ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

NCW ଲୋଗୋ ପ୍ରତିଯୋଗିତା

NCW ଲୋଗୋ ପ୍ରତିଯୋଗିତା
ଆରମ୍ଭ ତାରିଖ:
Jan 01, 2024
ଶେଷ ତାରିଖ :
Jan 22, 2024
23:45 PM IST (GMT +5.30 Hrs)
View Result Submission Closed

ଜାତୀୟ ମହିଳା ଆୟୋଗ ହେଉଛି ଏକ ସର୍ବୋଚ୍ଚ ସାମ୍ବିଧାନିକ ସଂସ୍ଥା ଯାହା ମହିଳାମାନଙ୍କୁ ଜୀବନର ସମସ୍ତ କ୍ଷେତ୍ରରେ ସମାନତା ଏବଂ ସମାନ ଭାଗିଦାରୀ ହାସଲ କରିବା ଦିଗରେ ସକ୍ଷମ କରିବା ପାଇଁ କାର୍ଯ୍ୟ କରିଥାଏ....

ଜାତୀୟ ମହିଳା କମିଶନ ଆୟୋଗ ହେଉଛି ଏକ ସର୍ବୋଚ୍ଚ ସାମ୍ବିଧାନିକ ସଂସ୍ଥା ଯାହା ମହିଳାମାନଙ୍କୁ ଜୀବନର ସମସ୍ତ କ୍ଷେତ୍ରରେ ସମାନତା ଏବଂ ସମାନ ଭାଗିଦାରୀ ହାସଲ କରିବା ଦିଗରେ ସକ୍ଷମ କରିବା ପାଇଁ କାର୍ଯ୍ୟ କରିଥାଏ। ଆର୍ଥିକ ସ୍ୱାଧିନତା ହିଁ ମହିଳା ସଶକ୍ତିକରଣର ଚାବିକାଠି ବୋଲି ସ୍ୱୀକାର କରି, ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ଉଦ୍ୟୋଗର ବିକାଶ ଓ ସ୍ଥାୟୀତ୍ୱ ପାଇଁ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ପ୍ରଦାନ କରି ସାରା ଦେଶରେ ମହିଳାମାନଙ୍କ ପାଇଁ ଏକ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ପାଇଁ NCW ଲକ୍ଷ୍ୟ ରଖିଛି

ଜାତୀୟ ମହିଳା ଆୟୋଗ (NCW) ମାଇଁଗଭ୍‌ ସହଭାଗିତାରେ ସୃଜନଶୀଳ ବ୍ୟକ୍ତି ଏବଂ ଡିଜାଇନ୍ ଉତ୍ସାହୀମାନଙ୍କୁ ଏହି ପ୍ରତିଯୋଗିତାରେ ଭାଗ ନେଇ ଏକ ନୂତନ ଓ ପ୍ରଭାବଶାଳୀ ଡିଜାଇନ୍ ପ୍ରସ୍ତୁତ କରିବା ପାଇଁ ଆହ୍ୱାନ କରୁଛି, ଯାହା NCW ପାଇଁ ଏକ ଦୃଶ୍ୟ ପରିଚୟ ପ୍ରଦାନ କରିବା ସହ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ ପୃଷ୍ଠଭୂମିରେ ମହିଳାଙ୍କ ଅଧିକାରକୁ ସମର୍ଥନ କରିବା ଲାଗି ଏହାର ପ୍ରତିବଦ୍ଧତାର ପ୍ରତୀକ ହେବ।

