ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ମନ୍ତ୍ରଣାଳୟ (MoSPI) ପାଇଁ ଏକ ଟ୍ୟାଗ୍‌ଲାଇଇନ୍ ପ୍ରସ୍ତାବ ଦିଅନ୍ତୁ

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ମନ୍ତ୍ରଣାଳୟ (MoSPI) ପାଇଁ ଏକ ଟ୍ୟାଗ୍‌ଲାଇଇନ୍ ପ୍ରସ୍ତାବ ଦିଅନ୍ତୁ
ଆରମ୍ଭ ତାରିଖ:
Feb 19, 2024
ଶେଷ ତାରିଖ :
Apr 15, 2024
23:45 PM IST (GMT +5.30 Hrs)
Submission Closed

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ମନ୍ତ୍ରଣାଳୟ ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଏକ ଟ୍ୟାଗ୍‌ଲାଇନ୍ ପ୍ରତିଯୋଗିତା ଆୟୋଜନ କରୁଛି, ଯେଉଁଥିରେ ସାରା ଦେଶର ନାଗରିକଙ୍କୁ ନିଜର ଭାଷାଗତ ପ୍ରତିଭା...

ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ମନ୍ତ୍ରଣାଳୟ , ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଏକ ଟ୍ୟାଗ୍‌ଲାଇନ୍ ପ୍ରତିଯୋଗିତା ଆୟୋଜନ କରୁଛି, ଯେଉଁଥିରେ ସାରା ଦେଶର ନାଗରିକଙ୍କୁ ନିଜର ଭାଷାଗତ ପ୍ରତିଭା ପ୍ରଦର୍ଶନ କରି ଇଂରାଜୀ/ ହିନ୍ଦୀ କିମ୍ବା ସଂସ୍କୃତ ଭାଷାରେ ଏକ ଆକର୍ଷଣୀୟ ଟ୍ୟାଗ୍‌ଲାଇନ୍ ପ୍ରସ୍ତୁତ କରିବା ଆହ୍ୱାନ କରାଯାଉଛି ଯାହା ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକାର ସାରକୁ ଦର୍ଶାଇବ । ଏହି ଟ୍ୟାଗଲାଇନ୍ ଆମ ଦେଶର ଭବିଷ୍ୟତ ଗଠନରେ ମନ୍ତ୍ରଣାଳୟର ମୂଳ ମୂଲ୍ୟବୋଧ, ବର୍ଣ୍ଣନା ଓ ପ୍ରଭାବ ସହିତ ସମନ୍ୱିତ ହେବା ଆବଶ୍ୟକ । ପ୍ରତ୍ୟକଙ୍କୁ ଉତ୍ସାହିତ କରାଯାଉଛି ନିଜର ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରି ଏପରି ଏକ ଟ୍ୟାଗ୍‌ଲାଇନ୍ ଲେଖିବାକୁ ଯାହା ମନ୍ତ୍ରଣାଳୟର ସ୍ୱର ପାଲଟିଯିବ ।

ପରିତୋଷ
1. ଶେଷରେ ଟ୍ୟାଗ୍‌ଲାଇନ୍‌ର ମନୋନୀତ ବିଜେତାଙ୍କୁ 10,000/- ଟଙ୍କା ପୁରସ୍କାର ପ୍ରଦାନ କରାଯିବ।
2. 2024 ପରିସଂଖ୍ୟାନ ଦିବସରେ ବିଜେତାମାନଙ୍କୁ ସମ୍ବର୍ଦ୍ଧନା ଏବଂ ପୁରସ୍କାର ଗ୍ରହଣ ପାଇଁ ଆମନ୍ତ୍ରିତ କରାଯିବ।

ବୈଷୟିକ ମାନଦଣ୍ଡ
1. ପ୍ରତିଯୋଗୀମାନେ କେବଳ JPEG / PNG / SVG / PDF ଫର୍ମାଟରେ ଟ୍ୟାଗ୍‌ଲାଇନ୍ ଅପଲୋଡ୍ କରିବା ଆବଶ୍ୟକ।
2. ଫାଇଲଟି ହାଇ ରିଜୋଲ୍ୟୁସନ ବିଶିଷ୍ଟ ହେବା ଉଚିତ୍ ଯାହା 100% ଆକାରରେ ଅତିକମ୍‌ରେ ଇଞ୍ଚ ପ୍ରତି 300 ପିକ୍ସେଲ ହେବ ।
3. ଯେତେବେଳେ 100% ପରଦାରେ ଦେଖାଯିବ ଫାଇଲଟି ସ୍ପଷ୍ଟ ଦେଖାଯିବା ଉଚିତ (ପିକ୍ସିଲେଟେଡ କିମ୍ବା ବିଟ-ମାପ ହୋଇଥିବା ନୁହଁ)।
4. ସଙ୍କୁଚିତ କିମ୍ବା ସେଲ୍ଫ-ଏକ୍ସଟ୍ରାକ୍ଟଟିଂ ଫର୍ମାଟରେ ଏଣ୍ଟ୍ରି ଦାଖଲ କରନ୍ତୁ ନାହିଁ।

