ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଜାତୀୟ mSeva ଆପ୍‌ଷ୍ଟୋର୍ ପାଇଁ ଲୋଗୋ ଡିଜାଇନ

ଜାତୀୟ mSeva ଆପ୍‌ଷ୍ଟୋର୍ ପାଇଁ ଲୋଗୋ ଡିଜାଇନ
ଆରମ୍ଭ ତାରିଖ :
Oct 23, 2023
ଶେଷ ତାରିଖ :
Nov 30, 2023
23:45 PM IST (GMT +5.30 Hrs)
View Result Submission Closed

mSeva ଆପ୍‌ଷ୍ଟୋର୍ (www.apps.mgov.gov.in) ହେଉଛି ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ମାର୍ଗଦର୍ଶନରେ, ମୁମ୍ୱାଇର C-DAC ଦ୍ୱାରା ସ୍ୱଦେଶୀ ଭାବେ ବିକଶିତ ଭାରତର ଆପ୍‌ଷ୍ଟୋର୍...

mSeva ଆପ୍‌ଷ୍ଟୋର୍ (www.apps.mgov.gov.in) ହେଉଛି ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ମାର୍ଗଦର୍ଶନରେ, ମୁମ୍ୱାଇର C-DAC ଦ୍ୱାରା ସ୍ୱଦେଶୀ ଭାବେ ବିକଶିତ ଭାରତର ଆପ୍‌ଷ୍ଟୋର୍, ଯାହା ନାଗରିକ-କେନ୍ଦ୍ରିତ ମୋବାଇଲ ଆପ୍ ହୋଷ୍ଟ କରିବା ପାଇଁ ଉପଲବ୍ଧ।
ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ମିଶନର ଅଧୀନରେ mSeva ଆପ୍‌ଷ୍ଟୋର୍ ଭାରତୀୟ ମୋବାଇଲ ଆପ୍ ଡେଭେଲପର୍‌ଙ୍କ ଦ୍ୱାରା ବିକଶିତ କରାଯାଇଛି। ମୋବାଇଲ ଆପ୍ ପାଇଁ ଏହା ଏକ ସୁରକ୍ଷିତ ଏବଂ ବିଶ୍ୱସନୀୟ ଇକୋସିଷ୍ଟମ ଅଟେ। ଇନ-ହାଉସ୍ ଟେଷ୍ଟିଂ ପ୍ରକ୍ରିୟା ବିଶ୍ୱସନୀୟ ହେବା ସହ ଆପ୍‌ରେ ଥିବା ସୁରକ୍ଷା ତ୍ରୁଟି ସମ୍ପର୍କରେ ଡେଭଲପର୍‌ଙ୍କୁ ଅବଗତ କରାଇବ।

ଆପ୍ ଗୁଡ଼ିକର ପରୀକ୍ଷଣ ଓ ହୋଷ୍ଟିଂର ସମ୍ପୂର୍ଣ୍ଣ ପ୍ରକ୍ରିୟା ମାଗଣାରେ ହୋଇଥାଏ।

ଏହି ପରିପ୍ରେକ୍ଷୀରେ, C-DAC ମୁମ୍ବାଇ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ(MeitY) ମାଇଁଗଭ୍,ସହଭାଗିତାରେ, ଜାତୀୟ ଏମ୍ ସେବା ଆପ୍‌ଷ୍ଟୋର୍‌ର ମର୍ମ ଓ ଭାବନାକୁ ସୂଚିତ କରୁଥିବା ଏକ ଲୋଗୋ ଡିଜାଇନ କରିବା ପାଇଁ ନାଗରିକମାନଙ୍କୁ ଆହ୍ୱାନ କରୁଛି।

