ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣ (NDSA) ପାଇଁ ଲୋଗୋ ଡିଜାଇନ ପ୍ରତିଯୋଗିତା

ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣ (NDSA) ପାଇଁ ଲୋଗୋ ଡିଜାଇନ ପ୍ରତିଯୋଗିତା
ଆରମ୍ଭ ତାରିଖ:
Jan 15, 2024
ଶେଷ ତାରିଖ :
Feb 14, 2024
23:45 PM IST (GMT +5.30 Hrs)
View Result Submission Closed

ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣ (NDSA) ପାଇଁ ଲୋଗୋ ଡିଜାଇନ ପ୍ରତିଯୋଗିତା ...

ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣ (NDSA) ପାଇଁ ଲୋଗୋ ଡିଜାଇନ ପ୍ରତିଯୋଗିତା

ଶହ ଶହ ବର୍ଷ ଧରି ଭାରତ ଏହାର ମୌସୁମୀ ନଦୀଗୁଡ଼ିକୁ ଏକ ବିଶାଳ ନଦୀବନ୍ଧ ନେଟୱର୍କ ମାଧ୍ୟମରେ ଉପଯୋଗ କରିବାର କୌଶଳରେ ପାରଙ୍ଗମ ହୋଇଛି। ଏହି ଚିତ୍ତାକର୍ଷକ ଢାଞ୍ଚାଗୁଡ଼ିକ ମୌସୁମୀ ସ୍ରୋତକୁ ଧାରଣ କରି ଦେଶ ପାଇଁ ବର୍ଷବ୍ୟାପୀ ଜଳ ଜୀବନରେଖାରେ ପରିବର୍ତ୍ତିତ କରୁଛନ୍ତି। ଖାଦ୍ୟ ସୁରକ୍ଷା ବୃଦ୍ଧି ଓ ମରୁଡ଼ି ମୁକାବିଲାଠାରୁ ଆରମ୍ଭ କରି ଘରୋଇ ତୃଷ୍ଣା ନିବାରଣ ଓ ବିଦ୍ୟୁତ୍ ଉତ୍ପାଦନକାରୀ ଶିଳ୍ପ ପାଇଁ ବନ୍ଧ ହେଉଛି ଭାରତର ବିକାଶର ମେରୁଦଣ୍ଡ। ସମଗ୍ର ଦେଶରେ ହଜାର ହଜାର ସଂଖ୍ୟାରେ ବୃହତ ଏବଂ କ୍ଷୁଦ୍ର ନଦୀବନ୍ଧ ସହ ସାରା ବିଶ୍ୱରେ ଭାରତ ତୃତୀୟ ସ୍ଥାନ ଅଧିକାର କରିଛି ଏବଂ ବିଶ୍ୱ ସ୍ତରରେ ଏଗୁଡ଼ିକର ପ୍ରଭାବକୁ ଅସ୍ୱୀକାର କରିହେବ ନାହିଁ । ଏହି କଙ୍କ୍ରିଟ ଧମନୀଗୁଡ଼ିକ ଭାରତର ପ୍ରଗତି ଏବଂ ସମୃଦ୍ଧିର ପ୍ରତୀକ ଭାବେ ଉଭା ହୋଇଛି, ଯାହା ପ୍ରତିଟି ବିନ୍ଦୁରେ ଭାରତର ଭାଗ୍ୟକୁ ଆକାର ଦେଉଛି।
ନଦୀବନ୍ଧ ନିର୍ମାଣ ଓ ରକ୍ଷଣାବେକ୍ଷଣର ବିଭିନ୍ନ ଦିଗକୁ ବିଭିନ୍ନ ଏଜେନ୍ସି ଓ ସଂସ୍ଥା ପରିଚାଳନା କରୁଥିବାରୁ ଭାରତରେ ଡ୍ୟାମ ବା ନଦୀବନ୍ଧ ସୁରକ୍ଷା ଏକ ପ୍ରମୁଖ ଚିନ୍ତାର ବିଷୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେନ୍ଦ୍ର ନଦୀବନ୍ଧ ସୁରକ୍ଷା ସଂଗଠନ ଗଠନ କରିଛନ୍ତି ଏବଂ ସମନ୍ୱିତ ନଦୀବନ୍ଧ ସୁରକ୍ଷା ପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ନଦୀବନ୍ଧ ସୁରକ୍ଷା ପାଇଁ ଏକ ସମନ୍ୱିତ ପ୍ରକ୍ରିୟା ବିକଶିତ କରିବା ଏବଂ ପ୍ରଚଳିତ ପ୍ରଚଳନଗୁଡ଼ିକର ସମୀକ୍ଷା କରିବା ଲାଗି 1982ରେ ଏକ ଷ୍ଟାଣ୍ଡିଂ କମିଟି ମଧ୍ୟ ଗଠନ କରାଯାଇଥିଲା। ଏହା ଫଳରେ 2021ର ନଦୀବନ୍ଧ ସୁରକ୍ଷା ଆଇନ କାର୍ଯ୍ୟକାରୀ ହୋଇଥିଲା, ଯାହା ଭାରତରେ ଡ୍ୟାମ ସୁରକ୍ଷାର ତଦାରଖ କରିବା ପାଇଁ ଜାତୀୟ ଡ୍ୟାମ ସୁରକ୍ଷା ପ୍ରାଧିକରଣ (NDSA) ପ୍ରତିଷ୍ଠା କରିଥିଲା। ଜଳସେଚନ, ବିଜୁଳି ଉତ୍ପାଦନ ଏବଂ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଭାରତର ବିଶାଳ ନଦୀବନ୍ଧର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି ପ୍ରୟାସ ଅତ୍ୟନ୍ତ ଜରୁରୀ।

