ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ତୁ ବୋଲ୍ - ନିଜର କାହାଣୀ କୁହନ୍ତୁ

ତୁ ବୋଲ୍ - ନିଜର କାହାଣୀ କୁହନ୍ତୁ
ଆରମ୍ଭ ତାରିଖ:
Feb 21, 2024
ଶେଷ ତାରିଖ :
Mar 01, 2024
23:45 PM IST (GMT +5.30 Hrs)
View Result Submission Closed

ଜାତୀୟ ମହିଳା ଆୟୋଗ (NCW) 2024 ମାର୍ଚ୍ଚ 7 ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବା ପାଇଁ "ତୁ ବୋଲ୍" ନାମକ ଏକ ପ୍ରେରଣାଦାୟୀ ଟକ ଶୋ'ର ଆୟୋଜନ କରୁଛନ୍ତି ...

ଜାତୀୟ ମହିଳା ଆୟୋଗ (NCW), 2024 ମାର୍ଚ୍ଚ 7 ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବା ପାଇଁ "ତୁ ବୋଲ୍" ନାମକ ଏକ ପ୍ରେରଣାଦାୟୀ ଟକ ଶୋ'ର ଆୟୋଜନ କରୁଛନ୍ତି ।

ଜାତୀୟ ମହିଳା ଆୟୋଗ (NCW) ମାଇଁଗଭ୍ ସହଭାଗିତାରେ ରାଜନୀତି, ଗଣମାଧ୍ୟମ, କ୍ରୀଡ଼ା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ଆଧ୍ୟାତ୍ମିକତା ଆଦି ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଏବଂ ପ୍ରଭାବଶାଳୀ ମହିଳା ବକ୍ତାମାନଙ୍କୁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ନିମନ୍ତ୍ରଣ ପ୍ରଦାନ କରିଛି। ଦେଶର କୋଣ ଅନୁକୋଣରୁ ସେମାନଙ୍କର ସଶକ୍ତୀକରଣ କାହାଣୀ ଓ ସ୍ୱର ବାଣ୍ଟିବାରେ ଆମ ସହିତ ଯୋଗ ଦେବା ପାଇଁ ଆମେ ସେମାନଙ୍କୁ ସ୍ୱାଗତ କରୁଛୁ । ଆସନ୍ତୁ ମିଳିମିଶି ସମାନତା ପାଇଁ ସ୍ୱର ଉତ୍ତୋଳନ କରିବା ଏବଂ ନାରୀତ୍ୱର ଦୃଢ଼ ଭାବନାକୁ ସମ୍ମାନ୍ନିତ କରିବା ।

ଦୟାକରି ନୋଟ୍ କରନ୍ତୁ:
1) କାହାଣୀଗୁଡ଼ିକ ସମ୍ପୂର୍ଣ୍ଣ ନିଜସ୍ୱ ଓ ଅପ୍ରକାଶିତ ହେବା ଆବଶ୍ୟକ।
2) ଗଳ୍ପଗୁଡ଼ିକ ଜଣେ ହିଁ ଲେଖକଙ୍କ ଦ୍ୱାରା ଲେଖାହୋଇଥିବା ଆବଶ୍ୟକ। ସହ-ଲିଖିତ କାହାଣୀଗୁଡ଼ିକୁ ଗ୍ରହଣ ଓ ବିଚାର କରାଯିବ ନାହିଁ।
3) କାହାଣୀଟି ଇଂରାଜୀ କିମ୍ବା ହିନ୍ଦୀରେ ଶୀର୍ଷକକୁ ମିଶାଇ ଅତି କମ୍‌ରେ 150 ଶବ୍ଦ ବିଶିଷ୍ଟ ଏବଂ (ହାତ ଲେଖା କିମ୍ବା ଟାଇପିଂ କରି) ସର୍ବାଧିକ 250 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ ।
4) କାହାଣୀର ମୌଳିକତା, ବିଷୟବସ୍ତୁର ପ୍ରାସଙ୍ଗିକତା, ଅଭିବ୍ୟକ୍ତିର ସ୍ପଷ୍ଟତା, ଗଠନ, ଓ ସାମଗ୍ରିକ ଗୁଣବତ୍ତାକୁ ଆଧାର କରି ଏହାର ମୂଲ୍ୟାୟନ କରାଯିବ।

ପରିତୋଷ:
4 ଜଣ ଶୀର୍ଷ ବିଜେତାଙ୍କୁ 5 ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ଏବଂ 2024 ମାର୍ଚ୍ଚ 7 ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବାକୁ ଥିବା NCWର ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ 'ତୁ ବୋଲ୍'ରେ ସେମାନଙ୍କୁ ସମ୍ମାନିତ କରାଯିବ।

ଏଠାରେ କ୍ଲିକ୍ କରନ୍ତୁ , ନିୟମ ଓ ସର୍ତ୍ତାବଳୀ ପଢ଼ିବା ପାଇଁ (PDF: 604 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
273
ସମୁଦାୟ
0
ଅନୁମୋଦିତ
273
ସମୀକ୍ଷାଧୀନ