ଭାଗ ନେବା ପାଇଁ ନିର୍ଦ୍ଦେଶାବଳୀ:
1. ପ୍ରତିଯୋଗୀମାନେ କେବଳ JPEG/ JPG/ PNG ଫର୍ମାଟରେ ଲୋଗୋ ଅପଲୋଡ କରିବା ଆବଶ୍ୟକ । ଲୋଗୋଟି ଡିଜିଟାଲ ପ୍ଲାଟଫର୍ମରେ ଡିଜାଇନ୍ ହୋଇଥିବା ଆବଶ୍ୟକ ।
2. ଏହି ପ୍ରତିଯୋଗିତାର ବିଜୟୀ ହୋଇଥିବା ପ୍ରତିଯୋଗୀ ତାଙ୍କ ଡିଜାଇନକୁ ଏଡିଟ୍ ଯୋଗ୍ୟ ଏବଂ ଓପନ୍ ଫାଇଲ୍ ଫର୍ମାଟରେ ଦାଖଲ କରିବେ।
3. ପ୍ରତିଯୋଗୀମାନେ ସୁନିଶ୍ଚିତ କରିବେ ଯେ ମୂଳ ଡିଜାଇନ୍ ଦାଖଲ କରାଯାଇଛି କି ନାହିଁ।
4. ପ୍ରତ୍ୟେକ ଏଣ୍ଟ୍ରିରେ ସଫ୍ଟ କପିରେ ଡିଜାଇନ୍ କରାଯାଇଥିବା ଲୋଗୋରେ ଯୁକ୍ତିୟୁକ୍ତ ଓ ସୃଜନଶୀଳ ଚିନ୍ତାଧାରାର ବିସ୍ତୃତ ଯୁକ୍ତି ଓ ବ୍ୟାଖ୍ୟା(100 ଶବ୍ଦରୁ ଅଧିକ ନୁହେଁ) ଦାଖଲ କରିବା ଉଚିତ। ଏହି ଲୋଗୋକୁ ରଙ୍ଗୀନ ଫର୍ମାଟରେ ଡିଜାଇନ୍ କରିବା ଆବଶ୍ୟକ । ଲୋଗୋର ଆକାର ପୋର୍ଟ୍ରେଟ କିମ୍ବା ଲ୍ୟାଣ୍ଡସ୍କେପ ମୋଡ୍‌ରେ 5ସେମି*5ସେମି ରୁ 30ସେ*30ସେମି ପର୍ଯ୍ୟନ୍ତ ଭିନ୍ନ ଆକାରରେ ହୋଇପାରେ।
5. ଏହି ଲୋଗୋ mSeva ଆପ୍‌ଷ୍ଟୋର୍‌ର ପ୍ରଚାର ପ୍ରସାର ପାଇଁ Twitter/Facebook ଭଳି ୱେବସାଇଟ୍/ସୋସିଆଲ ମିଡିଆ, ପ୍ରେସ୍ ବିଜ୍ଞପ୍ତି, ଏବଂ ମୁଦ୍ରଣ ଯୋଗ୍ୟ ଯେପରିକି ଷ୍ଟେସନାରୀ ଉପରେ, ସଙ୍କେତ, ଲେବୁଲ୍, ଇତ୍ୟାଦି ତଥା ପତ୍ରିକା, ବ୍ୟବସାୟିକ, ହୋଲ୍ଡିଂ, ଷ୍ଟାଣ୍ଡିଜ୍, ବ୍ରୋସର୍, ପତ୍ରକ, ପ୍ରଚାର ପତ୍ର, ସ୍ମରଣିକା, ଅନ୍ୟାନ୍ୟ ପ୍ରଚାର ଓ ବିପଣନ ସାମଗ୍ରୀରେ ବ୍ୟବହାର ଯୋଗ୍ୟ ହେବା ଆବଶ୍ୟକ। ।
6. ଲୋଗୋ ଇମେଜ୍ ଅତି କମ୍‌ରେ 300 DPI ସହ ହାଇ ରିଜୋଲ୍ୟୁସନରେ ରହିବା ଆବଶ୍ୟକ।
7. ଅନ-ସ୍କ୍ରିନରେ 100% ଦେଖିଲେ ଲୋଗୋ ସଫା ଦେଖାଯିବା ଉଚିତ (ପିକ୍ସିଲେଟ୍ କିମ୍ବା ବିଟ୍ ମ୍ୟାପ୍‌ରେ ନୁହେଁ)।
8. ସଙ୍କୁଚିତ କିମ୍ବା ସେଲ୍ଫ-ଏକ୍ସଟ୍ରାକ୍ଟିଂ ଫର୍ମାଟରେ ଏଣ୍ଟ୍ରି ଦାଖଲ କରିବା ଉଚିତ ନୁହେଁ।
9. ଲୋଗୋ ଡିଜାଇନରେ କୌଣସି ପ୍ରକାରର ଛାପ କିମ୍ବା ୱାଟରମାର୍କ ଲଗାଇବା ଉଚିତ ନୁହେଁ।