ଜାତୀୟ ବନ୍ଧ ସୁରକ୍ଷା ପ୍ରାଧିକରଣ, ଜଳ ସମ୍ପଦ ବିଭାଗ, RD & GR ମାଇଁଗଭ୍ ସହଭାଗିତାରେ ଭାରତୀୟ ନାଗରିକମାନଙ୍କୁ ପ୍ରାଧିକରଣ ପାଇଁ ଏକ ଉପଯୁକ୍ତ ଲୋଗୋ ଡିଜାଇନ କରିବା ପାଇଁ ଆହ୍ୱାନ କରୁଛି ଯାହା ପ୍ରାଧିକରଣକୁ ପ୍ରଦାନ କରାଯାଇଥିବା ଜନାଦେଶର ଅନୁରୂପ ହେବ। ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୃଜନଶୀଳ ମାଧ୍ୟମ ଏବଂ ବ୍ୟାପକ ଜନସହଯୋଗ ମାଧ୍ୟମରେ ଭାରତୀୟ ନାଗରିକଙ୍କ ନିକଟରେ ପହଞ୍ଚିବା ଏହି ଲୋଗୋ ଡିଜାଇନିଂ ପ୍ରତିଯୋଗିତାର ଉଦ୍ଦେଶ୍ୟ।

