ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

'UMANG'ର 6 ବର୍ଷ ପୂର୍ତ୍ତି ଉପଲକ୍ଷେ ଟ୍ୟାଗ୍‌ଲାଇନ୍ ଲିଖନ ପ୍ରତିଯୋଗିତା

'UMANG'ର 6 ବର୍ଷ ପୂର୍ତ୍ତି ଉପଲକ୍ଷେ ଟ୍ୟାଗ୍‌ଲାଇନ୍ ଲିଖନ ପ୍ରତିଯୋଗିତା
ଆରମ୍ଭ ତାରିଖ:
Nov 13, 2023
ଶେଷ ତାରିଖ :
Dec 13, 2023
18:15 PM IST (GMT +5.30 Hrs)
View Result Submission Closed

ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ (NeGD), ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ 'UMANG'ର 6ଷ୍ଠ ବାର୍ଷିକୀ ଅବସରରେ ଏକ ଟ୍ୟାଗ୍‌ଲାଇନ୍ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଉଛି...

ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ (NeGD), ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ 'UMANG'ର 6ଷ୍ଠ ବାର୍ଷିକୀ ଅବସରରେ ଏକ ଟ୍ୟାଗ୍‌ଲାଇନ୍ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଉଛି।

ପ୍ରତିଯୋଗିତା ପାଇଁ ନିମ୍ନଲିଖିତ ପଏଣ୍ଟଗୁଡ଼ିକୁ ବ୍ୟାପକ ବିଷୟବସ୍ତୁ ଭାବେ ବିବେଚନା କରାଯାଇପାରେ:
'UMANG' ଆପ୍ କେମିତି ନାଗରିକଙ୍କ ଜୀବନକୁ ସହଜ କରିଦେଇଛି
ଡିଜିଟାଲ ଇଣ୍ଡିଆର ଯୁଗରେ UMANG ପ୍ଲାଟଫର୍ମର ପ୍ରାସଙ୍ଗିକତା
ଈଜ୍ ଅଫ୍ ଲିଭିଂ ପ୍ରତି UMANGର ଯୋଗଦାନ
UMANGର ବ୍ୟବହାର ଆପଣଙ୍କ ଜୀବନରେ କ'ଣ ପରିବର୍ତ୍ତନ ଆଣିଛି? ଏହାର ଲାଭ ଉପରେ ଆଲୋକପାତ କରନ୍ତୁ
UMANG ଆପ୍‌କୁ ଏକ ସୁପର ଆପ୍ କାହିଁକି କୁହାଯାଏ ?

UMANG ହେଉଛି ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନସ୍ଥ ଏକ ପ୍ରମୁଖ ପଦକ୍ଷେପ, ଯାହା ସମସ୍ତ ସରକାରୀ ସେବାକୁ ଏକ ସ୍ଥାନରେ ଉପଲବ୍ଧ କରାଇବାର ସୁବିଧା ପ୍ରଦାନ କରୁଛି। ଏହା କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ ଆଦି ବିଭିନ୍ନ କ୍ଷେତ୍ରରୁ ସେବାଗୁଡ଼ିକୁ ଏକୀକୃତ କରିବା ଏବଂ ବ୍ୟବହାରକାରୀମାନଙ୍କୁ କେନ୍ଦ୍ର ସରକାର, ରାଜ୍ୟ ସରକାର, ସ୍ଥାନୀୟ ସଂସ୍ଥା ଏବଂ ସେମାନଙ୍କର ଏଜେନ୍ସିମାନଙ୍କଠାରୁ ଇ-ସେବା ହାସଲ କରିବାରେ ସକ୍ଷମ କରିବା ପାଇଁ ଏକ ପ୍ରମୁଖ ଆପ୍ଲିକେଶନ୍ ଭାବେ କାର୍ଯ୍ୟ କରିଥାଏ।
'UMANG' ଏକ 'ମୋବାଇଲ ଫାର୍ଷ୍ଟ' ରଣନୀତି ମାଧ୍ୟମରେ ବ୍ୟବହାରକାରୀଙ୍କ ହାତପାହାନ୍ତାରେ ଶାସନକୁ ଆଣିଦିଏ । ଏହା ଏକ ବହୁଭାଷୀ ଆପ୍ ଯାହା NeGD, MeitY ଦ୍ୱାରା ବିକଶିତ ଏବଂ ପରିଚାଳିତ ହୋଇ ଭାରତରେ ମୋବାଇଲ୍ ଗଭର୍ଣ୍ଣାନ୍ସକୁ ଦ୍ରୁତ ଗତିରେ ଚଳାଇବା ଏବଂ ଏକାଧିକ ମୋବାଇଲ୍ ଆପ୍ ପରିଚାଳନାରେ ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ କମ୍ କରିବା ପାଇଁ ଉଦ୍ଦିଷ୍ଟ।

'UMANG'ର 6 ବର୍ଷ ପୂର୍ତ୍ତି ଉପଲକ୍ଷେ, NeGD, ମାଇଁଗଭ୍ ସହଭାଗିତାରେ, ନାଗରିକମାନଙ୍କୁ ଏକ ଟ୍ୟାଗ୍‌ଲାଇନ୍‌ ଲେଖିବା ପାଇଁ ଆହ୍ୱାନ କରୁଛି, ଯାହା ଡିଜିଟାଲ ଇଣ୍ଡିଆ ମିଶନ ଓ ମୂଲ୍ୟବୋଧକୁ ବୁଝାଇବା ସହ UMANG ପ୍ଲାଟଫର୍ମର ଗୁରୁତ୍ୱକୁ ପ୍ରତିପାଦିତ କରୁଥିବା ଏକ ଉତ୍ସବ ବାର୍ତ୍ତା ଭାବେ କାର୍ଯ୍ୟ କରିବ।

ପରିତୋଷ:

ବିଜେତା ଏଣ୍ଟ୍ରିକୁ ନଗଦ ପୁରସ୍କାର ପ୍ରଦାନ କରାଯିବ।

1ମ ପୁରସ୍କାର - 7,500/- ଟଙ୍କା
2ୟ ପୁରସ୍କାର - 5,000/- ଟଙ୍କା
3ୟ ପୁରସ୍କାର - 3,500/- ଟଙ୍କା
7ଟି ସାନ୍ତ୍ୱନାମୂଳକ ପୁରସ୍କାର: ପ୍ରତ୍ୟେକ 1,500/- ଟଙ୍କା ଲେଖାଏଁ

ସବ୍‌ମିଶନ୍ ଫର୍ମାଟ୍:
1. MS Word ଡକ୍ୟୁମେଣ୍ଟ ବା PDF ଫାଇଲ।
2. ଟ୍ୟାଗ୍‌ଲାଇନ୍ ସଂକ୍ଷିପ୍ତ ଓ ସର୍ବାଧିକ 7ଟି ଶବ୍ଦରେ ସୀମିତ ରହିବା ଆବଶ୍ୟକ।
3. ଟ୍ୟାଗ୍‌ଲାଇନ୍ କେବଳ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ହେବା ଆବଶ୍ୟକ।

ଏଠାରେ କ୍ଲିକ୍ କରନ୍ତୁ , ନିୟମ ଓ ସର୍ତ୍ତାବଳୀ ପାଇଁ.pdf (123.55 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
2217
ସମୁଦାୟ
0
ଅନୁମୋଦିତ
2217
ସମୀକ୍ଷାଧୀନ
Reset