ବୈଷୟିକ ମାନଦଣ୍ଡ:
1) ଭାଗ ନେଉଥିବା ବ୍ୟକ୍ତି କେବଳ JPEG, PNG, BMP, କିମ୍ବା TIFF SVG ଫର୍ମାଟରେ ଲୋଗୋର ହାଇ-ରିଜୋଲ୍ୟୁସନ (600 dpi) ଫଟୋଚିତ୍ର ଦାଖଲ କରିବେ.
2) ଲୋଗୋ ସ୍ୱତନ୍ତ୍ର ଓ ସ୍କେଲେବଲ୍ ହେବା ଆବଶ୍ୟକ । ଏହି ଲୋଗୋ Twitter/ Facebook ଭଳି ୱେବସାଇଟ୍/ସୋସିଆଲ ମିଡିଆ, ପ୍ରେସ୍ ବିଜ୍ଞପ୍ତିରେ ଏବଂ ମୁଦ୍ରଣ ଯୋଗ୍ୟ ଯେପରିକି ଷ୍ଟେସନାରୀ, ସଙ୍କେତ, ଲେବୁଲ୍ ଇତ୍ୟାଦି, ପତ୍ରିକା, କମର୍ସିଆଲ୍ସ, ହୋଲ୍ଡିଂ, ଷ୍ଟାଣ୍ଡିଜ୍, ପୋଷ୍ଟର, ବ୍ରୋଶର୍, ଲିଫ୍‌ଲେଟ୍, ପ୍ରଚାର ପତ୍ର, ସ୍ମରଣିକା, ଏବଂ NCW ଦ୍ୱାରା ସଚେତନତା ସୃଷ୍ଟି କରିବା ପାଇଁ ଅନ୍ୟାନ୍ୟ ପ୍ରଚାର ଏବଂ ବିପଣନ ସାମଗ୍ରୀରେ ବ୍ୟବହାର ଯୋଗ୍ୟ ହେବା ଆବଶ୍ୟକ
3) ବିଜେତାଙ୍କୁ ଡିଜାଇନ କରାଯାଇଥିବା ଲୋଗୋର ଅରିଜିନାଲ ଓପନ ସୋର୍ସ ଫାଇଲ ପ୍ରଦାନ କରିବାକୁ ପଡ଼ିବ
4) ଲୋଗୋଟି ଯେତେବେଳେ ଅନ-ସ୍କ୍ରିନ 100%ରେ ଦେଖାଯିବ ଏହା ସ୍ୱଚ୍ଛ ଦେଖାଯିବା ଉଚିତ (ପିକ୍ସେଲେଟେଡ୍ କିମ୍ବା ବିଟ୍-ମ୍ୟାପ୍ଡ ନୁହେଁ).
5) ଏଣ୍ଟ୍ରିଗୁଡ଼ିକ ସଙ୍କୁଚିତ କିମ୍ବା ସେଲ୍ଫ-ଏକ୍ସଟ୍ରାକ୍ଟଟିଂ ଫର୍ମାଟରେ ଦାଖଲ ହେବା ଉଚିତ ନୁହେଁ.
6) ଲୋଗୋ ଡିଜାଇନ୍‌ରେ ୱାଟରମାର୍କ କିମ୍ବା ଛାପ ରହିବା ଉଚିତ ନୁହେଁ.
7) ସମସ୍ତ ଫଣ୍ଟଗୁଡ଼ିକୁ ଆଉଟଲାଇନ୍/କର୍ଭରେ ପରିବର୍ତ୍ତିତ କରିବା ଆବଶ୍ୟକ.
8) ଟେକ୍ସଟ୍ ଯାହା ଲୋଗୋ ଡିଜାଇନରେ ବ୍ୟବହୃତ ହେବ ତାହା ଦ୍ୱିଭାଷୀ (ହିନ୍ଦୀ ଓ ଇଂରାଜୀ) ହୋଇଥିବା ଆବଶ୍ୟକ.
9) ଲୋଗୋ NCW ର ବର୍ତ୍ତମାନର ସରକାରୀ ଲୋଗୋ ସହିତ ସଂରେଖିତ ହେବା ଆବଶ୍ୟକ ଏବଂ ଡିଜାଇନରେ ମହିଳା ସଶକ୍ତିକରଣର କଳାତ୍ମକ ଉପାଦାନ / ଅଭିବ୍ୟକ୍ତି ଅନ୍ତର୍ଭୁକ୍ତ ହେବା ଆବଶ୍ୟକ

ପରିତୋଷ:
ଶ୍ରେଷ୍ଠ ଏଣ୍ଟ୍ରିକୁ ପୁରସ୍କାର ବାବଦରେ 50,000 ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ।.

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ (PDF 108 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
1637
ସମୁଦାୟ
0
ଅନୁମୋଦିତ
1637
ସମୀକ୍ଷାଧୀନ