ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ମତ୍ସ୍ୟଚାଷ ବିଭାଗ ପାଇଁ ଫଟୋଗ୍ରାଫି ପ୍ରତିଯୋଗିତା

ମତ୍ସ୍ୟଚାଷ ବିଭାଗ ପାଇଁ ଫଟୋଗ୍ରାଫି ପ୍ରତିଯୋଗିତା
ଆରମ୍ଭ ତାରିଖ :
Sep 11, 2023
ଶେଷ ତାରିଖ :
Oct 31, 2023
23:45 PM IST (GMT +5.30 Hrs)
Submission Closed

ମତ୍ସଚାଷ ବିଭାଗ, ମାଇଁଗଭ୍ ସହଭାଗିତାରେ ନିଜର ଆଗାମୀ ଫଟୋଗ୍ରାଫି ପ୍ରତିଯୋଗିତା ଘୋଷଣା କରିବା ପାଇଁ ବେଶ୍ ଉତ୍ସାହିତ, ଯାହାର ଲକ୍ଷ୍ୟ ହେଉଛି ଆମ ବିଶ୍ୱର ଜୈବ ବିବିଧତା ଓ ସ୍ଥାୟୀତ୍ୱରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଥିବା...

ମତ୍ସ୍ୟଚାଷ ବିଭାଗ, ସହଭାଗିତାରେ ମାଇଁଗଭ୍ନିଜର ଆଗାମୀ ଫଟୋଗ୍ରାଫି ପ୍ରତିଯୋଗିତା ଘୋଷଣା କରିବା ପାଇଁ ବେଶ୍ ଉତ୍ସାହିତ, ଯାହାର ଲକ୍ଷ୍ୟ ହେଉଛି ଆମ ବିଶ୍ୱର ଜୈବ ବିବିଧତା ଓ ସ୍ଥାୟୀତ୍ୱରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଥିବା ଆକର୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ ଜଳୀୟ ପରିସଂସ୍ଥାକୁ ପାଳନ କରିବା ।
ଏହି ପ୍ରତିଯୋଗିତା ସମସ୍ତ ଫଟୋଗ୍ରାଫି ପ୍ରେମୀଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ସାମୁଦ୍ରିକ ଜୀବନ, ମଧୁର ଜଳର ବାସସ୍ଥଳୀ ଏବଂ ଏହି ପରିସଂସ୍ଥା ମଧ୍ୟରେ ଥିବା ଜଟିଳ ସମ୍ପର୍କ ବିଷୟରେ ଆଗ୍ରହୀ ଅଟନ୍ତି।

ପ୍ରତିଯୋଗୀମାନଙ୍କୁ ଜଳୀୟ ପରିସଂସ୍ଥାର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଓ ଗୁରୁତ୍ୱକୁ ନିଜ କ୍ୟାମେରାରରେ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ସାମୁଦ୍ରିକ ଜୀବନ, ପାଣି ଭିତରେ ଥିବା ପ୍ରାକୃତିକ ଦୃଶ୍ୟ ଏବଂ ପ୍ରକୃତିର ସୂକ୍ଷ୍ମ ସନ୍ତୁଳନକୁ କଏଦ କରିବା ଦ୍ୱାରା ପ୍ରତିଯୋଗୀମାନେ ଭବିଷ୍ୟତ ପିଢ଼ି ପାଇଁ ଏହି ପରିସଂସ୍ଥାର ସଂରକ୍ଷଣର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବାରେ ସାହାଯ୍ୟ କରିବେ।

ପ୍ରତିଯୋଗିତାର ବିଷୟବସ୍ତୁ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ !

ନିଜ ଲେନ୍ସ ମାଧ୍ୟମରେ ଜଳୀୟ ଜୀବନର ଚମତ୍କାରିତାର ଉତ୍ସବ ପାଳନ କରିବା ପାଇଁ ଆମ ସହ ସାମିଲ ହୁଅନ୍ତୁ ଏବଂ ଆମର ମୂଲ୍ୟବାନ ଜଳୀୟ ପରିବେଶରେ ସଂରକ୍ଷଣ ଓ ଧାରଣୀୟତାକୁ ପ୍ରୋତ୍ସାହିତ କରିବାରେ ଯୋଗଦାନ କରନ୍ତୁ। ଆମେ ଆପଣଙ୍କ ଚିତ୍ତାକର୍ଷକ ଏଣ୍ଟ୍ରି ଗ୍ରହଣ କରିବାକୁ ଅପେକ୍ଷା କରିଛୁ!

କ୍ଲିକ କରିବା ଆରମ୍ଭ କରନ୍ତୁ!!

ଯୋଗ୍ୟତା ମାନଦଣ୍ଡ
ଏହି ପ୍ରତିଯୋଗିତା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।
ବ୍ୟକ୍ତିଗତ ଭାବେ କିମ୍ବା ଦଳଗତ ଭାବେ (ସର୍ବାଧିକ ପାଞ୍ଚ ଜଣ ସଦସ୍ୟ) କେବଳ ଗୋଟିଏ ଲେଖାଏଁ ଏଣ୍ଟ୍ରି ଗ୍ରହଣ କରାଯାଇପାରିବ। ଏକାଧିକ ଏଣ୍ଟ୍ରି କ୍ଷେତ୍ରରେ, ଦାଖଲ କରାଯାଇଥିବା ପ୍ରଥମ ଏଣ୍ଟ୍ରିକୁ ଅନ୍ତିମ ଦାଖଲ ଭାବେ ବିବେଚନା କରାଯିବ

ପୁରସ୍କାର:
ମନ୍ତ୍ରଣାଳୟ ପକ୍ଷରୁ ନଗଦ ପୁରସ୍କାର ଓ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ।
- ପ୍ରଥମ ପୁରସ୍କାର: 5,000/- ଟଙ୍କା
- ଦ୍ୱିତୀୟ ପୁରସ୍କାର: 3,000/- ଟଙ୍କା
- ତୃତୀୟ ପୁରସ୍କାର: 2,000/- ଟଙ୍କା

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ। (PDF 132 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
1016
ସମୁଦାୟ
0
ଅନୁମୋଦିତ
1016
ସମୀକ୍ଷାଧିନ
Reset