ଲୋଗୋ ପାଇଁ ପ୍ରସଙ୍ଗ
1. ଏକ ଲୋଗୋର ଲକ୍ଷ୍ୟ ହେଉଛି ଏକ ଶକ୍ତିଶାଳୀ ଏବଂ ଚିହ୍ନିବା ଯୋଗ୍ୟ ଦୃଶ୍ୟ ପରିଚୟ ପ୍ରତିଷ୍ଠା କରିବା। ଏହା ଏକ ସମ୍ମାନଜନକ ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣର ଉଦ୍ଦେଶ୍ୟକୁ ସଂକ୍ଷେପରେ ପ୍ରତିଫଳିତ କରିବା ଉଚିତ।
2. ଏହି ଲୋଗୋରେ ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣର ଉଦ୍ଦେଶ୍ୟ ଏବଂ କାର୍ଯ୍ୟକୁ ଦର୍ଶାଉଥିବା ଆବଶ୍ୟକ ।
3. ଲୋଗୋ ବହୁମୁଖୀ/ଆକର୍ଷଣୀୟ ଏବଂ ସ୍କେଲେବଲ୍/ବାସ୍ତବବାଦୀ ହେବା ଆବଶ୍ୟକ ଯାହାଦ୍ୱାରା ସଙ୍ଗଠନର ବାର୍ତ୍ତା ଏବଂ ପ୍ରଭାବକୁ ବୃଦ୍ଧି କରିବା ପାଇଁ ଏହାର ପ୍ରଭାବଶାଳୀ ବ୍ୟବହାର କରାଯାଇପାରିବ।
4. ଲୋଗୋଟି Twitter/Facebook ଭଳି ୱେବସାଇଟ୍/ସୋସିଆଲ ମିଡିଆରେ, ପ୍ରେସ୍ ବିଜ୍ଞପ୍ତି, ଏବଂ ମୁଦ୍ରଣ ଯୋଗ୍ୟ ଯେପରିକି ଷ୍ଟେସନାରୀ ଉପରେ, ସଙ୍କେତ, ଲେବୁଲ୍, ଇତ୍ୟାଦି, ପତ୍ରିକା, ବିଜ୍ଞାପନ, ହୋଲ୍ଡିଂ, ଷ୍ଟାଣ୍ଡିଜ୍, ପୋଷ୍ଟର, ବ୍ରୋଶର୍, ଲିଫ୍‌ଲେଟ୍, ପ୍ରଚାର ପତ୍ର, ସ୍ମରଣିକା ଏବଂ ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣକୁ ପ୍ରୋତ୍ସାହିତ କରିବା ଅନ୍ୟାନ୍ୟ ପ୍ରଚାର ଓ ବିପଣନ ସାମଗ୍ରୀରେ ବ୍ୟବହାର ଯୋଗ୍ୟ ହେବା ଆବଶ୍ୟକ।
5. ବିଜେତା ଡିଜାଇନ ହୋଇଥିବା ଲୋଗୋର ମୂଳ ଓପନ ସୋର୍ସ ଫାଇଲ ପ୍ରଦାନ କରିବା ଆବଶ୍ୟକ।
6. ସ୍କ୍ରିନରେ 100% ଦେଖିବା ସମୟରେ ଲୋଗୋ ସ୍ପଷ୍ଟ ଭାବରେ ଦେଖାଯିବା ଉଚିତ (ପିକ୍ସେଲେଟେଡ୍ କିମ୍ବା ବିଟ୍-ମ୍ୟାପ୍ଡ ନୁହେଁ) ।
7. ସଙ୍କୁଚିତ କିମ୍ବା ସେଲ୍ଫ-ଏକ୍ସଟ୍ରାକ୍ଟଟିଂ ଫର୍ମାଟରେ ଏଣ୍ଟ୍ରି ଦାଖଲ କରନ୍ତୁ ନାହିଁ।
8. ଲୋଗୋ ଡିଜାଇନରେ କୌଣସି ଛାପ କିମ୍ବା ୱାଟରମାର୍କ ରହିବା ଉଚିତ ନୁହେଁ।
9. ସମସ୍ତ ଫଣ୍ଟ୍ ଆଉଟ୍‌ଲାଇନ/କର୍ଭରେ ପରିବର୍ତ୍ତିତ କରିବା ଆବଶ୍ୟକ।
10. ଲୋଗୋ ଡିଜାଇନରେ ବ୍ୟବହୃତ ଟେକ୍ସଟ୍ କେବଳ ହିନ୍ଦୀ/ଇଂରାଜୀ ଭାଷାରେ ହେବା ଆବଶ୍ୟକ।
11. ପ୍ରତିଯୋଗୀମାନେ ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣର ଉଦ୍ଦେଶ୍ୟ ସମ୍ବନ୍ଧରେ ପରିକଳ୍ପିତ ଲୋଗୋର ଉପଯୁକ୍ତତା (ସଂକ୍ଷିପ୍ତରେ) ବ୍ୟାଖ୍ୟା କରୁଥିବା ଏକ ନୋଟ୍ ସଂଲଗ୍ନ କରିବା ଆବଶ୍ୟକ।

ବୈଷୟିକ ମାନଦଣ୍ଡ:
1. ଆବଶ୍ୟକ ଫାଇଲ ଫର୍ମାଟ: jpg, png ।
2. ସର୍ବାଧିକ ଡାଇମେନସନ୍: 1000 x 1000 ପିକ୍ସେଲ
3. ଡିଜିଟାଲ୍ ପ୍ଲାଟଫର୍ମରେ ଡିଜାଇନ୍ ହୋଇଥିବା ଆବଶ୍ୟକ ।
4. ଅତ୍ୟାବଶ୍ୟକ ସଂସ୍କରଣ: ଫୁଲ୍ କଲର ଭର୍ସନ ଓ ବ୍ଲାକ୍ ଏଣ୍ଡ ହ୍ୱାଇଟ୍ ଭର୍ସନ।
5. ପ୍ରତିଯୋଗୀମାନେ ଯେତେବେଳେ ଅନୁରୋଧ କରାଯିବ ସେତେବେଳେ ଓପନ୍ ଫାଇଲ୍/ଭେକ୍ଟର ଫର୍ମାଟ (AI, EPS, ଇତ୍ୟାଦି) ପ୍ରଦାନ କରିବା ଆବଶ୍ୟକ;

