ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ବିଟ୍ ଦ ହିଟ୍' ଉପରେ ପୋଷ୍ଟର ମେକିଂ ପ୍ରତିଯୋଗିତା

ବିଟ୍ ଦ ହିଟ୍' ଉପରେ ପୋଷ୍ଟର ମେକିଂ ପ୍ରତିଯୋଗିତା
ଆରମ୍ଭ ତାରିଖ:
May 08, 2024
ଶେଷ ତାରିଖ :
Jun 10, 2024
23:45 PM IST (GMT +5.30 Hrs)
Submission Closed

ଏକ ପ୍ରକାର ଭିଜୁଆଲ୍ ଆର୍ଟ ଭାବେ ପୋଷ୍ଟର ବିଜ୍ଞାପନ ଏବଂ ଅନେକ କାରଣର ପ୍ରଚାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ଏହା ବାସ୍ତବରେ ଏକ ବୈଜ୍ଞାନିକ ପ୍ରମାଣିତ ତଥ୍ୟ ଯେ ପୋଷ୍ଟରରେ ଜ୍ଞାନକୁ ପ୍ରଭାବୀ ଢଙ୍ଗରେ ବିସ୍ତାର କରିବା...

ଏକ ପ୍ରକାର ଭିଜୁଆଲ୍ ଆର୍ଟ ଭାବେ ପୋଷ୍ଟର ବିଜ୍ଞାପନ ଏବଂ ଅନେକ କାରଣର ପ୍ରଚାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ଏହା ବାସ୍ତବରେ ଏକ ବୈଜ୍ଞାନିକ ପ୍ରମାଣିତ ତଥ୍ୟ ଯେ ପୋଷ୍ଟରରେ ଜ୍ଞାନକୁ ପ୍ରଭାବୀ ଢଙ୍ଗରେ ବିସ୍ତାର କରିବା, ମନୋଭାବରେ ପରିବର୍ତ୍ତନ ଆଣିବା ଏବଂ ବ୍ୟବହାରରେ ପରିବର୍ତ୍ତନ ଆଣିବାର କ୍ଷମତା ରହିଛି। କେବଳ ଗତ ତିନି ଦଶନ୍ଧି ମଧ୍ୟରେ ବିଶ୍ୱ 10,000ରୁ ଅଧିକ ବିପର୍ଯ୍ୟୟର ସାକ୍ଷୀ ହୋଇଥିବା ବେଳେ, ଏହା ଧ୍ୱଂସର ଏକ ଚିହ୍ନ ଛାଡିଯାଇଛି ଯାହା 600 କୋଟି ଲୋକଙ୍କୁ ପ୍ରଭାବିତ କରିଛି। ଏହି ଘଟଣାଗୁଡ଼ିକର ତୀବ୍ରତା ଏବଂ ବାରମ୍ବାରତା ବୃଦ୍ଧି ପାଉଛି ଏବଂ ଏହାର ପରିଣାମ ନୂତନ କ୍ଷେତ୍ରକୁ ଏତେ ମାତ୍ରାରେ ପ୍ରଭାବିତ କରୁଛି ଯାହା ପୂର୍ବରୁ ଦେଖିବାକୁ ମିଳିନଥିଲା।

ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ଗ୍ରୀଷ୍ମ ପ୍ରବାହର ବାରମ୍ବାରତା, ଅବଧି ଓ ତୀବ୍ରତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଏପରିକି ଯେଉଁ ରାଜ୍ୟଗୁଡ଼ିକରେ ପୂର୍ବରୁ ବିଶେଷ ଭାବରେ ଗ୍ରୀଷ୍ମ ପ୍ରବାହ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା, ସେଠାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଘଟଣା ଦେଖିବାକୁ ମିଳିଛି, ସାରା ଦେଶରେ ଯୁବ କଳାକାରଙ୍କ ସୃଜନଶୀଳ ଚିନ୍ତାଧାରା ଏବଂ ନିଖୁଣ କୌଶଳକୁ ଉପଯୋଗ କରିବା, ବିଶେଷକରି ଜନସାଧାରଣଙ୍କ ନିକଟରେ ଗ୍ରୀଷ୍ମ ପ୍ରବାହ ସୁରକ୍ଷା ବାର୍ତ୍ତା ପହଞ୍ଚାଇବା ପାଇଁ ଏହା ଏକ ପ୍ରାସଙ୍ଗିକ ପଦକ୍ଷେପ ହେବ ।

ଏହି ପରିପ୍ରେକ୍ଷୀରେ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA), ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ସମସ୍ତ ଉଦୀୟମାନ କଳାକାର/ଛାତ୍ରଛାତ୍ରୀମାନଙ୍କୁ ଏହି ପୋଷ୍ଟର-ମେକିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସ୍ୱାଗତ କରିବା ସହ ଏବଂ ନିଜର ସୃଜନଶୀଳତା ବ୍ୟବହାର କରି ପ୍ରେରଣାଦାୟକ କଳା ସୃଷ୍ଟି କରିବା ପାଇଁ ଆହ୍ଵାନ କରୁଛି । ତେଣୁ, ନେଇ ଆସନ୍ତୁ ଆପଣଙ୍କ କ୍ୟାନଭାସ୍, ରଙ୍ଗ ଓ ତୂଳୀ, ଅନ୍ କରନ୍ତୁ ଆପଣଙ୍କ ଗ୍ରାଫିକ୍ ଟ୍ୟାବଲେଟ୍ ଏବଂ ଏହି ଥିମ୍ ଉପରେ ଆକର୍ଷଣୀୟ ପୋଷ୍ଟର ତିଆରି କରନ୍ତୁ!

ଆପଣ ଯେକୌଣସି ମାଧ୍ୟମରେ ହାତରେ ଅଙ୍କାଯାଇଥିବା ସ୍କେଚ୍, ଚିତ୍ର ଏବଂ ଡିଜିଟାଲ୍ ସବ୍‌ମିଶନ୍ ଏଣ୍ଟ୍ରି କରିପାରିବେ । ଏହି ପ୍ରତିଯୋଗିତା ପାଇଁ ବିଷୟବସ୍ତୁ ହେଉଛି “Beat the Heat/ गर्मी को मात दें”

ବିଚାର ମାନଦଣ୍ଡ
1. ବିଷୟବସ୍ତୁର ପ୍ରଭାବ ଓ ପ୍ରାସଙ୍ଗିକତା
2. ପୋଷ୍ଟରର ସ୍ୱତନ୍ତ୍ରତା- ପୋଷ୍ଟରଟି ନିର୍ଦ୍ଧାରିତ ବିଷୟବସ୍ତୁର ଏକ ସ୍ପଷ୍ଟ ବାର୍ତ୍ତା ବାହାକ ଭାବେ ସ୍ୱତନ୍ତ୍ର ପରିଚୟ ସହ ଉଭା ହେବା ଆବଶ୍ୟକ ।
3. ସାମଗ୍ରିକ ଦୃଷ୍ଟି ଆକର୍ଷଣ
4. ସ୍ପଷ୍ଟତା
5. ଗ୍ରାଫିକ୍‌ର ମାନ

ପରିତୋଷ
- 1st prize: Rs.10,000/-
- 2nd prize: Rs.5000/-
- 3rd prize: Rs.3000/-
- 3 Consolation Prizes of Rs.1000/- each.

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପଢିବା ପାଇଁ (PDF: 120KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
19859
ସମୁଦାୟ
0
ଅନୁମୋଦିତ
19859
ସମୀକ୍ଷାଧୀନ