ଚୟନ ପ୍ରକ୍ରିୟା
1. ନିର୍ଦ୍ଧାରିତ ତାରିଖ ସୁଦ୍ଧା ମିଳିଥିବା ଏବଂ କ୍ରମରେ ମିଳିଥିବା ସମସ୍ତ ଏଣ୍ଟ୍ରିକୁ ବିଚାରପତିମାନଙ୍କର ଏକ କମିଟି ଦ୍ୱାରା ମୂଲ୍ୟାୟନ କରାଯିବ। କମିଟିର ନିଷ୍ପତ୍ତି ଚୂଡ଼ାନ୍ତ ଓ ସର୍ବମାନ୍ୟ ହେବ। ଏହି କମିଟି ଏଣ୍ଟ୍ରିଗୁଡ଼ିକୁ ଚୟନ କରିବ ଏବଂ ଯଦି କୌଣସି ଏଣ୍ଟ୍ରି ଉପଯୁକ୍ତ ପ୍ରମାଣିତ ହୁଏ ତେବେ ବିଜେତା ସ୍ଥିର କରିବ।
2. ଏଣ୍ଟ୍ରିଗୁଡ଼ିକ ସୃଜନଶୀଳତା, ମୌଳିକତା, ରଚନା, ବୈଷୟିକ ଉତ୍କର୍ଷତା, ସରଳତା, କଳାତ୍ମକ ଯୋଗ୍ୟତା ଏବଂ ଦୃଶ୍ୟ ପ୍ରଭାବର ମାନଦଣ୍ଡ ଏବଂ ସେଗୁଡ଼ିକ MoSPIର ପରିକଳ୍ପନାକୁ କେତେ ଭଲ ଭାବରେ ପ୍ରସ୍ଫୁଟିତ କରନ୍ତି ତାହା ଉପରେ ଆଧାର କରି ବିଚାର କରାଯିବ । ବିଜେତା ଘୋଷଣା ବ୍ଲଗ୍ (blog.mygov.in) ମାଧ୍ୟମରେ ବିଜେତାଙ୍କ ନାମ ଘୋଷଣା କରାଯିବ। ବିଜେତା ଭାବେ ଚୟନ ହୋଇନଥିବା ପ୍ରତିଯୋଗୀଙ୍କ ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇବ ନାହିଁ।
3. MoSPI ଏହି ପ୍ରତିଯୋଗିତାର ପ୍ରତିକ୍ରିୟାରେ ମିଳିଥିବା ଟ୍ୟାଗ୍‌ଲାଇନ୍‌ର ମୂଲ୍ୟାଙ୍କନ ପାଇଁ କୌଣସି ପ୍ରାସଙ୍ଗିକ ମାନଦଣ୍ଡକୁ ନିଜ ଏକକ ବିଚାର ଓ ନିର୍ଦ୍ଧାରଣରେ ଯୋଡ଼ିପାରିବେ/ ହଟାଇପାରିବେ।
4. ମୂଲ୍ୟାୟନ ପଦ୍ଧତି ଏବଂ ଟ୍ୟାଗ୍‌ଲାଇନ୍‌ ଶର୍ଟଲିଷ୍ଟ୍ କରିବାରେ MoSPI ର ନିଷ୍ପତ୍ତି ଚୂଡ଼ାନ୍ତ ହେବ; ଚୟନ କମିଟିର କୌଣସି ନିଷ୍ପତ୍ତି ଉପରେ କୌଣସି ପ୍ରତିଯୋଗୀଙ୍କୁ ସ୍ପଷ୍ଟୀକରଣ ଦିଆଯିବ ନାହିଁ।
5. MoSPI କୌଣସି କାରଣ ନ ଦର୍ଶାଇ କୌଣସି ବା ସମସ୍ତ ଟ୍ୟାଗ୍‌ଲାଇନ୍‌କୁ ଗ୍ରହଣ ବା ପ୍ରତ୍ୟାଖ୍ୟାନ କରିବାର ଅଧିକାର ସୁରକ୍ଷିତ ରଖିଥାଏ।
6. ଟ୍ୟାଗ୍‌ଲାଇନ୍‌ ପ୍ରତିୟୋଗିତା ପାଇଁ କେବଳ ଜଣେ ବିଜେତା ରହିବେ।
7. ବିଜେତାଙ୍କୁ ଡିଜାଇନ କରାଯାଇଥିବା ଟ୍ୟାଗ୍‌ଲାଇନ୍‌ର ମୂଳ ଓପନ ସୋର୍ସ ଫାଇଲ ପ୍ରଦାନ କରିବାକୁ ହେବ।

ନିୟମ ଓ ସର୍ତ୍ତାବଳୀ ପାଇଁ ଏଠାରେ କ୍ଲିକ୍ କରନ୍ତୁ (PDF 121 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
1885
ସମୁଦାୟ
0
ଅନୁମୋଦିତ
1885
ସମୀକ୍ଷାଧୀନ