ମୂଲ୍ୟାଙ୍କନ ମାନଦଣ୍ଡ
1. ପ୍ରାପ୍ତ ସମସ୍ତ ଏଣ୍ଟ୍ରିକୁ ପ୍ରାରମ୍ଭିକ ମୂଲ୍ୟାଙ୍କନ ପାଇଁ ଏକ ସ୍କ୍ରିନିଂ କମିଟି ଦ୍ୱାରା ପୁରସ୍କାର ପାଇଁ ମୂଲ୍ୟାଙ୍କନ କରାଯିବ। ଏଭଳି ସ୍କ୍ରିନିଂ ପରେ ସମସ୍ତ ଅନୁମୋଦିତ ଏଣ୍ଟ୍ରିକୁ ଚୂଡ଼ାନ୍ତ ମୂଲ୍ୟାଙ୍କନ ପାଇଁ ଏକ ଚୟନ କମିଟି ଦ୍ୱାରା ମୂଲ୍ୟାଙ୍କନ କରାଯିବ।
2. ନିମ୍ନଲିଖିତ ମାନଦଣ୍ଡ ଆଧାରରେ ଏଣ୍ଟ୍ରି ଗୁଡ଼ିକୁ ଚୟନ ତଥା ମୂଲ୍ୟାୟନ କରାଯିବ: mSeva ଆପ୍‌‌ଷ୍ଟୋର୍‌ର ନାମ ଏବଂ ସାମଗ୍ରିକ ବିଷୟବସ୍ତୁର ସଂରେଖନ: ସୃଜନଶୀଳତା, ମୌଳିକତା, ସରଳତା, ପ୍ରେରଣାଦାୟୀ ଉପାଦାନ
3. କୌଣସି ବର୍ଗରେ ଆବଶ୍ୟକଠାରୁ ଅଧିକ ବିଜେତା ହେଲେ ଡ୍ର ସହାୟତାରେ ପରବର୍ତ୍ତୀ ଚୟନ କରାଯିବ।
4. ଚୟନ କମିଟିର ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ସମସ୍ତ ପ୍ରତିଯୋଗୀଙ୍କ ପାଇଁ ସର୍ବମାନ୍ୟ ହେବ ଏବଂ କୌଣସି ପ୍ରତିଯୋଗୀଙ୍କୁ ଚୟନ କମିଟିର କୌଣସି ନିଷ୍ପତ୍ତିକୁ ନେଇ ସ୍ପଷ୍ଟୀକରଣ ଦିଆଯିବ ନାହିଁ।

ପରିତୋଷ:
ଶ୍ରେଷ୍ଠ ଏଣ୍ଟ୍ରିକୁ 25 ହଜାର ଟଙ୍କା ପୁରସ୍କାର ରାଶି ସହିତ ଏକ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯିବ।

ଏଠାରେ କ୍ଲିକ୍ କରନ୍ତୁ for Terms and Conditions.pdf (34.86 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
374
ସମୁଦାୟ
0
ଅନୁମୋଦିତ
374
ସମୀକ୍ଷାଧିନ
Reset