ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଜୀବନ ଜାରି ରହୁ- ଜିଙ୍ଗଲ ଲିଖନ ପ୍ରତିଯୋଗିତା

ଜୀବନ ଜାରି ରହୁ- ଜିଙ୍ଗଲ ଲିଖନ ପ୍ରତିଯୋଗିତା
ଆରମ୍ଭ ତାରିଖ :
Aug 19, 2023
ଶେଷ ତାରିଖ :
Sep 30, 2023
23:45 PM IST (GMT +5.30 Hrs)
View Result ସବମିଶନ ବନ୍ଦ

ଅଙ୍ଗଦାନ ମହୋତ୍ସବ ଅଭିଯାନ ଦେଶବ୍ୟାପୀ ଅଙ୍ଗଦାନ ଉପରେ ସଚେତନତା ସୃଷ୍ଟି କରିବା ପାଇଁ 'ଆଜାଦୀ କା ଅମୃତ ମହୋତ୍ସବ' ସହିତ ଅନୁରୂପ ଭାବେ ଜୁଲାଇ 1, 2023ରେ ଆରମ୍ଭ ହୋଇଛି। ଏହି ଅଭିଯାନର ଅଂଶବିଶେଷ ଭାବେ,...

ଅଙ୍ଗଦାନ ମହୋତ୍ସବ ଅଭିଯାନ ଦେଶବ୍ୟାପୀ ଅଙ୍ଗଦାନ ଉପରେ ସଚେତନତା ସୃଷ୍ଟି କରିବା ପାଇଁ 'ଆଜାଦୀ କା ଅମୃତ ମହୋତ୍ସବ' ସହିତ ଅନୁରୂପ ଭାବେ ଜୁଲାଇ 1, 2023ରେ ଆରମ୍ଭ ହୋଇଛି। ଏହି ଅଭିଯାନର ଅଂଶବିଶେଷ ଭାବେ, ଅଗଷ୍ଟ 3, 2023କୁ ପ୍ରଥମ ମୃତ ଦାତା ଅଙ୍ଗ ପ୍ରତିରୋପଣର ସ୍ମୃତିରେ ଭାରତୀୟ ଅଙ୍ଗଦାନ ଦିବସ ଭାବେ ପାଳନ କରାଯିବ, ଯାହାକି ଜୁଲାଇ 8, 1994 ମସିହାରେ "ଦ ଟ୍ରାନ୍ସପ୍ଲାଣ୍ଟେସନ୍ ଅଫ୍ ହ୍ୟୁମାନ ଅର୍ଗାନ ଆକ୍ଟ"ଜାରି ହେବା ପରେ ଦେଶରେ ପ୍ରଥମ ହୃତ୍‌ପିଣ୍ଡ ପ୍ରତିରୋପଣ ମଧ୍ୟ ଥିଲା । 2023 ଜୁଲାଇ ମାସକୁ ଅଙ୍ଗ ଦାନ ମାସ ଭାବରେ ପାଳନ କରାଯାଉଛି, ଏହି ସମୟ ମଧ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବ ।

ଏହି ଅଭିଯାନକୁ ଆଉ ପାଦେ ଆଗେଇ ନେଇ, ଜାତୀୟ ଅଙ୍ଗ ଓ ଟିସୁ ପ୍ରତିରୋପଣ ସଙ୍ଗଠନ (NOTTO) ଯାହା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ, ମାଇଁଗଭ୍ ପ୍ଲାଟଫର୍ମ ସହଭାଗିତାରେ ଅଙ୍ଗଦାନ ଉପରେ, ଜୀବନ ଜାରି ରହୁ କାହା ପାଇଁ ଏକ ନୂତନ ଆରମ୍ଭ ହୁଅନ୍ତୁ- ଜିଙ୍ଗଲ୍ ଲିଖନ ପ୍ରତିଯୋଗିତା ଆୟୋଜନ କରୁଛି ।

ଏଥିରେ ଭାଗ ନେଇଥିବା ପ୍ରତିଯୋଗୀମାନେ PDF ଫର୍ମାଟରେ ନିଜର ରଚନା ଦାଖଲ କରିପାରିବେ।

ଚୟନ କରାୟାଇଥିବା ଶ୍ରେଷ୍ଠ ଏଣ୍ଟ୍ରିଗୁଡ଼ିକୁ ନଗଦ ପୁରସ୍କାର ପ୍ରଦାନ କରାୟିବ।

ପୁରସ୍କାର:
- ପ୍ରଥମ ବିଜେତା - 5 ହଜାର ଟଙ୍କା
- ଦ୍ୱିତୀୟ ବିଜେତା - 3,000/- ଟଙ୍କା
- ତୃତୀୟ ବିଜେତା - 2,000/- ଟଙ୍କା

ଅନ୍ୟ 10 ଜଣ ପ୍ରତିଯୋଗୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର - 1,000/- ଟଙ୍କା

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପଢିବା ପାଇଁ। (PDF 216 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
766
ସମୁଦାୟ
0
ଅନୁମୋଦିତ
766
ସମୀକ୍ଷାଧିନ
Reset