ମୂଲ୍ୟାୟନ ମାନଦଣ୍ଡ :
1. ସୃଜନଶୀଳତା, ମୌଳିକତା, ସଂଯୋଜନା, ବୈଷୟିକ ଉତ୍କର୍ଷତା, ସରଳତା, କଳାତ୍ମକ ଯୋଗ୍ୟତା ଓ ଦୃଶ୍ୟ ପ୍ରଭାବ ଏବଂ ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣର ବିଷୟବସ୍ତୁକୁ କେତେ ଭଲ ଭାବେ ପ୍ରତିଫଳିତ କରୁଛନ୍ତି ତାହାକୁ ଆଧାର କରି ଏଣ୍ଟ୍ରିଗୁଡ଼ିକୁ ମୂଲ୍ୟାଙ୍କନ କରାଯିବ।
2. ଅନୁକୂଳତା/ପ୍ରୟୋଗଶୀଳତା: ଏହି ପ୍ରକଳ୍ପ ପାଇଁ ଲୋଗୋ ବିଭିନ୍ନ ମାଧ୍ୟମ ଏବଂ ଉତ୍ସ (ୱେବସାଇଟ, ଇମେଲ, ନଲେଜ ପ୍ରଡକ୍ଟ, ସୋସିଆଲ ମିଡିଆ, ଷ୍ଟେସନାରୀ, ବ୍ୟାନର, ବ୍ରୋସର ଇତ୍ୟାଦି)ରେ ବ୍ୟବହାର କରାଯିବ।
3. ସ୍କେଲେବିଲିଟି: ବିଭିନ୍ନ ଆକାର ଉପରେ ପଠନୀୟତା ଏବଂ ପ୍ରଭାବ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଅଟେ।
4. ନବୋନ୍ମେଷ: ଡିଜାଇନର ସୃଜନଶୀଳ ଉପାଦାନ କ'ଣ ଏବଂ ଡିଜାଇନରେ ସୃଜନଶୀଳତା ଏବଂ ମୌଳିକତାର ଉପଯୋଗ କରିବାରେ କଳାକାର କେତେ ସକ୍ଷମ ହୋଇପାରିଛନ୍ତି।
5. ପ୍ରସଙ୍ଗର ପ୍ରାସଙ୍ଗିକତା: ଏହି ଡିଜାଇନ୍ ପ୍ରାଧିକରଣର ଉଦ୍ଦେଶ୍ୟ ସହିତ ପ୍ରାସଙ୍ଗିକ ବାର୍ତ୍ତା ପ୍ରଦାନ କରିବା ଆବଶ୍ୟକ ।

ପରିତୋଷ:
ବିଜେତା ଏଣ୍ଟ୍ରି, ଯାହାକୁ ଚୟନ ଏବଂ ଅନୁମୋଦନ କରାଯିବ, ତାହାକୁ ପୁରସ୍କାର ଆକାରରେ 25,000/- (ପଚିଶ ହଜାର ଟଙ୍କା) ଏବଂ ଏକ ମାନପତ୍ର NDSA, ଜଳ ଶକ୍ତି ମନ୍ତ୍ରଣାଳୟ, ଜଳ ସମ୍ପଦ, RD & GR ବିଭାଗ ପକ୍ଷରୁ ପ୍ରଦାନ କରାଯିବ ।

NDSA ଏବଂ ଏହାର କାର୍ଯ୍ୟ ବିଷୟରେ ଅଧିକ ଜାଣିବା ପାଇଁ, ପ୍ରତିଯୋଗୀମାନେ ନଦୀବନ୍ଧ ସୁରକ୍ଷା ଆଇନ, 2021ର ସାହାଯ୍ୟ ନେଇପାରିବେ ଯାହା ଉପଲବ୍ଧ ହେବ https://jalshakti-dowr.gov.in/acts.

ଏଠାରେ କ୍ଲିକ୍ କରନ୍ତୁ ସବିଶେଷ ନିୟମ ଓ ସର୍ତ୍ତାବଳୀ ପାଇଁ (PDF 58.3 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
863
ସମୁଦାୟ
0
ଅନୁମୋଦିତ
863
ସମୀକ୍ଷାଧୀନ
Reset