ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଯୁବ ପର୍ଯ୍ୟଟନ କ୍ଲବର ହାସ୍ୟରସାତ୍ମକ କାହାଣୀ ପ୍ରତିଯୋଗିତା

ଯୁବ ପର୍ଯ୍ୟଟନ କ୍ଲବର ହାସ୍ୟରସାତ୍ମକ କାହାଣୀ ପ୍ରତିଯୋଗିତା
ଆରମ୍ଭ ତାରିଖ :
Jul 20, 2023
ଶେଷ ତାରିଖ :
Aug 20, 2023
23:45 PM IST (GMT +5.30 Hrs)
ଫଳାଫଳ ଦେଖନ୍ତୁ ସବମିଶନ ବନ୍ଦ

ପର୍ଯ୍ୟଟନ ମନ୍ତ୍ରଣାଳୟ India@75 ଅଭିଯାନ ଅଧୀନରେ ଯୁବ ପର୍ଯ୍ୟଟନ କ୍ଲବ୍‌ର ଶୁଭାରମ୍ଭ କରିଛି ଯାହା କି ଯୁବ ମାନସିକତା ନିର୍ମାଣ ଦିଗରେ ବିଶେଷ ଧ୍ୟାନ ଦେଇଛି । ଯୁବପିଢ଼ିଙ୍କର, ଯୁବପିଢ଼ିଙ୍କ ଦ୍ୱାରା...

ପର୍ଯ୍ୟଟନ ମନ୍ତ୍ରଣାଳୟ India@75 ଅଧିନରେ ଯୁବ ପର୍ଯ୍ୟଟନ କ୍ଲବ୍‌ର ଶୁଭାରମ୍ଭ କରିଛି ଯାହା କି ଯୁବ ମାନସିକତା ନିର୍ମାଣ ଦିଗରେ ବିଶେଷ ଧ୍ୟାନ ଦେଇଛି । ଯୁବପିଢ଼ିଙ୍କର, ଯୁବପିଢ଼ିଙ୍କ ଦ୍ୱାରା ଏବଂ ଯୁବପିଢ଼ିଙ୍କ ପାଇଁ ହୋଇଥିବା ଏହି କ୍ଲବ୍‌ଗୁଡ଼ିକ ଯୁବ ବୟସରୁ ହିଁ ପର୍ଯ୍ୟଟନ ବିକାଶରେ ସହାୟକ ହେବେ । ଆମ ଯୁବପିଢ଼ି ପର୍ଯ୍ୟଟନର ଯୁବ ଦୂତ ହେବେ । ଯୁବପିଢ଼ିଙ୍କ ଦ୍ୱାରା ସେୟାର୍ ହୋଇଥିବା ଅଭିଜ୍ଞତା ସେମାନଙ୍କ ବନ୍ଧୁ ଏବଂ ପରିବାରକୁ ଯାତ୍ରା କରିବାକୁ ଉତ୍ସାହିତ କରିବ । ଏହି ଯୁବ ଓ ଦୃଢ଼ ମନଗୁଡିକ ନିରପେକ୍ଷ ମତାମତ ପ୍ରଦାନ କରିବେ ଯାହା ଆମକୁ ନିଜକୁ ଉନ୍ନତ କରିବାରେ ଏବଂ ସେମାନଙ୍କ ଆଶା ପୂରଣ କରିବାରେ ସାହାଯ୍ୟ କରିବ ।

ଅପରପକ୍ଷରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପର୍ଯ୍ୟଟନ ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ କ୍ଲବ୍‌ଗୁଡ଼ିକ ଆମକୁ ସାହାଯ୍ୟ କରିବେ। ଏହା ଦେଶର ବିବିଧ ସାଂସ୍କୃତିକ, ଐତିହ୍ୟ ଏବଂ ପ୍ରାକୃତିକ ଭୌଗୋଳିକ ସ୍ଥିତି ବିଷୟରେ ଯୁବପିଢ଼ିଙ୍କୁ ସଚେତନ କରିବା, ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଅଭ୍ୟାସକୁ ପ୍ରସାର କରିବା, ଶିକ୍ଷାରେ ଭ୍ରମଣ ଏବଂ ପର୍ଯ୍ୟଟନର ଗୁରୁତ୍ୱକୁ ପ୍ରଶଂସା କରିବା ଏବଂ ଆତିଥ୍ୟ/ ପର୍ଯ୍ୟଟନ କ୍ଷେତ୍ରରେ ଦକ୍ଷ ପେସାଦାର ଭାବରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବାରେ ସହାୟକ ହେବ ।

ନିର୍ଦ୍ଦେଶାବଳୀ :
ବିଷୟ ବସ୍ତୁ : ହାସ୍ୟରସାତ୍ମକ କଥପୋକଥନ ଯୁବ ପର୍ଯ୍ୟଟନ କ୍ଲବ୍ କାର୍ଯ୍ୟକଳାପ ସହିତ ଜଡିତ ପ୍ରତିଯୋଗୀଙ୍କ ଅନୁଭୂତି ଓ ଚିନ୍ତାଧାରା ସହିତ ସମ୍ବନ୍ଧିତ ହେବା ଆବଶ୍ୟକ ।
ମାଧ୍ୟମ: ହାସ୍ୟରସାତ୍ମକ କଥପୋକଥନକୁ ଟେକ୍ସଟ୍‌ରେ ସୃଷ୍ଟି କରାଯାଇ ପାରିବ।
ଦୈର୍ଘ୍ୟ: ହାସ୍ୟରସାତ୍ମକ କଥପୋକଥନକୁ 3 ପୃଷ୍ଠାରୁ ଅଧିକ ହେବା ଆବଶ୍ୟକ ନାହିଁ।
ଦାଖଲ କରିବା: ହାସ୍ୟରସାତ୍ମକ କଥପୋକଥନକୁ ଏକ ଟେକ୍ସଟ୍ ଫାଇଲ୍ (.txt) ଭାବରେ ଦାଖଲ କରିବା ଆବଶ୍ୟକ ।
ସମୟସୀମା: ଦାଖଲ କରିବାର ଶେଷ ତାରିଖ 20 ଅଗଷ୍ଟ 2023 ରହିଛି।

ପରିତୋଷ-
27.09.2023 (ବିଶ୍ୱ ପର୍ଯ୍ୟଟନ ଦିବସ) ରେ ଦିଲ୍ଲୀରେ ଜାତୀୟ ପର୍ଯ୍ୟଟନ ପୁରସ୍କାର ସମାରୋହରେ ଅଂଶଗ୍ରହଣ ପାଇଁ 5 ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରାଯିବ

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ। (PDF 81.52 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
189
ସମୁଦାୟ
0
ଅନୁମୋଦିତ
189
ସମୀକ୍ଷାଧିନ
Reset