୋକାଲ୍ / ଖଦି ଫର୍ ନେସନ ଖଦି ଫର୍ ଫ୍ୟାସନ୍ ବିଷୟ/ବିଷୟବସ୍ତୁ ସହ ସମ୍ପର୍କିତ ଜିଙ୍ଗଲଗୁଡ଼ିକୁ ଏହି ପ୍ରତିୟୋଗିତାରେ ଭାଗ ନେବା ପାଇଁ ଆମନ୍ତ୍ରଣ କରାଯାଇଛି। ପ୍ରତିଯୋଗୀମାନେ ସେମାନଙ୍କ ଜିଙ୍ଗଲ ମାଧ୍ୟମରେ ଖଦି ମହୋତ୍ସବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ 'ଭୋକାଲ୍ ଫର୍ ଲୋକାଲ୍' ଅଭିଯାନ ଏବଂ ଆତ୍ମନିର୍ଭର ଭାରତ ଅଭିଯାନର ଧାରଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିବା ଉଚିତ । ପ୍ରତିଯୋଗୀମାନଙ୍କୁ ସେମାନଙ୍କ ସୃଜନଶୀଳତା ପ୍ରଦର୍ଶିତ କରି ଏକ ଜିଙ୍ଗଲର ଏକ ଅଡିଓ କ୍ଲିପ ଏବଂ ସ୍କ୍ରିପ୍ଟ ପ୍ରସ୍ତୁତ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି ଯାହା ଖଦି ଏବଂ ହସ୍ତତନ୍ତ ତଥା ହସ୍ତଶିଳ୍ପ ଉତ୍ପାଦ, ODOP କାର୍ଯ୍ୟକ୍ରମ ଅନ୍ତର୍ଗତ ଉତ୍ପାଦ, କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀର ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିଥାଏ । ଏହା ଏକ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଇଁ ସ୍ଥାନୀୟ ଉତ୍ପାଦର ଉପଯୋଗ ପ୍ରତି ଯୁବବର୍ଗଙ୍କୁ ଆକର୍ଷିତ କରିବା ଆବଶ୍ୟକ। ଏହା ସେମାନଙ୍କୁ ଖଦି ଏବଂ ଅନ୍ୟାନ୍ୟ ସ୍ଥାନୀୟ ଉତ୍ପାଦର ବ୍ୟବହାର କରି ଆତ୍ମନିର୍ଭର ଭାରତ ଦିଗରେ ଯୋଗଦାନ କରିବା ପାଇଁ ଅନେକ ମାତ୍ରାରେ ପ୍ରୋତ୍ସାହିତ କରିବା ଉଚିତ୍।

ପରିତୋଷ/ ପୁରସ୍କାର :
A. ଜାତୀୟ ସ୍ତରରେ ଶ୍ରେଷ୍ଠ ତିନି ଜଣ ବିଜେତାଙ୍କୁ KVICଇ-କୁପନ ପ୍ରଦାନ କରାଯିବ ଯାହାର ମୂଲ୍ୟ ହେଉଛି:
ପ୍ରଥମ ପୁରସ୍କାର- ଇ-କୁପନ, ଯାହାର ମୂଲ୍ୟ 25,000/- ଟଙ୍କା
2ୟ ପୁରସ୍କାର- 20,000/- ଟଙ୍କା ମୂଲ୍ୟର KVIC ଇ-କୁପନ*
3ୟ ପୁରସ୍କାର- 15,000/- ଟଙ୍କା ମୂଲ୍ୟର KVIC ଇ-କୁପନ*

B.ପ୍ରତ୍ୟେକ ଭାଷା ବର୍ଗର ଶ୍ରେଷ୍ଠ ଜିଙ୍ଗଲକୁ 15,000 ଟଙ୍କା ମୂଲ୍ୟର KVIC ଇ-କୁପନ ପ୍ରଦାନ କରାଯିବ।

ଏହି ପୁରସ୍କାର KVIC ଇ-କୁପନ ଆକାରରେ ପ୍ରଦାନ କରାଯିବ ଯାହା KVIC ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ www.khadiindia.gov.in ଏହି ସର୍ତ୍ତାବଳୀ ଅନୁଯାୟୀ ଯେ, ବିଜେତାଙ୍କୁ ସର୍ବନିମ୍ନ 100 ଟଙ୍କା ମୂଲ୍ୟର ଖଦି ଏବଂ V.I. ଉତ୍ପାଦ କିଣିବାକୁ ହେବ www.khadiindia.gov.in ଏହାବ୍ୟତୀତ ବିଜେତାଙ୍କୁ KVIC ଇ-କମର୍ସ ପ୍ଲାଟଫର୍ମରେ 5ରୁ 10ଟି ସାମଗ୍ରୀର ତାଲିକା ଘୋଷଣା କରିବାକୁ ହେବ, ଯାହାକୁ ସେ ସ୍ଥାନୀୟ ଉତ୍ପାଦ ସହିତ ବଦଳାଇବେ www.khadiindia.gov.in.

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ.pdf (115.88 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
1143
ସମୁଦାୟ
0
ଅନୁମୋଦିତ
1143
ସମୀକ୍ଷାଧିନ
Reset