ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଇଣ୍ଡିଆ ଡାଟା ପ୍ଲାଟଫର୍ମପାଇଁ ଟ୍ୟାଗ୍‌ଲାଇନ୍ ପ୍ରତିଯୋଗିତା

ଇଣ୍ଡିଆ ଡାଟା ପ୍ଲାଟଫର୍ମପାଇଁ ଟ୍ୟାଗ୍‌ଲାଇନ୍ ପ୍ରତିଯୋଗିତା
ଆରମ୍ଭ ତାରିଖ :
Oct 05, 2023
ଶେଷ ତାରିଖ :
Nov 04, 2023
23:45 PM IST (GMT +5.30 Hrs)
View Result Submission Closed

ଇଣ୍ଡିଆ ଡାଟା ପ୍ଲାଟଫର୍ମ (IDP)କୁ ସମସ୍ତ ଷ୍ଟେକ୍‌ହୋଲ୍ଟରଙ୍କ ପାଇଁ ସେମାନଙ୍କର ବ୍ୟବସାୟ କିମ୍ବା ସାମାଜିକ ଲକ୍ଷ୍ୟ କିମ୍ବା ଗୋପନୀୟତା, ସୁରକ୍ଷା ଓ ଅନ୍ୟାନ୍ୟ ବିଷୟ ସହିତ ସାଲିସ ନକରି ଡାଟାସେଟ୍/ଆର୍ଟିଫେକ୍ଟସ୍/ମେଟାଡାଟା/APIକୁ...

ଇଣ୍ଡିଆ ଡାଟା ପ୍ଲାଟଫର୍ମ (IDP) କୁ ସମସ୍ତ ଷ୍ଟେକ୍‌ହୋଲ୍ଟରଙ୍କ ପାଇଁ ସେମାନଙ୍କର ବ୍ୟବସାୟ କିମ୍ବା ସାମାଜିକ ଲକ୍ଷ୍ୟ କିମ୍ବା ଗୋପନୀୟତା, ସୁରକ୍ଷା ଓ ଅନ୍ୟାନ୍ୟ ବିଷୟ ସହିତ ସାଲିସ ନକରି ଡାଟାସେଟ୍/ଆର୍ଟିଫେକ୍ଟସ୍/ମେଟାଡାଟା/APIକୁ ସେୟାର, ଆବିଷ୍କାର ଓ ବ୍ୟବହାର କରିବା ପାଇଁ ଏକ ୟୁନିଫାଏଡ୍ ନ୍ୟାସନଲ ଡାଟା ଏକ୍ସଚେଞ୍ଜ ପ୍ଲାଟଫର୍ମ ଭାବେ ପରିକଳ୍ପନା କରାଯାଇଛି। ସରକାରୀ ଓ ଘରୋଇ ସଂସ୍ଥାଗୁଡ଼ିକ ଦ୍ୱାରା ଡାଟା ସେୟାରିଂ ପାଇଁ ଏକ ଆନ୍ତଃପରିଚାଳିତ, ସୁଦୃଢ଼ ଓ ସୁରକ୍ଷିତ ଡିଜିଟାଲ ପ୍ଲାଟଫର୍ମ ନିର୍ମାଣ ଦ୍ୱାରା, IDP ଅଧିକରୁ ଅଧିକ ଡାଟା ପରିଚାଳିତ ଡିଜିଟାଲ ଅର୍ଥବ୍ୟବସ୍ଥା ଏବଂ ଶାସନ ବ୍ୟବସ୍ଥାରେ ନିଷ୍ପତ୍ତି ଗ୍ରହଣ ଏବଂ ନବସୃଜନକୁ ସକ୍ଷମ କରିବ।

'ଡିଜିଟାଲ ଇଣ୍ଡିଆ' କାର୍ଯ୍ୟକ୍ରମର ସମସ୍ତଙ୍କ ପାଇଁ ସୂଚନା ଆଧାରରେ ନାଗରିକଙ୍କ ଡିଜିଟାଲ ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ ଯୋଗଦାନ ଦେବା ପାଇଁ IDP ଲକ୍ଷ୍ୟ ରଖିଛି। ଆଗାମୀ ଜାତୀୟ ଡାଟା ଗଭର୍ଣ୍ଣାନ୍ସ ନୀତି (NDGP)ର ଅନୁପାଳନରେ, IDP ସରକାରୀ ସଂସ୍ଥା, ଗବେଷକ, ଷ୍ଟାର୍ଟଅପ୍ ଆଦିଙ୍କ ଦ୍ୱାରା ଏବଂ ସେମାନଙ୍କ ସହ ଅଣ-ବ୍ୟକ୍ତିଗତ, ଅଣ-ସମ୍ବେଦନଶୀଳ ଡାଟାସେଟ୍ ସେୟାର କରିବାରେ ସକ୍ଷମ ହେବ।

ଏହି ପରିପ୍ରେକ୍ଷୀରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଅଧିନସ୍ଥ, ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (NIC)ର ଇଣ୍ଡିଆ ଡାଟା ପ୍ଲାଟଫର୍ମ ଡିଭିଜନ ମାଇଁଗଭ୍ ସହଭାଗିତାରେ, ସମସ୍ତ ନାଗରିକଙ୍କୁ ଏକ ଟ୍ୟାଗ୍‌ଲାଇନ୍ ପ୍ରତିଯୋଗିତା ପାଇଁ ଆହ୍ୱାନ କରୁଛି ଯାହା ଇଣ୍ଡିଆ ଡାଟା ପ୍ଲାଟଫର୍ମର ସାରମର୍ମ ଓ ଭାବନାକୁ ବ୍ୟକ୍ତ କରିବ।

ପରିତୋଷ:
ଶ୍ରେଷ୍ଠ ଏଣ୍ଟ୍ରିକୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବ।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଏବଂ ସର୍ତ୍ତାବଳୀ ପଢିବା ପାଇଁ।

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
1368
ସମୁଦାୟ
0
ଅନୁମୋଦିତ
1368
ସମୀକ୍ଷାଧିନ