ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ପିପୁଲ୍ସ ଚଏସ୍ କ୍ୟାମ୍ପେନ୍- ନାମ ଓ ଟ୍ୟାଗ୍‌ଲାଇନ୍ ଚ୍ୟାଲେଞ୍ଜ

ପିପୁଲ୍ସ ଚଏସ୍ କ୍ୟାମ୍ପେନ୍- ନାମ ଓ ଟ୍ୟାଗ୍‌ଲାଇନ୍ ଚ୍ୟାଲେଞ୍ଜ
ଆରମ୍ଭ ତାରିଖ:
Nov 21, 2023
ଶେଷ ତାରିଖ :
Dec 16, 2023
23:45 PM IST (GMT +5.30 Hrs)
Submission Closed

ଏକ ସ୍ୱତନ୍ତ୍ର ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ଆମେ ଭାରତର ସମସ୍ତ ସୃଜନଶୀଳ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରୁଛୁ। ODOP,GI ଏବଂ ଅନ୍ୟାନ୍ୟ ସ୍ଥାନୀୟ ଉତ୍ପାଦ ମାଧ୍ୟମରେ ଆମର ସ୍ଥାନୀୟ ସମ୍ପଦର ବିକାଶ କରିବା ଏବଂ ଏହାର ଉତ୍ସବ ପାଳନ କରିବା ଲକ୍ଷ୍ୟରେ...

ଏକ ସ୍ୱତନ୍ତ୍ର ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ଆମେ ଭାରତର ସମସ୍ତ ସୃଜନଶୀଳ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରୁଛୁ। ODOP,GI ଏବଂ ଅନ୍ୟାନ୍ୟ ସ୍ଥାନୀୟ ଉତ୍ପାଦ ମାଧ୍ୟମରେ ଆମର ସ୍ଥାନୀୟ ସମ୍ପଦର ବିକାଶ କରିବା ଏବଂ ଏହାର ଉତ୍ସବ ପାଳନ କରିବା ଲକ୍ଷ୍ୟରେ ଏକ ଅଭିଯାନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ଏହା ଏକ ସୁଯୋଗ। ଆପଣ ଏପରି ଏକ ନାମ ଏବଂ ଟ୍ୟାଗ୍‌ଲାଇନ୍ ବିଷୟରେ ଚିନ୍ତା କରିପାରିବେ କି ଯାହା ଭାରତର ବିବିଧତାର ଭାବନା ଏବଂ ସ୍ଥାନୀୟ ଅର୍ଥନୀତି ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିବ? ଯଦି ହଁ, ତେବେ ଏହି ଚ୍ୟାଲେଞ୍ଜ ଆପଣଙ୍କ ପାଇଁ!

ଜଣେ ପ୍ରତିଯୋଗୀ ଭାବେ ଆପଣଙ୍କ କାମ ହେଉଛି ଅଭିଯାନ ପାଇଁ ଏକ ନାମ ଓ ଟ୍ୟାଗ୍‌ଲାଇନ୍ ପ୍ରସ୍ତାବିତ କରିବା। ଆମେ କିଛି ନାମ ଓ ଟ୍ୟାଗଲାଇନ ଖୋଜୁଛୁ ଯାହା ଆକର୍ଷଣୀୟ, ଅର୍ଥପୂର୍ଣ୍ଣ ଓ ମୁଖରିତ ହେବ ଏବଂ ଯାହାକୁ ପ୍ରତ୍ୟେକ ଭାରତୀୟଙ୍କ ପରିଚୟ ହେବ ଏବଂ ଏହାକୁ ନେଇ ସେମାନେ ଗର୍ବ ଅନୁଭବ କରିପାରିବେ। ଆପଣଙ୍କ ସୃଜନଶୀଳ ଯୋଗଦାନ ଆମ ଦେଶକୁ ସ୍ଥାନୀୟ ଉତ୍ପାଦର ସମର୍ଥନ ଏବଂ ପ୍ରୋତ୍ସାହନକୁ ଆଗକୁ ନେବାରେ ସହାୟକ ହେବ।

Who can participate?
ଆପଣ ଜଣେ ଛାତ୍ର ହୁଅନ୍ତୁ, ଜଣେ ପେସାଦାର ହୁଅନ୍ତୁ, ଜଣେ ମାର୍କେଟିଂ ୱିଜାର୍ଡ ହୁଅନ୍ତୁ କିମ୍ବା ନିଜ ଦେଶ ଓ ଏହାର ସମୃଦ୍ଧ ଐତିହ୍ୟକୁ ଭଲ ପାଉଥିବା ବ୍ୟକ୍ତି ହୁଅନ୍ତୁ, ଏହି ପ୍ରତିଯୋଗିତା ଆପଣଙ୍କ ପାଇଁ ଉଦ୍ଦିଷ୍ଟ । ପ୍ରତ୍ୟେକ ଭାରତୀୟ ବାସିନ୍ଦା ସେମାନଙ୍କ ଦୃଷ୍ଟିକୋଣ ଏବଂ ସୃଜନଶୀଳତାକୁ ପ୍ରଦର୍ଶିତ କରିପାରିବେ ।

ମୂଲ୍ୟାୟନ ମାପଦଣ୍ଡ!
ଆପଣଙ୍କ ମତାମତଗୁଡ଼ିକର ମୁଲ୍ୟାଙ୍କନ ସେଗୁଡ଼ିକ ଅଭିଯାନର ଲୋକାଚାର ସହ କେତେ ସଂରେକ୍ଷିତ, ସେଗୁଡ଼ିକର ମୌଳିକତା, ବିବିଧ ଦର୍ଶକଙ୍କୁ ତାହା କେତେ ଆକର୍ଷିତ କରୁଛି ଏବଂ ଏକ ଶକ୍ତିଶାଳୀ ବାର୍ତ୍ତାକୁ ସଂକ୍ଷିପ୍ତ ଭାବରେ ପ୍ରଦାନ କରିବାର କ୍ଷମତା ସହିତ କେତେ ଭଲ ଭାବରେ ମେଳ ଖାଉଛି ତାହା ଆଧାରରେ କରାଯିବ। ମନେରଖନ୍ତୁ, ଆପଣ ପ୍ରସ୍ତାବ ଦେଇଥିବା ନାମ ଏବଂ ଟ୍ୟାଗ୍‌ଲାଇନ୍ ଏକ ଜାତୀୟ ଆନ୍ଦୋଳନ ପାଇଁ ରାଲିର ନାରା ହୋଇପାରେ!

ପରିତୋଷ:
ବିଜେତାଙ୍କୁ ଏକ ODOP ଉପହାର ହାମ୍ପର ପ୍ରଦାନ କରାଯିବ

ନିୟମ ଓ ସର୍ତ୍ତାବଳୀ ପାଇଁ, ଏଠାରେ କ୍ଲିକ୍ କରନ୍ତୁ(PDF 143KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
971
ସମୁଦାୟ
0
ଅନୁମୋଦିତ
971
ସମୀକ୍ଷାଧୀନ
Reset